ହାଇଦ୍ରାବାଦ: ଯେତେବେଳେ ଅଳ୍ପ ବୟସରେ ନିଶା ସେବନର ଅଭ୍ୟାସ ହୋଇଯାଏ, ସେତେବେଳେ ଏହାକୁ ତ୍ୟାଗ କରିବା କଷ୍ଟକର ହୋଇପଡ଼େ । ଆଧୁନିକତା ନାମରେ ଯୁବକମାନେ ନିଶା ସେବନ କରନ୍ତି । ଶତାବ୍ଦୀ ଧରି ଡ୍ରଗ୍ସ ଏବଂ ନିଶା ସେବନ ଆମ ସମାଜର ଏକ ଅଂଶ ହୋଇ ରହିଆସିଛି । ଯୁବପିଢି ଦିନକୁ ଦିନ ଏହାକୁ ଆପଣାଉଥିବା ବେଳେ ଏହି ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ଦେଶରେ ନିଶା ଦ୍ରବ୍ୟ ନଷ୍ଟ ଦିବସ ପାଳନ କରାଯାଉଛି ।
ଭାରତରେ ନିଶାଦ୍ରବ୍ୟର ବ୍ୟବହାର:ଭାରତୀୟ ଡ୍ରଗ୍ ସିଣ୍ଡିକେଟ୍ର ପଶ୍ଚିମ ୟୁରୋପ, କାନାଡା, ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆମେରିକାର ଦେଶମାନଙ୍କ ସହିତ ମଧ୍ୟ ସମ୍ପର୍କ ରହିଛି । ଏନ୍ସିବି ଆକଳନ କରିଛି ଯେ ପ୍ରତିବର୍ଷ ଭାରତର ବିଭିନ୍ନ ସହରରେ କେବଳ 360 ମେଟ୍ରିକ୍ ଟନ୍ ହିରୋଇନ୍ କାରବାର କରାଯାଏ । ପରିସଂଖ୍ୟାନ ଅନୁଯାୟୀ, 20 ଲକ୍ଷ କଏଦୀ ପ୍ରତିଦିନ 1000 କିଲୋଗ୍ରାମ ହିରୋଇନ ବ୍ୟବହାର କରନ୍ତି ।
ନିଶା ଦ୍ରବ୍ୟ ଭାରତକୁ କିପରି ଆସେ: ଭାରତ ଗୋଲଡେନ୍ କ୍ରେସେଣ୍ଟ୍ ଏବଂ ଗୋଲ୍ଡେନ୍ ଟ୍ରାଏଙ୍ଗେଲ ଭଳି ପ୍ରମୁଖ ଡ୍ରଗ୍ ନେଟୱାର୍କର କେନ୍ଦ୍ରରେ ଅବସ୍ଥିତ । ଏହି କାରଣରୁ, ଏହା ଏକ ବାଣିଜ୍ୟ ମାର୍ଗ ଏବଂ ଡ୍ରଗ୍ ଚୋରା ଚାଲାଣକାରୀଙ୍କ ପାଇଁ ଏକ ଉତ୍ତମ ବଜାର ଭାବେ କାର୍ଯ୍ୟ କରେ । ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଏକ ରିପୋର୍ଟରେ କହିଛି ଯେ, ଦେଶରେ 23 ଲକ୍ଷ ଲୋକ ନିଶା ସେବନ କରୁଛନ୍ତି । ତେଣୁ ଏଠାରେ ନିଶା ଦ୍ରବ୍ୟର କାରବାର ସହ ବ୍ୟବହାର ଅଧିକ ହୋଇଥାଏ ।
ନିଶା ସେବନରୁ ମୁକ୍ତି ପାଇଁ ଉପାୟ