ଓଡିଶା

odisha

ETV Bharat / sukhibhava

ନାକରୁ ରକ୍ତ ପଡିବାକୁ ଅବହେଳା କରୁଛନ୍ତି କି ?

ବାରମ୍ବାର ନାକରୁ ରକ୍ତସ୍ରାବ ହେଉଥିଲେ ଅବହେଳା କରନ୍ତୁ ନାହିଁ । ଏହି ସବୁ ଜଟିଳ ଲୋଗର ଲକ୍ଷଣ ହୋଇପାରେ । ଅଧିକ ପଢନ୍ତୁ

By

Published : Mar 8, 2023, 3:45 PM IST

nose bleeding
nose bleeding

ହାଇଦ୍ରାବାଦ: ଅଧିକାଂଶ ଲୋକଙ୍କର ନାକରୁ ରକ୍ତ ପଡିଥାଏ । ଏହାକୁ କିଛିଲୋକ ସାଧାରଣ ସମସ୍ୟା ବୋଲି କହିଥାନ୍ତି । ବେଳେବେଳେ ଅତ୍ୟଧିକ ଥଣ୍ଡା କାରଣରୁ ନାକରୁ ରକ୍ତସ୍ରାବ ହେଉଛି କହି ଅଣଦେଖା କରନ୍ତି । ହେଲେ ଏହା ଏକ ସାଧାରଣ ସମସ୍ଯା ନୁହେଁ । ଏହା ବିଭିନ୍ନ ଜଟିଳ ରୋଗର ଲକ୍ଷଣ ମଧ୍ୟ ହୋଇପାରେ । ବାରମ୍ବାର ନାକରୁ ରକ୍ତ ଝରିବାକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ କଣ କୁହନ୍ତି ଏବଂ କାହିଁକି ଏହାକୁ ହାଲୁକା ଭାବେ ନେବା ଅନୁଚିତ୍, ଜାଣନ୍ତୁ...

ଅତ୍ୟଧିକ ମଦ୍ୟପାନ କରିବା କିମ୍ବା ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଯକୃତରେ ଚର୍ବି ଜମା ହୋଇପାରେ । ଫ୍ୟାଟି ଲିଭର ରୋଗର ପ୍ରାରମ୍ଭିକ ପର୍ଯ୍ୟାୟରେ ସାଧାରଣତଃ କୌଣସି ବିପଦପୂର୍ଣ୍ଣ ସଙ୍କେତ ଦେଖାଯାଏ ନାହିଁ । ଫ୍ୟାଟି ଲିଭର୍ କାରଣରୁ ଶରୀରର ଯେକୌଣସି ଅଙ୍ଗ ଫୁଲିଯାଏ । ଏହାକୁ ନନ୍-ଆଲକୋହଲିକ୍ ଷ୍ଟାଟୋହେପାଟାଇଟିସ୍ କୁହାଯାଏ । କ୍ରମାଗତ ପ୍ରଦାହ କାରଣରୁ ଯକୃତର ଦାଗ ସୃଷ୍ଟି ହୋଇପାରେ, ଯାହାକୁ ଫାଇବ୍ରୋସିସ୍ କୁହାଯାଏ । ଯଦି ଏହାକୁ ଅଣଦେଖା କରାଯାଏ, ଏହା ସିରୋସିସରେ ପରିଣତ ହୋଇପାରେ, ଯାହା ଫ୍ୟାଟି ଲିଭର ରୋଗର ସବୁଠାରୁ ବିପଜ୍ଜନକ ପର୍ଯ୍ୟାୟ ।

ଏହା ମଧ୍ୟ ପଢନ୍ତୁ:-Women's Day Special: ମହିଳାମାନଙ୍କର PCOS ସମସ୍ୟା କଣ ? ଜାଣନ୍ତୁ

ସିରୋସିସ୍‌ର ଗୋଟିଏ ଲକ୍ଷଣ ହେଉଛି ବାରମ୍ବାର ନାକରୁ ରକ୍ତସ୍ରାବ ହେବା, ଯାହାକୁ ଏପିଷ୍ଟାକ୍ସିସ୍ ମଧ୍ୟ କୁହାଯାଏ । ବାରମ୍ବାର ନାକରୁ ରକ୍ତସ୍ରାବ ମଧ୍ୟ ଫ୍ୟାଟି ଲିଭର୍‌ ଡିଜିଜ୍‌ର ଲକ୍ଷଣ ହୋଇପାରେ । ଏହା ବ୍ଯତୀତ ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଥକ୍କା, ଦୁର୍ବଳତା, ଭୋକ ହ୍ରାସ, ଓଜନ ହ୍ରାସ ଏବଂ ମାଂସପେଶୀ ଦୁର୍ବଳତା, ଅସୁସ୍ଥତା, ବାନ୍ତି ଅନୁଭବ କରିବା, ଚର୍ମର ହଳଦିଆ ଏବଂ ଆଖିରେ ଧଳା ରଙ୍ଗ ଦେଖା ଯାଇଥାଏ । ସେହିପରି କେଶ ଝଡିବା, ଜ୍ୱର, ଗୋଡରେ ଫୁଲା ମଧ୍ୟ ସିରୋସିସ୍‌ର ଲକ୍ଷଣ ହୋଇପାରେ ।

ଲିଭର୍ ସିରୋସିସ୍ ସହିତ ଜଡିତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରେ ବ୍ୟକ୍ତିତ୍ୱର ପରିବର୍ତ୍ତନ, କୌଣସି କାର୍ଯ୍ୟରେ ମନ ନ ଲାଗିବା ଏବଂ ଶୋଇବାରେ ଅସୁବିଧା ଇତ୍ୟାଦି ଦେଖାଯାଏ । ମସ୍ତିଷ୍କର ଯେକୌଣସି ରୋଗ ପାଇଁ ଏନସେଫାଲୋପାଥି ଦାୟୀ ହୋଇଥାଏ, ଯାହା ମସ୍ତିଷ୍କର କାର୍ଯ୍ୟକୁ ପରିବର୍ତ୍ତନ କରେ । ଯେତେବେଳେ ବିଷାକ୍ତ ପଦାର୍ଥ ମସ୍ତିଷ୍କକୁ ପ୍ରଭାବିତ କରେ ସେତେବେଳେ ଏହା ଘଟେ, କାରଣ ଏହି ସମୟରେ ଯକୃତ ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସନ କରିବାରେ ଅସମର୍ଥ ହୋଇଥାଏ । ତେଣୁ ପ୍ରାଥମିକ ପର୍ଯ୍ୟାୟରେ ଯେଉଁସବୁ ଲକ୍ଷଣ ଦେଖାଯାଏ, ତାହାକୁ ଅବହେଳା କରିବା ଅନୁଚିତ୍ । ରୋଗ ଜଟିଳ ହେବା ପୂର୍ବରୁ ଏହାକୁ ଚିହ୍ନଟ କରିପାରିଲେ ଚିକିତ୍ସା ସହଜ ହୋଇଥାଏ ।

Disclaimer:ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।

ABOUT THE AUTHOR

...view details