ହାଇଦ୍ରାବାଦ:ଯଦି କ୍ରମାଗତ ଭାବରେ କ୍ଳାନ୍ତ ଅନୁଭବ କରୁଛନ୍ତି କିମ୍ବା ହାଡ, ମାଂସପେଶୀରେ ଯନ୍ତ୍ରଣା ସହ ଅସୁସ୍ଥ ଅନୁଭବ କରୁଛନ୍ତି ତେବେ ଏହା ଭିଟାମିନ୍-D ଅଭାବର ସମସ୍ୟା ହୋଇପାରେ । ଏଥି ସହିତ, କେଶ ଝଡିବା ମଧ୍ୟ ଭିଟାମିଡ-ଡି ର ଅଭାବ । ଭିଟାମିନ୍ ଡି ହେଉଛି ଏକ ଚର୍ବିରେ ଦ୍ରବୀଭୂତ ଭିଟାମିନ୍, ଯାହା ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ଶରୀରରେ କ୍ୟାଲସିୟମ୍ ସ୍ତର ବଜାୟ ରଖେ, ହାଡକୁ ମଧ୍ୟ ଶକ୍ତିଶାଳୀ କରେ । ତେବେ ଆସନ୍ତୁ ଜାଣିବା କେତେ ପ୍ରକାରର ଭିଟାମିନ୍-ଡି ଅଛି, ଏହାର ଅଭାବରୁ କେଉଁ ରୋଗ ହୋଇପାରେ ଏବଂ ଏବି ଅଭାବକୁ ଦୂର କରିବା କିପରି...
ଭିଟାମିନ୍-ଡି ଫ୍ୟାଟ୍ ସୋଲେବୁଲ୍ ଅର୍ଥାତ୍ ଏହା ଚର୍ବିରେ ଦ୍ରବୀଭୂତ ହୋଇଯାଏ । ଏହା ତିନି ପ୍ରକାରର D1, D2 ଯଥା ଆଗ୍ରୋ କାଲ୍ସିଫେରାଲ(Agro Calciferol) ଏବଂ ତୃତୀୟଟି ଭିଟାମିନ୍ D3 ବା କୋଲେ କାଲ୍ସିଫେରାଲ(Chole Calciferol) । ଭିଟାମିନ୍-ଡି ଅଭାବ ହେତୁ ଆମର ହାଡ ଦୁର୍ବଳ ହୋଇଯାଏ । ଏହି ଭିଟାମିନ୍ ଅନ୍ତନଳୀ ମାଧ୍ୟମରେ ଶରୀରକୁ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଫସଫେଟ୍ ଯୋଗାଇବାରେ ସାହାଯ୍ୟ କରେ । ଆମ ଶରୀରରେ ଭିଟାମିନ୍ D2 ତିଆରି ହୁଏ ନାହିଁ । ଏହା ଉଦ୍ଭିଦରୁ ମିଳିଥାଏ । ଉଦ୍ଭିଦଗୁଡିକ ସୂର୍ଯ୍ୟଙ୍କ ଅଲ୍ଟ୍ରା-ଭାୟୋଲେଟ୍ ବା ଅତି ବାଇଗଣୀ ରଶ୍ମି ସାହାଯ୍ୟରେ D2 ଉତ୍ପାଦନ କରନ୍ତି । ଆମ ଶରୀରରେ ଭିଟାମିନ୍ D3 ଉତ୍ପନ୍ନ ହୁଏ । ଏଥିପାଇଁ ଆମକୁ ସୂର୍ଯ୍ୟକିରଣରେ ବସିବା ଆବଶ୍ୟକ ।
ଭିଟାମିନ୍-ଡି ଅଭାବ କର୍କଟ ରୋଗର କାରଣ ହୋଇପାରେ:-
ଭିଟାମିନ୍-ଡି ଅଭାବ ହାଡକୁ ଅଧିକ ପ୍ରଭାବିତ କରିଥାଏ । ଏହା ସହିତ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ଖରାପ ପ୍ରଭାବ ପଡିଥାଏ । ଭିଟାମିନ୍-ଡି ର ଅତ୍ୟଧିକ ଅଭାବ ହେତୁ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ମଧ୍ୟ ଥାଏ । ଏହି ଭିଟାମିନ୍ର ଅଭାବ ଅଟୋଇମ୍ୟୁନ ଏବଂ ସ୍ନାୟୁଗତ ରୋଗର ଆଶଙ୍କା ବଢାଇଥାଏ । ସଂକ୍ରମଣ ସହିତ ଲଢିବାରେ ଭିଟାମିନ୍ ଡି ମଧ୍ୟ ସାହାଯ୍ୟ କରେ । ଯଦି ଭିଟାମିନ୍-ଡି ର ଅଭାବ ଥାଏ, ତେବେ ଏହା ସ୍ତନ, ପ୍ରୋଷ୍ଟେଟ ଏବଂ କୋଲୋନ୍ କର୍କଟ ରୋଗର କାରଣ ହୋଇପାରେ । କେବଳ ଏତିକି ନୁହେଁ, ବାରମ୍ବାର ଅସୁସ୍ଥ ମଧ୍ୟ ହୋଇପାରନ୍ତି । ବାସ୍ତବରେ, ଭିଟାମିନ୍-ଡି ଅଭାବ ହେତୁ ଶରୀରର ଅନେକ ପ୍ରକାରର ଜୀବାଣୁ ବିରୁଦ୍ଧରେ ଲଢିବାର କ୍ଷମତା କମିଯାଏ ।
କେଶ ବୃଦ୍ଧି ଏବଂ କେଶ ଝଡିବା ଲକ୍ଷଣ:-