ହାଇଦ୍ରାବାଦ:ଆଖି ବା ଚକ୍ଷୁ ଦାନକୁ ମହାଦାନ କୁହାଯାଏ । କାରଣ ଦୃଷ୍ଟିବାଧିତମାନେ ଏହି ଦାନ ଦ୍ୱାରା ବିଶ୍ୱ ଦେଖିବାର ସୁଯୋଗ ପାଆନ୍ତି । କିନ୍ତୁ ସାମାଜିକ ଏବଂ ଧାର୍ମିକ ପରମ୍ପରା ଯୋଗୁଁ କିମ୍ବା ଭୟ ଏବଂ ଦ୍ୱନ୍ଦ୍ୱ ଯୋଗୁଁ ଲୋକମାନେ ଆଖି ଦାନ କରିବାକୁ ଭୟ କରନ୍ତି । ଅନ୍ୟପକ୍ଷରେ, ଯେଉଁମାନେ ଚକ୍ଷୁଦାନ କରିବାକୁ ଚାହାଁନ୍ତି, ଆଖି ପ୍ରତିରୋପଣ ସହ ଜଡିତ ଆବଶ୍ୟକୀୟ ସୂଚନା ଅଭାବରୁ ସେମାନେ ଆଖି ଦାନ କରିବାରେ ସକ୍ଷମ ହୁଅନ୍ତି ନାହିଁ । ଭାରତରେ ଚକ୍ଷୁ ଦାନ ବିଷୟରେ ଜନସଚେତନତା ବୃଦ୍ଧି କରାଇବା ସହିତ ଲୋକଙ୍କୁ ଏହା ସହ ଜଡିତ ଭୁଲ ଧାରଣାର ସତ୍ୟତା ବିଷୟରେ ଅବଗତ କରାଇବା ଏବଂ ମୃତ୍ୟୁ ପରେ ଲୋକଙ୍କୁ ଆଖି ଦାନ ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ 25 ଅଗଷ୍ଟରୁ 8 ସେପ୍ଟେମ୍ବର ପର୍ଯ୍ୟନ୍ତ ଜାତୀୟ ଚକ୍ଷୁ ଦାନ ସପ୍ତାହ ପାଳନ କରାଯାଇଥାଏ ।
2020 ମସିହାରେ ଦୁଇଟି ଆନ୍ତର୍ଜାତିକ ଅନୁଷ୍ଠାନ ଯଥା ଭିଜନ ଲୋସ୍ ଏକ୍ସପର୍ଟ ଗ୍ରୁପ୍ ଏବଂ ଇଣ୍ଟରନ୍ୟାସନାଲ ଏଜେନ୍ସି ଫର ପ୍ରିଭେନସନ୍ ଅଫ୍ ବ୍ଲାଇଣ୍ଡେନ୍ସ୍ ଦ୍ବାରା ଦୃଷ୍ଟିବାଧିତ ଉପରେ ସର୍ଭେ କରାଯାଇ ରିପୋର୍ଟ ପ୍ରକାଶ କରାଯାଇଥିଲା । ତେବେ ବିଶ୍ବର ସମସ୍ତ ଦେଶ ମଧ୍ୟରୁ ଭାରତରେ ଅଧିକ ଦୃଷ୍ଟିବାଧିତ ରହିଥିବା ନେଇ ରିପୋର୍ଟରେ ପ୍ରକାଶିତ ହୋଇଥିଲା । ରିପୋର୍ଟରେ କୁହାଯାଇଛି ଯେ, 2020 ସୁଦ୍ଧା ଭାରତରେ ପ୍ରାୟ 92 ଲକ୍ଷ ଲୋକ ଦୃଷ୍ଟିବାଧିତ ହୋଇଥିବାବେଳେ ଚାଇନାରେ ଦୃଷ୍ଟିବାଧିତଙ୍କ ସଂଖ୍ୟା 89 ଲକ୍ଷ ରହିଥିଲା । ଏହି ରିପୋର୍ଟରେ ଗତ 30 ବର୍ଷ ମଧ୍ୟରେ ଭାରତରେ ସମୀପ ଦୃଷ୍ଟି କିମ୍ବା ପ୍ରେସବୋପିଆ ମାମଲା ଦ୍ୱିଗୁଣିତ ହୋଇଥିଲା । ରିପୋର୍ଟ ଅନୁଯାୟୀ, 1990 ମସିହାରେ ପ୍ରାୟ 5.77 କୋଟି ମାମଲା ପଞ୍ଜୀକୃତ ହୋଇଥିଲା ଏବଂ 2019 ମସିହାରେ 13.76 କୋଟି ଭାରତୀୟ ଦୃଷ୍ଟିବାଧିତ ରହିଥିବା ରିପୋର୍ଟରେ କୁହାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ: Diabetes symptoms: ଆଖି କୁହେ ମଧୁମେହ ଲକ୍ଷଣ, ଏମିତି ଚିହ୍ନିପାରିବେ କହିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