ଓଡିଶା

odisha

ETV Bharat / sukhibhava

ଅନ୍ନଦାତାଙ୍କ ଦିନ, କ୍ଷୁଧାମୁକ୍ତ ଭାରତ ଗଠନରେ କୃଷକଙ୍କ ଭୂମିକା ଅତୁଳନୀୟ - ଚୌଧରୀ ଚରଣ ସିଂଙ୍କ ଜନ୍ମଦିବସ

National Farmers' Day 2023: କୃଷକ ହେଉଛନ୍ତି ଭାରତୀୟ ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଦେଶବାସୀଙ୍କୁ ଖାଦ୍ୟ ଯୋଗାଇଥାଏ କୃଷକ । ଭାରତର ପ୍ରଧାନମନ୍ତ୍ରୀ ଚୌଧରୀ ଚରଣ ସିଂଙ୍କ ଜନ୍ମ ଦିବସକୁ ଅର୍ଥାତ ଡିସେମ୍ବର 23 ତାରଖକୁ ଜାତୀୟ କୃଷକ ଦିବସ ଭାବେ ପାଳନ କରାଯାଏ । ଅଧିକ ପଢନ୍ତୁ

National Farmers' Day 2023
National Farmers' Day 2023

By ETV Bharat Odisha Team

Published : Dec 23, 2023, 10:03 AM IST

ହାଇଦ୍ରାବାଦ:ଆଜି ଜାତୀୟ କୃଷକ ଦିବସ । କୃଷକ ଅର୍ଥାତ ଅନ୍ନଦାତାଙ୍କ ପାଇଁ ଦିନଟିଏ । ପୂର୍ବତନ ତଥା ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧରୀ ଚରଣ ସିଂଙ୍କ ଜନ୍ମଦିନ ଅବସରରେ ଜାତୀୟ କୃଷକ ଦିବସ ପାଳନ କରାଯାଏ । ଦେଶର ବିକାଶରେ କୃଷକଙ୍କ ଭୂମିକା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଡିସେମ୍ବର 23 ତାରିଖରେ ପାଳନ କରାଯାଏ ।

ଚୌଧରୀ ଚରଣ ସିଂ କିଏ: କୃଷକଙ୍କ ମସିହା କୁହାଯାଉଥିବା ଚୌଧରୀ ଚରଣ ସିଂ ଜଣେ ଜଣାଶୁଣା ନେତା ଥିଲେ । ସେ 1902 ମସିହା ଡିସେମ୍ବର 23 ତାରିଖରେ ଉତ୍ତରପ୍ରଦେଶର ମିରଟ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ଯଦି କହିବା ଅଳ୍ପ ସମୟର ପାଇଁ ସେ ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ହୋଇଥିଲେ । 1979ରୁ 1980 ଯାଏଁ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ଚରଣ ସିଂ ମଧ୍ୟ ଦେଶର ପିତା ମହାତ୍ମାଗାନ୍ଧୀଙ୍କ ନୀତି ଦ୍ବାରା ଗଭୀର ପ୍ରଭାବିତ ହୋଇଥିଲେ । ଏହାସହ ସେ ଦେଶକୁ ସ୍ବାଧୀନତା ଦେବା ପାଇଁ ଆନ୍ଦୋଳନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ ଏବଂ ଭାରତର ଗ୍ରାମାଞ୍ଚଳର କୃଷକମାନେ ସମ୍ମୁଖୀନ ହେଉଥିବା ଆହ୍ବାନର ମୁକାବିଲା ପାଇଁ ତାଙ୍କର ରାଜନୈତିକ କ୍ୟାରିଅରକୁ ଉତ୍ସର୍ଗ କରିଥିଲେ।

ଚୌଧରୀ ଚରଣ ସିଂଙ୍କ କାର୍ଯ୍ୟକାଳ:ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରରେ ଅର୍ଥମନ୍ତ୍ରୀ ଭାବରେ ସେ ଗାଁ ଓ ଚାଷୀଙ୍କୁ ପ୍ରାଥମିକତା ଦେଇ ଏକ ବଜେଟ ପ୍ରସ୍ତୁତ କରିଥିଲେ । ଦେଶର କୃଷକମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଥିଲେ । ଦେଶର କୃଷକମାନଙ୍କ ସମସ୍ୟା ବିଷୟରେ ସଚେତନତା ପାଇଁ ସେ 1978 ମସିହା ଡିସେମ୍ବର 23 ତାରିଖରେ କିଷାନ ଟ୍ରଷ୍ଟ ପ୍ରତିଷ୍ଠା କରିଥିଲେ । ଅନେକ ସମୟରେ ଚାଷୀମାନେ ଶୋଷଣର ସମ୍ମୁଖୀନ ହେଉଥିବା ବେଳେ ଏଥିରୁ ମୁକ୍ତି ପାଇଁ ସେ ସର୍ବଦା ଚେଷ୍ଟା ଜାରି ରଖିଥିଲେ । ଏହାପରେ 2001 ମସିହାରେ ଭାରତ ସରକାର ଚୌଧରୀ ଚରଣ ସିଂଙ୍କ ଜନ୍ମ ଦିବସକୁ କିଷାନ ଦିବସ ହିସାବରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେହି ଦିନ ଠାରୁ ପ୍ରତିବର୍ଷ ଡିସେମ୍ବର 23 ତାରଖକୁ ଜାତୀୟ କୃଷକ ଦିବସ ହିସାବରେ ପାଳନ କରାଯାଉଛି ।

