ଓଡିଶା

odisha

ETV Bharat / sukhibhava

National Girlfriend Day 2023: ହୃଦୟ ସହ ଜଡିତ ବନ୍ଧୁତା, ଜାଣନ୍ତୁ ଗର୍ଲଫ୍ରେଣ୍ଡ୍‌ ଦିବସର ଇତିହାସ - ଜାତୀୟ ଗର୍ଲଫ୍ରେଣ୍ଡ ଦିବସ

ଅଗଷ୍ଟ ୧ ତାରିଖକୁ ଜାତୀୟ ଗର୍ଲଫ୍ରେଣ୍ଡ ଦିବସ ଭାବେ ପାଳନ କରାଯାଏ । ଆଜି ଗର୍ଲଫ୍ରେଣ୍ଡକୁ ସ୍ୱତନ୍ତ୍ର ଅନୁଭବ କରିବା ପାଇଁ ଦିନ ଟିଏ । ଜାଣନ୍ତୁ ଆଜି ଦିନର ଇତିହାସ...

National Girlfriend Day 2023
National Girlfriend Day 2023

By

Published : Aug 1, 2023, 12:35 PM IST

ହାଇଦ୍ରାବାଦ:ବନ୍ଧୁତ୍ୱ ଦିବସ ବ୍ୟତୀତ ଆଉ ଗୋଟିଏ ଦିନ ଅଛି, ଯାହା ଅଗଷ୍ଟ ମାସକୁ ସ୍ୱତନ୍ତ୍ର କରିଥାଏ । ଏହି ଦିବସକୁ ପ୍ରତ୍ୟେକ ଯୁବପିଢ଼ି ଅପେକ୍ଷା କରିଥାଆନ୍ତି । ତାହା ହେଉଛି ଗର୍ଲଫ୍ରେଣ୍ଡ ଡେ'। ଅଗଷ୍ଟ ମାସ ମଧ୍ୟ ଏହି ଦିନରୁ ଆରମ୍ଭ ହୋଇଥାଏ । ପ୍ରତିବର୍ଷ ଅଗଷ୍ଟ 1 ତାରିଖ ଗାର୍ଲଫ୍ରେଣ୍ଡମାନଙ୍କ ପାଇଁ ଉତ୍ସର୍ଗୀକୃତ । ଯେଉଁମାନଙ୍କର ଗର୍ଲଫ୍ରେଣ୍ଡ ଅଛନ୍ତି ସେମାନଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର । ନିଜର ଝିଅ ସାଙ୍ଗକୁ ଖୁସି କରିବା ପାଇଁ ଆଜି ସମସ୍ତେ ନିଜର ନିଜର ବେଷ୍ଟ କରିବେ । କିଏ ଡେଟ୍‌ରେ ନେବ ତ ଆଉ କିଏ ଡିନର ନାଟଟ୍‌ରେ ଚଳଚ୍ଚିତ୍ର ଦେଖାଇ, ସପିଂ କରାଇବେ । ଦୂରରେ ରହିଥିବା ସାଥିମାନେ ହ୍ବାଟ୍ସଆପରେ ମେସେଜ କରି ନିଜର ମନ କଥା କହିବା ସହ କମେଡି ସେୟାରି କହି ମନକୁ ଖୁସି କରିବେ ।

ଜୀବନର ଚଲାବାଟରେ ସାଥିଟିଏ ନିହାତି ଆବଶ୍ୟକ । ସାଥିଟିଏ ସାଙ୍ଗରେ ଥିଲେ କଣ୍ଟକିତ ପଥ ମଧ୍ୟ ଗୋଲାପ ହୋଇଯାଇଥାଏ । ସାଥି ପାଇଁ କେବଳ ଉତ୍ସର୍ଗ ହିଁ ପ୍ରେମ । ବେଳେବେଳେ ପ୍ରେମ ଅଦିନିଆ ମେଘ ଭଳି ଏମିତି ଭିଜାଇ ଦେଇଯାଏ ଯେ, ଦେହ-ମନ ପବିତ୍ର ହୋଇଯାଏ । ସମ୍ପର୍କର ସ୍ଥାୟିତ୍ୱ ଲାଗି ପ୍ରେମୀ ଯୁଗଳ ପରସ୍ପରକୁ ପ୍ରତିଶୃତି ପ୍ରଦାନ କରିଥାଆନ୍ତି । ଏହି ଦିନରେ ଉଭୟ ପରସ୍ପରକୁ ପ୍ରତିଶୃତି ଦେଇ ଜୀବନ ସାରା ବାଟ ଚାଲିବାକୁ ଶପଥ ନେଇଥାନ୍ତି ।

