ହାଇଦ୍ରାବାଦ:ଓଠ..ମୁହଁର ଏଭଳି ଏକ ଅଂଶ ଯାହା ମୁଖର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ । ସାଧାରଣତଃ ଶୀତ ଋତୁରେ ବିଭିନ୍ନ ଚର୍ମ ସମସ୍ୟା ଦେଖା ଦେଇଥାଏ । ବାୟୁମଣ୍ଡଳରେ ଶୁଷ୍କତା କାରଣରୁ ଓଠର ଆର୍ଦ୍ରତା କମିଯାଇଥାଏ । ଫଳରେ ଓଠରେ ଅନେକ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ । ଏହି କାରଣ ଯୋଗୁଁ ସାଧାରଣତଃ ଶୀତ ଋତୁରେ ମଧ୍ୟ ଓଠର ବିଶେଷ ଯତ୍ନର ଆବଶ୍ୟକତା ରହିଥାଏ । କେବଳ ଶୀତ ଋତୁ କାହିଁକି ଏବେ ପାଣିପାଗରେ ପରିବର୍ତ୍ତନ ପାଇଁ ଲୋକେ ଓଠ ଶୁଷ୍କତା ହେଉବା ଫାଟିବା ସମସ୍ୟା ଦେଖା ଦେଉଛି । ଏଥିପାଇଁ ବଜାରରୁ ମିଳୁଥିବା ଲିପବାମ ଅପେକ୍ଷା ଆପଣ ଘରେ କମ ଖର୍ଚ୍ଚରେ ପ୍ରସ୍ତୁତ କରିପାରିବେ ଲିପବାମ । ଏହାର ପ୍ରସ୍ତୁତି ପ୍ରଣାଳୀ ନିମ୍ନରେ ଦିଆଗଲା ।
ଲିପବାମର ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କିଛି ଗୋଲାପ ପାଖୁଡା ନେଇ ତାର ପେଷ୍ଟ ତିଆରି କରନ୍ତୁ। ଏହାପରେ ସେଥିରେ ଏକ ବଡ ଚାମରେ ସି ବଟର ଏବଂ ଆଲମଣ୍ଡ ଅଏଲ ମିଶାନ୍ତୁ । ଏହାପରେ ସେଥିରେ ଅଧା ଚାମଚ ମହୁକୁ ପକାଇ କମ ଆଞ୍ଚରେ ଗ୍ୟାସରେ ବସାନ୍ତୁ । ସବୁ ଉପାଦାନ ଭଲ ଭାବେ ମିଶିବା ଯାଏଁ ଏହାକୁ ଗ୍ୟାସରେ ବସାନ୍ତୁ । ମିଶ୍ରଣ ବହଳିଆ ହେବା ପରେ ଗ୍ୟାସ ବନ୍ଦ କରି ଫ୍ରିଜରେ ଥଣ୍ଡା ହେବାକୁ ରଖିଦିଅନ୍ତୁ । ଏହାପରେ ଏକ ବୋଟଲରେ ରଖି ଆପଣ ଓଠରେ ଲଗାଇପାରିବେ । ରାତିରେ ଶୋଇବା ପୂର୍ବରୁ ଲଗାଇଲେ ଏକ ସପ୍ତାହ ଭିତରେ ଫରକ ଜାଣିପାରିବେ ।