ଓଡିଶା

odisha

ETV Bharat / sukhibhava

ଭାରତରେ କ୍ରମାଗତ ଭାବରେ ବୃଦ୍ଧି ପାଉଛି ଅଣସଂକ୍ରାମକ ରୋଗ: Report - ବିଶ୍ବ ସ୍ବାସ୍ଥ୍ୟ ଦିବସ

ଭାରତରେ ବୃଦ୍ଧି ପାଉଛି ଅଣସଂକ୍ରାମକ ରୋଗ । ତଥ୍ୟ ଅନୁସାରେ, ମେଦବହୁଳତା, ମଧୁମେହ, ଉଚ୍ଚ ରକ୍ତଚାପ ଏବଂ କୋଲେଷ୍ଟ୍ରଲ ଭଳି ଅଣ ସଂକ୍ରାମକ ରୋଗ(ନନ୍-କମ୍ୟୁନିକେବଲ୍ ଡିଜିଜ୍, NCDs) ଭାରତରେ ବୃଦ୍ଧି ପାଉଛି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Apr 7, 2023, 11:13 AM IST

ନୂଆଦିଲ୍ଲୀ: ପ୍ରତିଟି ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ଉଦ୍ଦେଶ୍ୟରେ ଆମ ଦେଶରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା ମାନ ପ୍ରଣୟନ କରାଯାଉଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ବାରମ୍ବାର ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଉଛି । ଏହି ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ବିଶ୍ବ ସ୍ବାସ୍ଥ୍ୟ ଦିବସ ରୂପେ ପାଳନ କରାଯାଉଛି । ହେଲେ ରିପୋର୍ଟ କହୁଛି ଭାରତବାସୀଙ୍କ ସ୍ବାସ୍ଥ୍ୟ ଏବେ ବିପଦରେ । ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି କି ଭାରତରେ ସଂକ୍ରାମକ ରୋଗ ନୁହେଁ ବରଂ ଅଣସଂକ୍ରାମକ ରୋଗ କ୍ରମାଗତ ଭାବରେ ବୃଦ୍ଧି ପାଉଛି ।

ତଥ୍ୟ ଅନୁସାରେ, ମେଦବହୁଳତା, ମଧୁମେହ, ଉଚ୍ଚ ରକ୍ତଚାପ ଏବଂ କୋଲେଷ୍ଟ୍ରଲ ଭଳି ଅଣ ସଂକ୍ରାମକ ରୋଗ(ନନ୍-କମ୍ୟୁନିକେବଲ୍ ଡିଜିଜ୍, NCDs) ଭାରତରେ ବୃଦ୍ଧି ପାଉଛି । ଏହି ସବୁ ରୋଗରେ ପୀଡିତ ବ୍ୟକ୍ତିଙ୍କ ମୃତ୍ୟୁହାର ପ୍ରାୟ 65% । ଆପୋଲୋ ହସ୍ପିଟାଲ ଗୁଡିକ ଦ୍ୱାରା 'ହେଲ୍‌ଥ ଅଫ୍ ଦି ନେସନ୍ 2023' ଶୀର୍ଷକରେ ଏହି ରିପୋର୍ଟ ପ୍ରକାଶ ପାଇଛି । ଏଥିରେ NCD(ଅଣସଂକ୍ରାମକ ରୋଗ)ର ପ୍ରସାର ଏବଂ ବିପଦ କାରଣ ବିଷୟରେ ସୂଚନା ଦିଆଯାଇଛି । ଗତ ତିନିବର୍ଷ ମଧ୍ୟରେ 5 ଲକ୍ଷରୁ ଅଧିକ ରୋଗୀଙ୍କ ଉପରେ କରାଯାଇଥିବା ସ୍ୱାସ୍ଥ୍ୟ ପରୀକ୍ଷାରୁ ଏହି ତଥ୍ୟ ଜଣାପଡିଛି ।

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, 2019 ରୁ 2022 ମଧ୍ୟରେ ଭାରତୀୟଙ୍କ ମଧ୍ୟରେ ମେଦବହୁଳତା 50 ପ୍ରତିଶତ ବୃଦ୍ଧି ଘଟିଛି, ବିଶେଷ କରି 45 ବର୍ଷରୁ କମ୍ ଲୋକ(43 ପ୍ରତିଶତ) ଏବଂ 45 ବର୍ଷରୁ ଅଧିକ ଲୋକ(60 ପ୍ରତିଶତ) ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । 2019 ରୁ 2022 ମଧ୍ୟରେ ଯୁବ ଭାରତୀୟଙ୍କ ମଧ୍ୟରେ ଡିସଲିପିଡେମିଆ କିମ୍ବା କୋଲେଷ୍ଟ୍ରଲ ଅନିୟମିତତା 18% ବୃଦ୍ଧି ପାଇଥିବାବେଳେ 45 ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରେ 35% ରୁ ଅଧିକ ବୃଦ୍ଧି ଘଟିଛି ।

