ନୂଆଦିଲ୍ଲୀ: ଆଣ୍ଟି-ମ୍ୟାଲେରିଆ ମ୍ୟାଟ୍ରିକ୍ସ ଭ୍ୟାକ୍ସିନ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ(New Anti-Malaria vaccine trial over, authorization next year) । ଆଫ୍ରିକାରେ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ R21 ମ୍ୟାଲେରିଆ ବିରୋଧୀ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷର ଶେଷ କରିଛି । SII(Serum Institute of India) କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଉମେଶ ଶାଲିଗ୍ରାମଙ୍କ ଅନୁଯାୟୀ, ଏହି ଟିକା ଆସନ୍ତା ବର୍ଷ କର୍ତ୍ତୃପକ୍ଷଙ୍କ ଦ୍ବାରା ଅନୁମୋଦିତ ହେବାର ସମ୍ଭାବନା ରହିଛି ।
ଉମେଶ ଶାଲିଗ୍ରାମ କହିଛନ୍ତି ଯେ, ସୋମବାର(ଡିସେମ୍ବର 5)ରେ ଆଫ୍ରିକାରେ R21 ବା ମ୍ୟାଟ୍ରିକ୍ସ-ଏମ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଛି । ଏହାର ବ୍ୟବହାର ନେଇ ଅନୁମୋଦନ ମିଳିବା ପରେ ଆସନ୍ତା ବର୍ଷ ବ୍ୟବହାର ହେବ । ଗତ ବର୍ଷ ଅକ୍ଟୋବରରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) 40-50% ପ୍ରଭାବଶାଳୀ ଥିବା ବିଶ୍ବର ପ୍ରଥମ ମ୍ୟାଲେରିଆ ବିରୋଧୀ ଟିକା ମସ୍କୁରିକ୍ସ(Mosquirix)କୁ ଅନୁମୋଦନ ଦେଇଥିଲା । ବର୍ତ୍ତମାନ ପ୍ରସ୍ତୁତ ଟୀକା 80% ଅଧିକ ପ୍ରଭାବଶାଳୀ ଅଟେ ।
ରିପୋର୍ଟ ଅନୁସାରେ ପ୍ରତିବର୍ଷ ବିଶ୍ବରେ ମ୍ୟାଲେରିଆ କାରଣରୁ 6 ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଥାଏ । ଜେନୀର୍ ଇନଷ୍ଟିଚ୍ୟୁଟ୍ ଚଳିତ ବର୍ଷ ପ୍ରାରମ୍ଭରେ ଏକ ବିବୃତ୍ତିରେ କହିଥିଲା ଯେ, ଟିକାକୁ ଅନୁମୋଦନ ମିଳିବା ପରେ SIIPL ପ୍ରତିବର୍ଷ 200 ନିୟୁତ ଡୋଜ ଟିକା ଯୋଗାଇବ, ଯାହା ଆଫ୍ରିକାରେ ପିଲାମାନଙ୍କୁ ଅଧିକ ଆକ୍ରାନ୍ତ କରୁଥିବା ମ୍ୟାଲେରିଆ ନିରାକରଣରେ ସହାୟକ ହେବ ।