ଓଡିଶା

odisha

By ETV Bharat Odisha Team

Published : Nov 7, 2023, 11:06 AM IST

ETV Bharat / sukhibhava

National Cancer Awareness Day: 2040 ସୁଦ୍ଧା ପ୍ରତିବର୍ଷ ଚିହ୍ନଟ ହୋଇପାରନ୍ତି 20 ଲକ୍ଷ ରୋଗୀ

ଆଜି ଜାତୀୟ କର୍କଟ ସଚେତନତା ଦିବସ । ତେବେ ଭାରତରେ ପ୍ରତିବର୍ଷ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ 2040 ସୁଦ୍ଧା ପ୍ରତିବର୍ଷ 20 ଲକ୍ଷ ରୋଗୀ ଚିହ୍ନଟ ହୋଇପାରନ୍ତି ବୋଲି କହିଛନ୍ତି ବିଶେଷଜ୍ଞ । ଅଧିକ ପଢ଼ନ୍ତୁ

National Cancer Awareness Day
National Cancer Awareness Day

ହାଇଦ୍ରାବାଦ:ବିଶ୍ୱ ସ୍ତରରେ କର୍କଟ ଏକ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ହୋଇ ଉଭା ହୋଇଛି । ଏହି ରୋଗରେ ଆକ୍ରାନ୍ତ ରୋଗୀ ଏବଂ ମୃତ୍ୟୁସଂଖ୍ୟା ମଧ୍ୟ ବର୍ଷକୁ ବର୍ଷ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ମଧ୍ୟ ଗତ 10 ବର୍ଷ ଭିତରେ କର୍କଟ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଛୋଟ ଛୁଆଙ୍କଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଯଦି ଜୀବନଶୈଳୀ ଏବଂ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ କରାନଯାଏ, ତେବେ କିଛି ବର୍ଷ ମଧ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି କୁହାଯାଇଛି । ଆସନ୍ତା କିଛି ବର୍ଷ ମଧ୍ୟରେ କର୍କଟ ରୋଗୀ ଏବଂ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି କୁହାଯାଇଛି। ଏହା ସ୍ବାସ୍ଥ୍ୟସେବା ଉପରେ ଏକ ବଡ଼ ଚାପ ହେବ । ଏହାର ବିପଦକୁ ବିଚାରକୁ ନେଇ ସମସ୍ତେ କର୍କଟ ରୋଗକୁ ରୋକିବା ପାଇଁ ପଦକ୍ଷେପ ନେବା ଆବଶ୍ୟକ ବୋଲି କୁହାଯାଇଛି ।

କର୍କଟ ରୋଗକୁ ଶୀଘ୍ର ଚିହ୍ନଟ, ପ୍ରତିରୋଧ ଏବଂ ଚିକିତ୍ସା ବିଷୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ 7 ନଭେମ୍ବରରେ ଭାରତରେ ଜାତୀୟ କର୍କଟ ସଚେତନତା ଦିବସ ପାଳନ କରାଯାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଭାରତରେ କର୍କଟ ରୋଗର ହାର ପଶ୍ଚିମ ଦେଶମାନଙ୍କ ପରି ଦ୍ରୁତ ଗତିରେ ବୃଦ୍ଧି ପାଉ ନାହିଁ । କିନ୍ତୁ ଜନସଂଖ୍ୟା ବୃଦ୍ଧି ଏବଂ ସଚେତନତାର ଅଭାବ ଯୋଗୁଁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

2040 ସୁଦ୍ଧା ପ୍ରତିବର୍ଷ 20 ଲକ୍ଷ ରୋଗୀ ଚିହ୍ନଟ ହୋଇପାରନ୍ତି:ଭାରତୀୟ କଂଗ୍ରେସ (ଆଇସିସି)ର ଉଦଘାଟନୀ ଉତ୍ସବରେ ଉପସ୍ଥାପିତ କରାଯାଇଥିବା ତଥ୍ୟ ଅନୁଯାୟୀ, ଦେଶରେ ପ୍ରତିବର୍ଷ 1.4 ମିଲିୟନ (14 ଲକ୍ଷ) ଲୋକ କ୍ୟାନ୍ସରରେ ଆକ୍ରାନ୍ତ ହେଉଛନ୍ତି । ତେବେ 2040 ସୁଦ୍ଧା ଏହି ସଂଖ୍ୟା 20 ଲକ୍ଷକୁ ବୃଦ୍ଧି ପାଇପାରେ। ତଥ୍ୟ ଅନୁସାରେ ଭାରତରେ ସର୍ବାଧିକ ସଂଖ୍ୟକ କର୍କଟ ରୋଗୀ ଉତ୍ତର-ପୂର୍ବ ରାଜ୍ୟରୁ ଚିହ୍ନଟ ହେଉଛନ୍ତି । ମିଜୋରାମର ରାଜଧାନୀ ଆଇଜ୍‌ୱାଲ୍‌ରେ ପ୍ରତି 1 ଲକ୍ଷ ଜନସଂଖ୍ୟାରେ 270ଜଣ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ କର୍କଟ ରୋଗକୁ ରୋକିବା ପାଇଁ କମ ବୟସରୁ ଉଦ୍ୟମ କରିବା ସହିତ କେତେକ ଖରାପ ଅଭ୍ୟାସଠାରୁ ଦୂରରେ ରହିବା ଆବଶ୍ୟକ ବୋଲି କୁହାଯାଇଛି।