ଏହା ମଧ୍ୟ ପଢନ୍ତୁ:-World Health Day: ସୁସ୍ଥ ସ୍ୱାସ୍ଥ୍ୟ ପ୍ରତ୍ୟେକଙ୍କ ମୌଳିକ ଆବଶ୍ୟକତା ଓ ଅଧିକାର

ସେହିପରି ଗତ ତିନିବର୍ଷ ମଧ୍ୟରେ ମଧୁମେହ(8 ପ୍ରତିଶତ) ଏବଂ ଉଚ୍ଚ ରକ୍ତଚାପ(11 ପ୍ରତିଶତ) ବୃଦ୍ଧି ଘଟିଛି । କ୍ରନିକ୍ ଚାପ ଏବଂ ଚିନ୍ତା ଉଚ୍ଚ ରକ୍ତଚାପ ହେବାର ଆଶଙ୍କାକୁ 1.5 ଗୁଣ ଏବଂ ମଧୁମେହକୁ 2 ଗୁଣ ବଢାଇଥାଏ । କ୍ରନିକ୍ ଚାପ ଥିବା ପୁରୁଷଙ୍କ ତୁଳନାରେ ମଧୁମେହ ହେବାର ଆଶଙ୍କା ଦୁଇଗୁଣା ଅଧିକ । ଆପୋଲୋ ହସ୍ପିଟାଲର ଚେୟାରମ୍ୟାନ୍ ଡ. ପ୍ରତାପ ରେଡ୍ଡୀ କହିଛନ୍ତି, "ପ୍ରତିଷେଧକ ସ୍ୱାସ୍ଥ୍ୟସେବା ଏକ ଜାତୀୟ ପ୍ରାଥମିକତା ହେବା ଆବଶ୍ୟକ । ଗତ 3 ଦଶନ୍ଧି ମଧ୍ୟରେ ଅଣ-ସଂକ୍ରାମକ ରୋଗ ମୃତ୍ୟୁ ଓ ଯନ୍ତ୍ରଣାର ମୁଖ୍ୟ କାରଣ ପାଲଟିଛି । ଏହା ଭାରତରେ 65% ଲୋକଙ୍କ ଜୀବନ ନେଇଛି ।"

ସେ ଆହୁରି ମଧ୍ୟ କହିଛନ୍ତି, "ଏନସିଡି କେବଳ ସ୍ୱାସ୍ଥ୍ୟ ନୁହେଁ, ଉତ୍ପାଦନ ଏବଂ ଅର୍ଥନୈତିକ ଅଭିବୃଦ୍ଧି ଉପରେ ମଧ୍ୟ ପ୍ରଭାବ ପକାଇଥାଏ । 2030 ସୁଦ୍ଧା ଭାରତ ଉପରେ ଆନୁମାନିକ ଆର୍ଥିକ ବୋଝ ପ୍ରାୟ 4.8 ଟ୍ରିଲିୟନ ଡଲାର ହେବ ବୋଲି ଆଶଙ୍କା କରାଯାଉଛି ।" ବିଶ୍ଳେଷଣରୁ ଜଣାପଡିଛି ଯେ 64% ଲୋକଙ୍କର ହଜମ ପ୍ରକ୍ରିୟାରେ ଅନିୟମିତତା ରହିଛି, ଯାହା ମଧୁମେହ ରୋଗୀଙ୍କ ମଧ୍ୟରେ 81% ବୃଦ୍ଧି ଘଟିଛି । ରିପୋର୍ଟ ଅନୁଯାୟୀ, ସମସ୍ତ ଡାକ୍ତରଖାନାରେ ଅଣସଂକ୍ରାମକ ରୋଗ ପଛରେ 40 ପ୍ରତିଶତ ନିରବ ମହାମାରୀ ରହିଛି । ଏହି ତଥ୍ୟ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚର ଆବଶ୍ୟକତାକୁ ଦର୍ଶାଉଛି । ଏହି ରୋଗକୁ ଦୂର କରିବା ପାଇଁ ସଚେତନ ହେବାର ଆବଶ୍ୟକତା ରହିଛି । ଚିକିତ୍ସା ସୁବିଧାକୁ ମଧ୍ୟ ଆହୁରି ସହଜ ସରଳ କରିବାକୁ ପଡିବ ବୋଲି ଡାକ୍ତର ରେଡ୍ଡି କହିଛନ୍ତି ।

ABOUT THE AUTHOR

...view details