ହାଇଦ୍ରାବାଦ:ଆଜିକାଲି ଲୋକଙ୍କ ହୃଦୟ ସହିତ ଜଡିତ ଅଧିକ ସମସ୍ୟା ଦେଖାଯାଉଛି । ଯୁବପିଢିମାନଙ୍କ ମଧ୍ୟରେ ହୃଦଘାତର ସମସ୍ୟା ମଧ୍ୟ ଦେଖାଯାଉଛି । ଆପଣ ହୁଏତ ସୋସିଆଲ ମିଡିଆରେ ଦେଖିଥିବେ ଯେ ବ୍ୟାୟାମ କିମ୍ବା ନାଚିବା ସମୟରେ ଯୁବକମାନେ ହଠାତ୍ ତଳେ ପଡ଼ି ମୃତ୍ୟୁ ହୋଇଥାଏ । ଏହାର କାରଣ ହେଉଛି "ହୃଦଘାତ"। ଏଭଳି କ୍ଷେତ୍ରରେ କିଛି ଲୋକଙ୍କ ସମସ୍ୟା ଗମ୍ଭୀର ହେଲେ ସେମାନେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ମଧ୍ୟ କରିଥାଆନ୍ତି । ଯଦି ଦେଖାଯାଏ, ଏହା ବ୍ୟୟବହୁଳ ଅଟେ ।
ହାର୍ଟ ଟ୍ରାନ୍ସପ୍ଲାଣ୍ଚ କଣ?:ସାରା ବିଶ୍ୱରେ ହୃଦଘାତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । କୋଭିଡ ମହାମାରୀ ପରେ ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ହୃଦ୍ ରୋଗର ଚିକିତ୍ସା ପାଇଁ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ହେଉଛି ଶେଷ ବିକଳ୍ପ । ଏହା ଏକ ଚିକିତ୍ସା ପ୍ରଣାଳୀ ଯେଉଁଥିରେ ରୋଗୀର ହାର୍ଟକୁ ବାହାର କରି ଏକ ସୁସ୍ଥ ହାର୍ଟକୁ ଅସ୍ତ୍ରପୋଚାର ଦ୍ବାରା ପ୍ରତିରୋପଣ କରାଯାଇଥାଏ । ହୃଦୟ ସମ୍ବନ୍ଧୀୟ ସମସ୍ୟା ରହିଥିବା ବ୍ୟକ୍ତିମାନଙ୍କ ପାଖରେ ଯେତେବେଳେ ଅନ୍ୟ କିଛି ବିକଳ୍ପ ନଥାଏ ସେତେବେଳେ ଡାକ୍ତର ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ ପରାମର୍ଶ ଦେଇଥାଆନ୍ତି ।
ଏହା ମଧ୍ୟ ପଢନ୍ତୁ:Heart Disease: ହୃଦରୋଗରୁ ବଞ୍ଚିତ ହେବାକୁ ଚାହୁଁଛନ୍ତି କି, ଜାଣନ୍ତୁ କେଉଁ ତେଲ ସ୍ୱାସ୍ଥ୍ୟ ଉପଯୋଗୀ
ଜାତୀୟ ହୃଦୟ ପ୍ରତିରୋପଣ ବା ହାର୍ଟ ଟ୍ରାନ୍ସପ୍ଲାଣ୍ଟ ଡେ' କାହିଁକି ପାଳନ କରାଯାଏ:ହାର୍ଟ ପ୍ରତିରୋପଣ ଏକ ସହଜ କାର୍ଯ୍ୟ ନୁହେଁ । ଜଣେ ସୁସ୍ଥ ଦାତାଙ୍କ ହାର୍ଟକୁ ହିଁ ପ୍ରତିରୋପଣ କରାଯାଇଥାଏ । ଚିକିତ୍ସା ଜଗତରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ସବୁବେଳେ ଏକ ବଡ଼ ଆହ୍ବାନ ଅଟେ । ଯେତେବେଳେ ଜଣେ ଦାତା ହାର୍ଟ ଦିଏ ସେତେବେଳେ ତାର ମୃତ୍ୟୁ ସୁନିଶ୍ଚିତ ହୋଇଥାଏ । ଯଦି ଦୁଇଜଣଙ୍କ ହାର୍ଟ ମ୍ୟାଚ୍ ହୁଏ ତେବେ ହାର୍ଟ ପ୍ରତିରୋପଣ କରାଯାଇଥାଏ । ଏହି ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ନିମନ୍ତେ ଏହି ଦିବସ ପାଳନ କରାଯାଏ । କାରଣ ବୈଷୟିକ ଅଗ୍ରଗତି ପରେ ମଧ୍ୟ ହୃଦୟ ପ୍ରତିରୋପଣ ଏକ କଷ୍ଟକର କାର୍ଯ୍ୟ ଭାବେ ବିବେଚିତ ହୋଇଛି ।