ଆଜିର ଯୁଗରେ ଗର୍ଲଫ୍ରେଣ୍ଡ ରହିବା ଏକ ସାଧାରଣ କଥା । ପ୍ରତ୍ୟେକ ଝିଅ ଆଜିର ଦିନକୁ ଅପେକ୍ଷା କରିଥାଆନ୍ତି । କାରଣ ଆଜିର ଦିନ କେବଳ ଗର୍ଲଫ୍ରେଣ୍ଡମାନଙ୍କ ପାଇଁ ହୋଇଥାଏ। ଯଦି ଆପଣ ମଧ୍ୟ ନିଜର ଗର୍ଲଫ୍ରେଣ୍ଡକୁ ଖୁସି କରିବାକୁ ଚାହାନ୍ତି ତେବେ ହୃଦୟସ୍ପର୍ଶି ମେସେଜ କରି ଖୁସି କରାନ୍ତୁ। ବାସ୍ତବରେ, ଅଗଷ୍ଟ ପ୍ରଥମ ତାରିଖ ପ୍ରେମୀଯୁଗଳଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ପ୍ରତିବର୍ଷ ଏହି ଦିନରେ ଜାତୀୟ ଗର୍ଲଫ୍ରେଣ୍ଡ ଦିବସ ପାଳନ କରାଯାଏ। ପ୍ରତିବର୍ଷ ବହୁ ସଂଖ୍ୟକ ଲୋକ ବିଶେଷ କରି ଯୁବକମାନେ ଅନେକ ଉତ୍ସବ ପାଳନ କରନ୍ତି। ଏହି ବିଶେଷ ଦିନରେ ଗର୍ଲଫ୍ରେଣ୍ଡକୁ ହୃଦୟ କଥା କହିବାର ସୁଯୋଗ ରହିଥାଏ।

ଏହା ମଧ୍ୟ ପଢନ୍ତୁ:ସୁଖ ଦୁଃଖର ସାଥୀ ବନ୍ଧୁ; ଯେଉଁ ସମ୍ପର୍କରେ ନଥାଏ କିଛି ସର୍ତ୍ତ...

ଆଜିକାଲି, ଯଦିଓ ଜୀବନ ବ୍ୟସ୍ତବହୁଳ ହୋଇଯାଇଛି କିନ୍ତୁ ହୃଦୟର ସମ୍ପର୍କ ପାଇଁ ନିଜର କାମଠାରୁ କିଛି ସମୟ ବାହାର କରି ଗର୍ଲଫ୍ରେଣ୍ଡ ପାଇଁ ଦେବାର ଆବଶ୍ୟକତା ରହିଛି । କାରଣ ପ୍ରକୃତ ପ୍ରେମ ପ୍ରତିଦିନ ଘଟେ ନାହିଁ, କିମ୍ବା ସମସ୍ତେ ତାହା ପାଆନ୍ତି ନାହିଁ । ଉଲ୍ଲେଖଥାଉ କି, କେବଳ ଗର୍ଲଫ୍ରେଣ୍ଡ ଦିବସ ପାଳନ କରାଯାଏ ନାହିଁ, ବରଂ ପ୍ରତିବର୍ଷ ଅକ୍ଟୋବର 3 ତାରିଖରେ ଜାତୀୟ ପ୍ରେମିକ ଦିବସ ମଧ୍ୟ ପାଳନ କରାଯାଏ ।

ଜାତୀୟ ଗର୍ଲଫ୍ରେଣ୍ଡ ଦିବସର ଇତିହାସ: ଆଜିର ଦିବସକୁ ପାଳନ କରିବା ପଛରେ ଅନେକ କାହାଣୀ ରହିଛି । କିନ୍ତୁ କୌଣସି କାହାଣୀର ଲିଖିତ ତଥ୍ୟ ନାହିଁ । ଅର୍ଥାତ ଏହାର କୌଣସି ଇତିହାସ ନାହିଁ । ଅବଶ୍ୟ, ଏହି ବିଶେଷ ଦିନ ବିଷୟରେ ସବୁଠାରୁ ଲୋକପ୍ରିୟ କାହାଣୀ ହେଉଛି, ବାସ୍ତବରେ 2002 ମସିହାରେ, 'ଗର୍ଲଫ୍ରେଣ୍ଡ ଗେଟ୍‌ୱେ' ନାମକ ଏକ ପୁସ୍ତକ ପ୍ରକାଶିତ ହୋଇଥିଲା । ଯେଉଁଥିରେ ଇସ୍କ୍‌-ମୋହବତର ଅନେକ କାହାଣୀ ଥିଲା । ଏଭଳି ପରିସ୍ଥିତିରେ ଏହାକୁ ଲୋକମାନଙ୍କ ମଧ୍ୟରେ ଲୋକପ୍ରିୟ କରିବା ପାଇଁ ଏକ ବିଶେଷ ଦିନ ସ୍ଥିର କରାଯାଇଥିଲା । ସେହିଦିନ 2002 ମସିହା ଅଗଷ୍ଟ 1 ତାରିଖ ରହିଥିଲା । ସେହି ଦିନଠାରୁ ପ୍ରତିବର୍ଷ ଅଗଷ୍ଟ 1 ତାରିଖକୁ ଗର୍ଲଫ୍ରେଣ୍ଡ ଡେ' ଭାବରେ ପାଳନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details