କୃଷି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ: କୃଷି କ୍ଷେତ୍ର ଭାରତର ଅର୍ଥନୀତିର ମେରୁଦଣ୍ଡ ହୋଇ ରହିଛି । ଅର୍ଥନୈତିକ ଅଭିବୃଦ୍ଧିରେ ଏହାର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି । ଜିଭିଏରେ 17.8 ପ୍ରତିଶତ ଅବଦାନ ରହିଛି । ଦେଶର ରପ୍ତାନିରେ ମଧ୍ୟ କୃଷିର ଉଲ୍ଲେଖନୀୟ ଅବଦାନ ରହିଛି । 2021-22 ରେ ଏହା 50.2 ବିଲିୟନ ଡ଼ଲାରରେ ପହଞ୍ଚିଛି ।

ଏହା ମଧ୍ୟ ପଢନ୍ତୁ: ଏଣିକି 30 ନୁହେଁ 90 ଦିନ ଖୋଲା ରହିବ କାଳିଆ ଅଭିଯୋଗ ପୋର୍ଟାଲ

ଭାରତୀୟ କୃଷକମାନେ ସମ୍ମୁଖୀନ ହେଉଥିବା ଆହ୍ବାନ:କୃଷି କ୍ଷେତ୍ରରେ ଭାରତୀୟ କୃଷକମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ଭାରତୀୟ କୃଷକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡିକ ଏକ ପ୍ରକାର ଆହ୍ବାନ ସୃଦଶ ଅଟେ । ଅମଳ ସମୟରେ ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ ଅନେକ କ୍ଷୟକ୍ଷତି କରିଥାଏ । ଚାଷୀଙ୍କୁ ଋଣ ପରିଶୋଧ କରିବାରେ ସମସ୍ୟା ହୋଇଥାଏ । 2022 ମସିହାରେ ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB)ର ରିପୋର୍ଟ ଅନୁସାରେ, ଭାତରେ ପ୍ରତି ଘଣ୍ଟାରେ ଜଣେ କୃଷକ ପ୍ରାଣ ହରାଇଥାଆନ୍ତି । 2022 ମସିହାରେ କୃଷି ପାଇଁ ଆତ୍ମହତ୍ୟା ହାର ମଧ୍ୟ ବୃଦ୍ଧି ପାଇଥିବା ଦର୍ଶାଯାଇଥିଲା । 2023 ମସିହା ଡିସେମ୍ବର 4 ତାରିଖରେ ପ୍ରକାଶିତ ତଥ୍ୟ ଅନୁସାରେ, ଦେଶରେ ପ୍ରାୟ 11,290 ଚାଷୀ ଆତ୍ମହତ୍ୟା କରିଛନ୍ତି ।

ତେବେ ଅନେକ ଆହ୍ବାନର ସମ୍ମୁଖୀନ ହେଉଥିବା ବେଳେ ଚାଷୀଙ୍କ ପାଇଁ ଭାରତ ସରକାର ମଧ୍ୟ ଅନେକ କୃଷକ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି । 2019 ମସିହାରେ ପ୍ରଧାନମନ୍ତ୍ରୀ କିଷାନ ମନ ଧନ ଯୋଜନା କାର୍ଯ୍ୟକାରୀ କରିଥିଲେ । ଅନ୍ୟପଟେ ବିହନ ଯୋଜନା, କିଷାନ୍ ସମ୍ମାନ ନିଧି ଯୋଜନା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୋଲାର ଯୋଜନା ମଧ୍ୟ ରହିଛି । ଏହା ସହିତ ପ୍ରାକୃତିର ବିପର୍ଯ୍ୟୟରେ ସହାୟକ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସହିତ ପାଣିପାଗ ଭିତ୍ତିକ ଫସଲ ବୀମା ଯୋଜନା ପାଇଁ ଲକ୍ଷ୍ୟ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details