ହାଇଦ୍ରାବାଦ:60 ବର୍ଷ ପରେ ଜଣେ ବୃଦ୍ଧାଙ୍କର ଆୟୁଷ, ଆକ୍ଟିଭିଟି ବା କେତେ ସକ୍ରିୟ ରହୁଛନ୍ତି ତାହା ଉପରେ ନିରଭ କରିଥାଏ । ଏନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି । ଅନୁସନ୍ଧାନକାରୀମାନଙ୍କ କହିବା ଅନୁସାରେ, ଯେତେବେଳେ ବ୍ୟକ୍ତିମାନେ ଷାଠିଏ ବର୍ଷରୁ ଅଧିକ ହୁଅନ୍ତି, ସେତେବେଳେ କମ୍ ଶାରୀରିକ କାର୍ଯ୍ୟକଳାପ କରିଥାଆନ୍ତି । ଏହି ଅଧ୍ୟୟନ ହେଲ୍ଥ୍ ଆଣ୍ଡ କ୍ବାଲିଟି ଅଫ୍ ଲାଇଫ୍ ଆଉଟକମ୍ସ ନାମକ ଏକ ପତ୍ରିକାରେ ପ୍ରକାଶିତ ହୋଇଥିଲା । ଟିଭି ଦେଖିବା ଏବଂ ପେପର ପଢିବା ଭଳି ବସିଥିବା କାର୍ଯ୍ୟକଳାପ ମଧ୍ୟ ଏହି ବୟସରେ ବେସ ସହାୟକ ହୋଇଥାଏ । ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ବୟସ୍କ ବ୍ୟକ୍ତିଙ୍କୁ ସକ୍ରିୟ ରହିବାକୁ ଉତ୍ସାହିତ କରିବାର ଆବଶ୍ୟକତା ଉପରେ ଏହା ଗୁରୁତ୍ୱାରୋପ କରିବା ଆବଶ୍ୟକ ଅଟେ ।
ଶାରୀରିକ କାର୍ଯ୍ୟକଳାପ ହୃଦଘାତ, ଷ୍ଟ୍ରୋକ୍, ମଧୁମେହ ଏବଂ କର୍କଟ ସହିତ ଅନେକ ରୋଗ ହେବାର ସମ୍ଭାବନାକୁ ହ୍ରାସ କରିବାରେ ବେସ ସହାୟକ ହୋଇଥାଏ। NHS ଅନୁଯାୟୀ, ବୟସ୍କମାନେ ପ୍ରତି ସପ୍ତାହରେ ଅତି କମରେ 150 ମିନିଟ୍ ମଧ୍ୟମ-ତୀବ୍ରତା ବ୍ୟାୟାମ କିମ୍ବା 75 ମିନିଟ୍ ଅଧିକ-ତୀବ୍ରତା ବିଶିଷ୍ଟ ବ୍ୟାୟାମ କରିବା ଉଚିତ । ଏହା ବ୍ୟତୀତ ପରାମର୍ଶ ଦିଆଯାଇଛି ଯେ, ଜଣେ ବ୍ୟକ୍ତି 60 ବର୍ଷ ପରେ ନିଷ୍କ୍ରିୟତା ହେବା ଦ୍ବାରା ଅନେକ ରୋଗ ମାଡ଼ି ବସିଥାଏ । ଏହା ବଦଳରେ ଯଦି ଆମେ କିଛି ସମୟ ଠିଆ ହେଲେ ବି ସ୍ୱାସ୍ଥ୍ୟ ପାଇଁ ସ୍ପଷ୍ଟ ଲାଭଦାୟକ । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ନେତୃତ୍ୱରେ ଏକ ଟିମ୍ 60 ବର୍ଷରୁ ଅଧିକ ବୟସର 1,433 ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଆକ୍ସିଲେରୋମିଟର ବ୍ୟବହାର କରି କାର୍ଯ୍ୟକଳାପ ସ୍ତର ଯାଞ୍ଚ କରାଯାଇଥିଲା । ଅଂଶଗ୍ରହଣକାରୀମାନଙ୍କୁ EPIC (ୟୁରୋପୀୟ ପ୍ରୋସପେକ୍ଟିଭ୍ ଇନଭେଷ୍ଟିଗେସନ୍ ଇନଟୁ କ୍ୟାନସର) ନୋରଫୋଲ୍କ ଅଧ୍ୟୟନରେ ଭର୍ତ୍ତି କରାଯାଇଥିଲା ।
ଅଂଶଗ୍ରହଣକାରୀମାନେ ସେମାନଙ୍କର ଆଚରଣ ଏବଂ ଜୀବନର ଗୁଣରେ ପରିବର୍ତ୍ତନ ଦେଖିବା ପାଇଁ ହାରାହାରି ଛଅ ବର୍ଷରୁ କମ୍ ସମୟ ପାଇଁ ଅନୁସରଣ କରାଯାଇଥିଲା । ହାରାହାରି, ସେମାନଙ୍କର ପ୍ରଥମ ମୂଲ୍ୟାଙ୍କନର ଛଅ ବର୍ଷ ପରେ, ଉଭୟ ପୁରୁଷ ଏବଂ ମହିଳା ପ୍ରତିଦିନ ପ୍ରାୟ 24 ମିନିଟ୍ ମଧ୍ୟମ ଧରଣର ଶାରୀରିକ କାର୍ଯ୍ୟକଳାପ କରୁଥିଲେ । ଏହାପରେ ସମୟ ଅନୁସାରେ ଧୀରେଧୀରେ ବୃଦ୍ଧି ହୋଇ ଏହା 38 ମିନିଟ୍ ହୋଇଥିଲା । ଯେଉଁ ବ୍ୟକ୍ତିମାନେ ଅଧିକ ଶାରୀରିକ କାର୍ଯ୍ୟକଳାପ କରିଥିଲେ ସେମାନଙ୍କ ନିକଟରେ ରୋଗ ନଥିଲା । ଉତ୍ତମ ଗୁଣାବତ୍ତାର ସହ ଜୀବନ ବିତାଉଥିଲେ ।