ଓଡିଶା

odisha

ETV Bharat / sukhibhava

ହ୍ରାସ କଲେ ଦିନକୁ 15 ମିନିଟ୍ ସୋସିଆଲ ମିଡିଆ ଆପ୍ ବ୍ୟବହାର ସ୍ବାସ୍ଥ୍ୟକୁ ମିଳିବ ବଳ

ସୋସିଆଲ ମିଡିଆର ବହୁଳ ବ୍ୟବହାରର କୁପ୍ରଭାବ ବାବଦରେ ଜାରି ରହିଛି ଅନୁସନ୍ଧାନକାରୀ । ନିକଟରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି, ଦିନକୁ 15 ମିନିଟ୍ ସୋସିଆଲ ମିଡିଆ ବ୍ୟବହାର ହ୍ରାସ କରିପାରିଲେ ସ୍ବାସ୍ଥ୍ୟରେ ଉନ୍ନତି ଆସିପାରିବ । ଅଧିକ ପଢନ୍ତୁ

By

Published : Mar 10, 2023, 1:36 PM IST

checking social media
checking social media

ଲଣ୍ଡନ: ବହୁଳ ହେଉଛି ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମର ବ୍ୟବହାର । ପିଲାଠୁ ବୟସ୍କ ସବୁ ବର୍ଗର ବ୍ୟକ୍ତି ସୋସିଆଲ୍ ମିଡିଆ ନିଶାରେ କବଳିତ । କୋଭିଡ୍ ମହାମାରୀ ସମୟରେ ଅନ୍‌ଲାଇନ୍ କ୍ଲାସ୍‌ ହେବାରୁ ଛୋଟ ପିଲାମାନେ ମଧ୍ୟ ସ୍ମାର୍ଟଫୋନ୍ ବ୍ୟବହାର କରିବା ଆରମ୍ଭ କଲେ । ରିପୋର୍ଟ ଅନୁସାରେ 18 ବର୍ଷରୁ କମ୍ ବୟସର ପିଲା ଅଧିକ ସୋସିଆଲ୍ ମିଡିଆ ଆପ୍ସରେ ଆକ୍ଟିଭ୍ ରହୁଛନ୍ତି । ଏହି କାରଣରୁ ମାନସିକ ରୋଗ ମଧ୍ୟ ବୃଦ୍ଧି ପାଉଛି । ତେଣୁ ମାନବ ସମାଜକୁ ଏହି ନିଶାରୁ ରକ୍ଷା କରିବା ପାଇଁ ଅନୁସନ୍ଧାନକାରୀମାନେ ଜାରି ରଖିଛନ୍ତି ଅନୁସନ୍ଧାନ ।

ନିକଟରେ ଅନୁସନ୍ଧାନକାରୀମାନେ ଏକ ନୂତନ ତଥ୍ୟ ଜାଣିବାକୁ ପାଇଛନ୍ତି । ଯଦି ଜଣେ ବ୍ୟକ୍ତି ଦିନକୁ 15 ମିନିଟ୍ ସୋସିଆଲ ମିଡିଆର ବିଭିନ୍ନ ଆପ୍ ବ୍ୟବହାରକୁ ହ୍ରାସ କରିବେ, ତେବେ ତାଙ୍କର ସାଧାରଣ ସ୍ୱାସ୍ଥ୍ୟ ଏବଂ ରୋଗ ପ୍ରତିରୋଧକ କାର୍ଯ୍ୟରେ ଯଥେଷ୍ଟ ଉନ୍ନତି ହୋଇପାରିବ । ଏହା ସାଙ୍ଗକୁ ସେ ଅନୁଭବ କରୁଥିବା ଏକୁଟିଆପଣ ଏବଂ ତାଙ୍କର ଉଦାସୀନତାର ସ୍ତର ମଧ୍ୟ କମି ଯାଇପାରିବ ।

