ହାଇଦ୍ରାବାଦ: ଶୀତ ଋତୁ ଆରମ୍ଭ ହେବା ମାତ୍ରେ ଥଣ୍ଡା ପାଗ ଯୋଗୁଁ ଚର୍ମ ଶୁଖିଲା ପଡ଼ିଯାଏ । ଏଥିଲାଗି ଗୋଇଠି ମଧ୍ୟ ଫାଟିବା ଆରମ୍ଭ କରେ । ଏହା ଅତି ସାଧାରଣ କଥା ହୋଇଥିବା ବେଳେ କିଛି ଲୋକଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟେ । କିଛି ଲୋକଙ୍କ ଗୋଇଠି ଫାଟି ଅସହ୍ୟ ଯନ୍ତ୍ରଣା ହେବା ସହିତ ରକ୍ତ ମଧ୍ୟ ବାହାରିଥାଏ । ଫଳରେ ଲୋକମାନେ psoriasis ଓ eczema ଭଳି ସମସ୍ୟା ଭୋଗିଥାନ୍ତି । ଏଥିରୁ ରକ୍ଷା ପାଇବା ପାଇଁ ଘରୋଇ ଉପଚାର ସହାୟକ ହୋଇଥାଏ । ଏହା କେବଳ ଯେ ଶୁଖିଲା ବା ଥଣ୍ଡା ପାଗ ପାଇଁ ହୋଇଥାଏ ତାହା ନୁହେଁ ବରଂ ଏହାର ଅନ୍ୟାନ୍ୟ କାରଣ ରହିଛି । ତେବେ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।
- ଚଟାଣରେ ଅଧିକ ସମୟ ଠିଆ ହେବା
- ପଛ ଫାଙ୍କ ଥିବା ଜୋତା ବା ଚପଲ ପିନ୍ଧିବା
- ଗୋଇଠିରେ ମୋଟା ଚର୍ମ(Calluses) ରହିଥିଲେ
- ମେଦବହୁଳତା, ଯାହାକି ଗୋଇଠି ଉପରେ ଅଧିକ ପ୍ରଭାବ ପକାଏ
- Psoriasis ଓ eczema ଭଳି କିଛି ସମସ୍ୟା
ତେବେ କିପରି ଏହି ସମସ୍ୟାରୁ ଆମେ ମୁକ୍ତି ପାଇବା ? କିଛି ପ୍ରାକୃତିକ ବା ଘରୋଇ ଉପଚାର ମଧ୍ୟରେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।
1. ପ୍ରଚୁର ପାଣି ପିଅନ୍ତୁ(Drink Plenty of Water):-ପ୍ରଚୁର ପାଣି ପିଇବା ଦ୍ବାରା ଏହା ଆମ ଶରୀରକୁ ହାଇଡ୍ରେଟେଡ଼ ରଖିଥାଏ । ଏଣୁ ପ୍ରତିଦିନ ୩ରୁ ୪ ଲିଟର ପାଣି ପିଇବା ଆବଶ୍ୟକ । ପ୍ରଚୁର ପାଣି ପିଇବା ଦ୍ବାରା ଏହା ଗୋଇଠିକୁ ଶୁଖିବାକୁ ଦିଏ ନାହିଁ ଏବଂ ଫାଟିଯାଇଥିବା ଗୋଇଠି ପାଇଁ ମଧ୍ୟ ଏହା ଲାଭଦାୟକ ହୋଇଥାଏ ।
2. ଗୋଇଠିକୁ ଉଷୁମ ପାଣିରେ ଭିଜାଇ ରଖନ୍ତୁ(Soak your feet):-ନଖ ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ପାଦକୁ ୧୫ ମିନିଟ ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ । ଏହାପରେ ଲୁଫା ବା ନରମ ବ୍ରସ ବ୍ୟବହାର କରି ଗୋଇଠିକୁ ଘଷନ୍ତୁ । ଏହାପରେ ଏଥିରୁ ମୃତ କୋଷକୁ ହଟାଇ ଦିଅନ୍ତୁ । ଏହା ନୂଆ କୋଷ ତିଆରି କରିବାରେ ସହାୟକ ହୋଇଥାଏ ।