ହାଇଦ୍ରାବାଦ:ଧୂମପାନ ଏବଂ ତମାଖୁ ସେବନ ଶରୀରକୁ କ୍ଷତି ପହଞ୍ଚାଏ ବୋଲି ସମସ୍ତେ ଜାଣନ୍ତି । ତେଣୁ ସର୍ବଦା ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ତମାଖୁ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥାଆନ୍ତି । ତମାଖୁ କିମ୍ବା ଧୂମପାନ କରିବାର ଅଭ୍ୟାସ ଫୁସଫୁସ, ରକ୍ତବାହୀ ଏବଂ ହୃଦୟ ସହିତ ଜଡିତ ସମସ୍ୟାକୁ ବୃଦ୍ଧି କରିଥାଏ । ଏହା ଜାଣିବା ସତ୍ତ୍ବେ ମଧ୍ୟ ଅନେକ ଲୋକ ତମାଖୁ ନିଶାଦ୍ରବ୍ୟ ସେବନ କରିଥାଆନ୍ତି । ତେବେ ଏହି ସବୁ କାର୍ଯ୍ୟରୁ ଲୋକଙ୍କୁ ଦୂରେଇବା ପାଇଁ ନିକୋଟିନ ଥେରାପୀକୁ ଚିକିତ୍ସା ଭାବେ ଆପଣାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।
କେତେକ ରିପୋର୍ଟ ଅନୁଯାୟୀ, ନିକୋଟିନ୍ ରିପ୍ଲେସମେଣ୍ଟ ଥେରାପୀକୁ ପ୍ରେସକ୍ରିପସନ୍ ଔଷଧ ଭାବରେ ଶ୍ରେଣୀଭୁକ୍ତ କରାଯାଇପାରେ । ତେବେ ଏନେଇ ଅନୁସନ୍ଧାନକାରୀ ଟିମ କହିଛନ୍ତି ଯେ, ଧୂମପାନଠୁ ଦୂରେଇବା ପାଇଁ ନିକୋଟିନ୍ ରିପ୍ଲେସମେଣ୍ଟ ଥେରାପି ନିରାପଦ । ଏନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି ।
ପ୍ରେସକ୍ରିପସନ୍ ଔଷଧ ଭାବରେ ଶ୍ରେଣୀଭୁକ୍ତ କରିବା ପାଇଁ ପ୍ରସ୍ତାବ: ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO) ଅଧୀନରେ ଥିବା ଡ୍ରଗ୍ ଟେକ୍ନିକାଲ୍ ଆଡଭାଇଜରୀ ବୋର୍ଡ (DTAB) ନିକଟରେ ନିକୋଟିନ୍ ରିପ୍ଲେସମେଣ୍ଟ ଥେରାପୀକୁ ଔଷଧ ଭାବେ ଶ୍ରେଣୀଭୁକ୍ତ କରିବା ପାଇଁ ପରାମର୍ଶ ଦେଇଥିଲା । ଯାହା କି ଭବିଷ୍ୟତରେ ଏହା କେବଳ ପ୍ରାଧିକୃତ ଡାକ୍ତରଙ୍କ ଦ୍ବାରା ନିର୍ଦ୍ଦିଷ୍ଟ ହୋଇପାରିବ। ସୂଚନାଯୋଗ୍ୟ ଯେ ନିକୋଟିନ୍ ରିପ୍ଲେସମେଣ୍ଟ ଥେରାପୀ(NRT) ପାଇଁ ମୁଖ୍ୟତଃ ନିକୋଟିନ ପୋଲାକ୍ରିଲେକ୍ସ ଗମ୍, ଲୋଞ୍ଜେଜ ଏବଂ ଟ୍ରାନ୍ସଡର୍ମାଲ୍ ପ୍ୟାଚର ଉପଯୋଗ କରାଯାଇଥାଏ ।