ଓଡିଶା

odisha

ETV Bharat / sukhibhava

ବର୍ଷା ଋତୁରେ ରସୁଣ ଏବଂ ପିଆଜ ଖାଇବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ! ଜାଣନ୍ତୁ କାରଣ - ରସୁଣ

ଡାଇଟିସିଆନଙ୍କ ମତ ଅନୁସାରେ ଋତୁ ପରିବର୍ତ୍ତନ ହେଲେ ଡାଇଟ୍‌ରେ ମଧ୍ୟ ପରିବର୍ତ୍ତନ କରିବା ଆବଶ୍ୟକ । ଏପରିକି ବର୍ଷା ଋତୁରେ ରସୁଣ-ପିଆଜ ଆଦୌ ଖାଇବା ଉଚିତ୍ ନୁହେଁ । କାରଣ ବର୍ଷା ଋତୁରେ ଏହି ଦୁଇଟି ଜିନିଷ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଅଧିକ ପଢ଼ନ୍ତୁ

ବର୍ଷା ଋତୁରେ ରସୁଣ ଏବଂ ପିଆଜ ଖାଇବା ଉଚିତ୍ ନୁହେଁ, ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ!
ବର୍ଷା ଋତୁରେ ରସୁଣ ଏବଂ ପିଆଜ ଖାଇବା ଉଚିତ୍ ନୁହେଁ, ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ!

By

Published : Jul 17, 2023, 2:31 PM IST

ହାଇଦ୍ରାବାଦ:ବର୍ଷା ଋତୁରେ ପାଗରେ ପରିବର୍ତ୍ତନ ହେତୁ ଅନେକ ପ୍ରକାରର ରୋଗରେ ଆକ୍ରାନ୍ତ ହୁଅନ୍ତି ଲୋକେ । ସାଧାରଣତଃ ଥଣ୍ଡା, ଜ୍ୱର, ଡେଙ୍ଗୁ, ମ୍ୟାଲେରିଆ କିମ୍ବା ଟାଇଫଏଡ୍ ଏସବୁ ରୋଗରେ ଲୋକେ ଅଧିକା ଆକ୍ରାନ୍ତ ହୋଇଥାନ୍ତି। ବର୍ଷାଦିନେ ଏହି ରୋଗର ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥାଏ । ଯଦି ଜଣେ ବ୍ୟକ୍ତି ତା'ର ଖାଦ୍ୟର ଯତ୍ନ ନନିଏ କିମ୍ବା ନିରନ୍ତର ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଏ, ତେବେ ଏହି ପ୍ରକାର ରୋଗରେ ଆକ୍ରାନ୍ତ ହେବାକୁ ଅଧିକ ସମୟ ଲାଗିବ ନାହିଁ । ଏହି ସମୟରେ ଏପରି କିଛି ଖାଦ୍ୟ ଅଛି, ଯାହା ବର୍ଷା ଋତୁରେ ନଖାଇବା ଭଲ।

ଡାଇଟିସିଆନଙ୍କ ଅନୁଯାୟୀ, ଯେତେବେଳେ ଋତୁରେ ପରିବର୍ତ୍ତନ ଆସେ, ଖାଦ୍ୟରେ ମଧ୍ୟ କିଛି ପରିବର୍ତ୍ତନ କରାଯିବା ଉଚିତ। ବାସ୍ତବରେ, ବର୍ଷା ଋତୁରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଏବଂ ରୋଗରୁ ମୁକ୍ତ ରହିବା ପାଇଁ ଆମକୁ ବିଶେଷ ପୁଷ୍ଟିକର ଖାଦ୍ୟ ଆବଶ୍ୟକ । ଡାଇଟିସିଆନଙ୍କ ମତ ଅନୁସାରେ ଯେଉଁମାନେ ଶୁଦ୍ଧ ଶାକାହାରୀ ରସୁଣ-ପିଆଜ ଆଦୌ ଖାଇବା ଉଚିତ୍ ନୁହେଁ । କାରଣ ବର୍ଷା ଋତୁରେ ଏହି ଦୁଇଟି ଜିନିଷ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ତେବେ ଏହା 2 ଜିନିଷକୁ କାହିଁକି ବାରଣ କରାଯାଉଛି। ଜାଣନ୍ତୁ...

କାହିଁକି ରସୁଣ ଏବଂ ପିଆଜ ଖାଇବାକୁ ବାରଣ କରାଯାଏ?

