ହାଇଦ୍ରାବାଦ:ସୁସ୍ଥ ଶରୀର ପାଇଁ ଉତ୍ତମ ଖାଦ୍ୟ ଜରୁରୀ ଅଟେ । ଯେପରି ଏକ କାର ଚାଲିବା ପାଇଁ ପେଟ୍ରୋଲ ଆବଶ୍ୟକ ହୋଇଥାଏ, ସେହିପରି ଆମ ଶରୀର ସଠିକ ଭାବେ କାର୍ଯ୍ୟ କରିବା ପାଇଁ ଖାଦ୍ୟ ଆବଶ୍ୟକ ହୋଇଥାଏ । ଯେକୌଣସି ବୟସରେ ସୁସ୍ଥ ରହିବା ସହିତ ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ସଠିକ ଭାବେ କାମ କରିବା ପାଇଁ ପୁଷ୍ଟିକର ଖାଦ୍ୟ ନିହାତି ଆବଶ୍ୟକ ହୋଇଥାଏ । ଶରୀର ପାଇଁ ପୃଷ୍ଟିକର ଖାଦ୍ୟର ଆବଶ୍ୟକତା ବିଷୟରେ ସମସ୍ତେ ଜାଣିଥାଆନ୍ତି କିନ୍ତୁ ବିଭିନ୍ନ କାରଣରୁ ବହୁ ସଂଖ୍ୟକ ଲୋକ, ବିଶେଷ କରି ପିଲାମାନେ ଆବଶ୍ୟକ ପରିମାଣର ପୁଷ୍ଟିକର ଖାଦ୍ୟ ଖାଇ ପାରନ୍ତିନାହିଁ । ଫଳରେ ପୁଷ୍ଟିହୀନତାର ଶିକାର ହୋଇଥାଆନ୍ତି ।
ପ୍ରତ୍ୟେକ ବ୍ୟକ୍ତି ବିଶେଷ କରି ପିଲାମାନଙ୍କର ଉପଯୁକ୍ତ ଶାରୀରିକ ଏବଂ ମାନସିକ ବିକାଶ ପାଇଁ ସୁସ୍ଥ ପୋଷଣର ଆବଶ୍ୟକତା ଯଥେଷ୍ଟ ଅଧିକା ରହିଥାଏ । ଏଭଳି ପରିସ୍ଥିତିରେ ଲୋକଙ୍କୁ ସନ୍ତୁଳିତ ଏବଂ ପୁଷ୍ଟିକର ଖାଦ୍ୟର ଉପକାର ଏବଂ ଆବଶ୍ୟକତା ବିଷୟରେ ଅବଗତ କରାଇବା ଏବଂ ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ପୁଷ୍ଟିକର ଏବଂ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବାକୁ ଜାତୀୟ ପୋଷଣ ସପ୍ତାହ ପାଳନ କରାଯାଏ । ପ୍ରତ୍ୟେକ ବର୍ଷ 1ରୁ 7 ସେପ୍ଟମ୍ବର ଯାଏଁ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ଏବଂ ଭାରତ ସରକାରଙ୍କ ତରଫରୁ ଜାତୀୟ ପୋଷଣ ସପ୍ତାହ ପାଳନ କରାଯାଏ । ତେବେ ପ୍ରତ୍ୟେକ ବର୍ଷ ଏକ ଥିମ ନେଇ ଏହି ଦିବସ ପାଳନ କରାଯାଇଥାଏ । ଚଳିତ ବର୍ଷର ଥିମ ରହିଛି 'ସମସ୍ତଙ୍କ ପାଇଁ ସୁସ୍ଥ ସୁଲଭ ଖାଦ୍ୟ' ।
ଜାତୀୟ ପୋଷଣ ସପ୍ତାହର ଇତିହାସ: ସାଧାରଣ ଜନତା ବିଶେଷ କରି ଭାରତର ପିଲାମାନଙ୍କ ମଧ୍ୟରେ ପୁଷ୍ଟିହୀନତା ହାର ହ୍ରାସ କରିବା ତଥା ସେମାନଙ୍କୁ ଶିକ୍ଷା ଦେବା ତଥା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ 1982 ମସିହାର ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଭାରତ ସରକାରଙ୍କ ଖାଦ୍ୟ ଏବଂ ପୁଷ୍ଟିକର ବୋର୍ଡ ଦ୍ବାରା ଜାତୀୟ ପୋଷଣ ସପ୍ତାହ ପାଳନ କରାଯାଇଥିଲା । ଅନ୍ତର୍ଜାତୀୟ ସ୍ତରରେ, ପ୍ରଥମ ଜାତୀୟ ପୁଷ୍ଟିକର ସପ୍ତାହ ଆମେରିକୀୟ ଡାଏଟେଟିକ୍ ଆସୋସିଏସନ୍ ଦ୍ବାରା ଆୟୋଜିତ ହୋଇଥିଲା ।
ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ 1982 ମସିହାରେ ଭାରତ ସରକାର ମଧ୍ୟ 1 ସେପ୍ଟେମ୍ବରରୁ 7 ସେପ୍ଟେମ୍ବର ପର୍ଯ୍ୟନ୍ତ ଜାତୀୟ ପୋଷଣ ସପ୍ତାହ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ । ସେବେଠାରୁ ପ୍ରତିବର୍ଷ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଜାତୀୟ ପୋଷଣ ସପ୍ତାହ ଆୟୋଜନ କରାଯାଏ । ସରକାରୀ ଏବଂ ଅଣ-ସରକାରୀ ଅନୁଷ୍ଠାନ ଏବଂ ସଂଗଠନ ଗୁଡ଼ିକ ଦ୍ୱାରା ଅନେକ ସେମିନାର, କର୍ମଶାଳା, ଶିକ୍ଷାଗତ କାର୍ଯ୍ୟକ୍ରମ, ସମ୍ମିଳନୀ ଏବଂ ଜନସଚେତନତା ଅଭିଯାନ ଆୟୋଜିତ କରାଯାଇଥାଏ ।