ଏହା ମଧ୍ୟ ପଢନ୍ତୁ:-ପ୍ରତି 4 ମିନିଟରେ ଜଣଙ୍କ ଜୀବନ ନେଉଛି ଷ୍ଟ୍ରୋକ୍: AIIMS ସ୍ନାୟୁବିଜ୍ଞାନୀ

ଜର୍ନାଲ୍ ଅଫ୍ ଟେକ୍ନୋଲୋଜି ଇନ୍ ବିହେଭିୟର୍ ସାଇନ୍ସରେ ଏହି ଅନୁସନ୍ଧାନର ଫଳାଫଳ ପ୍ରକାଶ ପାଇଛି । ଗବେଷଣାରୁ ଜଣାଯାଇଛି ଯେ, ଯେଉଁମାନେ ସୋସିଆଲ ମିଡ଼ିଆ ବ୍ୟବହାରକୁ ହ୍ରାସ କରିଥିଲେ, ସେମାନଙ୍କର କମ୍ ଥଣ୍ଡା, ଫ୍ଲୁ, ୱାର୍ଟ୍ସ(ହାତରେ ଦେଖା ଯାଉଥିବା ସ୍କିନ୍ ସମସ୍ୟା) ଏବଂ କେତେକ ସାଧାରଣ ଭୂତାଣୁ ସଂକ୍ରମଣ ସମସ୍ୟା କମ୍ ହୋଇଥିଲା । ସେମାନଙ୍କର ଶୋଇବା ଗୁଣ ମଧ୍ୟ ବୃଦ୍ଧି ପାଇଥିଲା । ଅନ୍ୟମାନଙ୍କ ଅପେକ୍ଷା ସେମାନଙ୍କର ନିଦ୍ରାଗୁଣରେ 50 ପ୍ରତିଶତ ଉନ୍ନତି ଏବଂ 30 ପ୍ରତିଶତ କମ୍ ଉଦାସୀନ ଲକ୍ଷଣ ଥିଲା ।

ଏହା ମଧ୍ୟ ପଢନ୍ତୁ:-ଫେକ ଜନ୍ମତାରିଖ ଦେଇ ସୋସିଆଲ ମିଡିଆ ଚଲାଇବା ଖବର ପରେ ଚେତିଲା Instagram, ଆଣିଲା ଏହି ଫିଚର୍ସ

ସ୍ବନସିଆ ବିଶ୍ୱବିଦ୍ୟାଳର ସାଇକୋଲୋଜି ବିଭାଗର ପ୍ରଫେସର ଫିଲ୍ ରିଡ୍ କହିବା ଅନୁସାରେ, ଏହି ତଥ୍ୟ ଏହା ପ୍ରମାଣିତ କରୁଛି ଯେ, ସୋସିଆଲ ମିଡିଆର ବ୍ୟବହାରକୁ ହ୍ରାସ କରିପାରିସେ ସାମଗ୍ରିକ ସ୍ବାସ୍ଥ୍ୟର ଉନ୍ନତି ଆସିପାରିବ । ଏହି ଅଭ୍ୟାସ ମାନସିକ ସ୍ବାସ୍ଥ୍ୟକୁ ମଧ୍ୟ ବୁଷ୍ଟ୍ ଯୋଗାଇବ । ଆମେରିକାନ୍ ସାଇକୋଲୋଜିକାଲ୍ ଆସୋସିଏସନ୍ ଦ୍ବାରା ପ୍ରକାଶିତ ଅନ୍ୟ ଏକ ଅଧ୍ୟୟନରୁ ଜଣାପଡିଛି ଯେ, କିଶୋର ଏବଂ ଯୁବକ ବୟସ୍କମାନେ ଯେଉଁମାନେ କିଛି ସପ୍ତାହ ପାଇଁ ସୋସିଆଲ୍ ମିଡିଆ ବ୍ୟବହାରକୁ 50 ପ୍ରତିଶତ ହ୍ରାସ କରିଥିଲେ, ସେମାନଙ୍କର ଓଜନ ଏବଂ ସେମାନଙ୍କ ସ୍ବାସ୍ଥ୍ୟର ସାମଗ୍ରିକ ଉନ୍ନତି ଆସିଥିଲା ।

ABOUT THE AUTHOR

...view details