ରସୁଣ ଏବଂ ପିଆଜକୁ ମାଂସାହାରୀ ଖାଦ୍ୟ ବର୍ଗରେ ବିବେଚନା କରାଯାଏ। କାରଣ ଏହା ଗରମ ବୋଲି ମନେ କରାଯାଏ। କୁହାଯାଏ ଯେ ଏହି ଦୁଇଟି ଜିନିଷ ଖାଇବା ଦ୍ୱାରା ରକ୍ତ ସଞ୍ଚାଳନ ବଢିଥାଏ ଏବଂ କମିଥାଏ। ଏପରି ପରିସ୍ଥିତିରେ ରାଗ, ଅହଂକାର, ଉତ୍ତେଜନା, ଅଳସୁଆ ଏବଂ ଅନ୍ୟାନ୍ୟ ଜିନିଷ ଅନୁଭବ ହୁଏ। ସେଥିପାଇଁ ପୂଜାପାଠରେ ପ୍ରଥମେ ରସୁଣ ଏବଂ ପିଆଜ ବାରଣ କରାଯାଇଥାଏ। ବର୍ଷା ଋତୁରେ ମଧ୍ୟ ଏହା ବାରଣ କରାଯାଇଥାଏ। ଯାହାଦ୍ୱାରା ପେଟ ଗରମ ହୁଏନାହିଁ ଏବଂ ଯଦି ପେଟରେ କିଛି ସମସ୍ୟା ହୁଏ ତେବେ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ସେଥିପାଇଁ ପରିବର୍ତ୍ତିତ ଋତୁ, ବର୍ଷା କିମ୍ବା ମୌସୁମୀ ସମୟରେ ଏହାକୁ ଖାଇବାକୁ ପ୍ରାୟ ବାରଣ କରାଯାଏ।

କେବଳ ଏହା ନୁହଁ। ବର୍ଷା ଋତୁରେ ମାଛ, ମଟନ୍, ଚିକେନ୍ ଖାଇବାକୁ ମଧ୍ୟ ବାରଣ କରାଯାଏ । ଭାରତୀୟ ପରିବାରରେ ବର୍ଷା ଋତୁର 4 ମାସ ପର୍ଯ୍ୟନ୍ତ ନନଭେଜ୍‌ ଖାଦ୍ୟରୁ ଦୂରେଇ ରହିବାକୁ କୁହାଯାଏ । ବିଶେଷକରି ଶ୍ରାବଣ ମାସରେ, ଏହି ସବୁ ଜିନିଷ ଖାଇବାଠାରୁ ଦୂରେଇ ରହିବା ଉଚିତ୍। ବର୍ଷା ଋତୁରେ ମାଂସ, ମାଛ ଏବଂ ଅଣ୍ଡା ଖାଇବା ଉଚିତ୍ ନୁହେଁ । ଏହାଦ୍ବାରା ମଧ୍ୟ ପେଟ ଗରମ ହୋଇଥାଏ । ଯାହା ଫଳରେ ସ୍ବାସ୍ଥ୍ୟ ଖରାପ ହେବାର ସମ୍ଭାବନା ଥାଏ ।

ଏହା ମଧ୍ୟ ପଢନ୍ତୁ: ବର୍ଷା ଋତୁରେ ଖାଆନ୍ତୁନି ଏହି ଖାଦ୍ୟ, ନଚେତ ବିଗିଡିପାରେ ସ୍ବାସ୍ଥ୍ୟ

ବର୍ଷା ଋତୁରେ କେଉଁ ଖାଦ୍ୟ ସ୍ବାସ୍ଥ୍ୟ ହିତକାରୀ ?

ଶକରକନ୍ଦ(ମିଠା ଆଳୁ) ଖାଇବା ଲାଭଦାୟକ ଅଟେ । ଶକରକନ୍ଦ(ମିଠା ଆଳୁ)ରେ ବହୁତ ଫାଇବର ଅଛି, ଯାହା ବର୍ଷା ଋତୁରେ ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ । ଏଥିରେ ଫାଇବର ସହ ଲୌହ, ଭିଟାମିନ୍ C ଏବଂ ଭିଟାମିନ୍ A ଭରପୂର ରହିଥାଏ । ଏହି ଋତୁରେ ଗାଜର, ମକା ଏବଂ କଖାରୁ ମଧ୍ୟ ଖାଇ ପାରିବେ । ଏଥିରେ ଫାଇଟୋକେମିକାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଏଣୁ ଏହା ଶରୀର ପାଇଁ ବହୁତ ଭଲ ବୋଲି ବେବଚନା କରାଯାଏ ।

(Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ)

For All Latest Updates

TAGGED:

Sawan Season

ABOUT THE AUTHOR

...view details