ମଦ୍ୟାପାନ ଏବଂ ତମାଖୁ ସେବନ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ: କ୍ୟାନ୍ସର ପାଇଁ ଅନେକ କାରଣ ଦାୟୀ ଅଟେ । ତେବେ ମୁଖ୍ୟତଃ ମଦ୍ୟପାନ ଏବଂ ତମାଖୁ ସେବନ ସେଥିମଧ୍ୟରୁ ମୁଖ୍ୟ କାରଣ ଅଟେ । ତମାଖୁ ସେବନ ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହେବା ସହିତ ରୋଗ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ମଦ୍ୟପାନ ଦ୍ବାରା ଖାଦ୍ୟନଳୀ, ସ୍ତନ, ଯକୃତ ସହିତ ଅନେକ ପ୍ରକାର କର୍କଟ ରୋଗ ହେବାର ସମ୍ଭାବନା ଅଧିକ ଦେଖାଯାଇଥାଏ ।

ଏହା ମଧ୍ୟ ପଢନ୍ତୁ: National Cancer Awareness Day: ସଚେତନ ହେଲେ ହାରିବ କର୍କଟ

ଶାରୀରିକ ନିଷ୍କ୍ରିୟତା ମୁଖ୍ୟ ବିପଦ: ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଶାରୀରିକ ନିଷ୍କ୍ରିୟତା ଏକ ମୁଖ୍ୟ ସମସ୍ୟା ଭାବେ ବିବେଚନା କରାଯାଏ । ଏହା କର୍କଟ ରୋଗର ଆଶଙ୍କାକୁ ମଧ୍ୟ ବୃଦ୍ଧି ପାଇଥାଏ । ଶାରୀରିକ ନିଷ୍କ୍ରିୟତା ଅନ୍ତନଳୀ, ସ୍ତନ ଏବଂ ପ୍ରୋଷ୍ଟେଟ୍‌, ଗର୍ଭାଶୟ ଏବଂ ଫୁସ୍‌ଫୁସ୍‌ କର୍କଟ ହେବାର ଆଶଙ୍କାକୁ ବୃଦ୍ଧି କରିଥାଏ ।

ନିକଟରେ ହୋଇଥିବା ଏକ ଅନୁସନ୍ଧାନରେ ଅନୁସନ୍ଧାନକାରୀମାନେ କହିଛନ୍ତି, ନିୟମିତ ବ୍ୟାୟାମ କରିବା ଦ୍ୱାରା କର୍କଟ ରୋଗର ଆଶଙ୍କାକୁ କିଛି ମାତ୍ରାରେ କମ୍‌ କରାଯାଇ ପାରେ। ଖରାପ ଖାଦ୍ୟାଭ୍ୟାସ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ହେତୁ ଗର୍ଭାଶୟ, ସ୍ତନ, ଅଗ୍ନାଶୟ ଏବଂ କୋଲୋନ୍ କର୍କଟ ରୋଗର ଆଶଙ୍କା 30 ପ୍ରତିଶତ ବୃଦ୍ଧି ପାଇଥାଏ ।

ଚାପ ଏବଂ କର୍କଟ ରୋଗ: ଅଧ୍ୟୟନରୁ ଜଣାପଡ଼ିଛି ଯେ, ଅଧିକ ଚାପ କର୍କଟ ରୋଗ ସୃଷ୍ଟି କରିପାରେ ନାହିଁ, କିନ୍ତୁ ଏହାର ବିପଦକୁ ବୃଦ୍ଧି କରିଥାଏ । ଚାପଗ୍ରସ୍ତ ପରିସ୍ଥିତି ଶରୀରରେ କେତେକ ହରମୋନର ସ୍ତରକୁ ବଢାଇଥାଏ । ଯାହା କର୍କଟ ରୋଗର ଆଶଙ୍କାକୁ ବୃଦ୍ଧି କରିଥାଏ ବୋଲି ଏକ ରିପୋର୍ଟରୁ ଜଣା ପଡ଼ିଛି । ଧୂମ୍ରପାନ ଏବଂ ଅତ୍ୟଧିକ ମଦ୍ୟପାନ ଅଭ୍ୟାସ ଭଳି ଚାପ ଯୋଗୁଁ କର୍କଟ ରୋଗ ହେବାର ଆଶଙ୍କା ଅଧିକ ରହିଥାଏ ।

ABOUT THE AUTHOR

...view details