ଓଡିଶା

odisha

ETV Bharat / sukhibhava

National Bone and Joint Day 2023: ମହିଳାଙ୍କ କ୍ଷେତ୍ରରେ ଶୀଘ୍ର କମିଥାଏ ହାଡର ଘନତ୍ବ, ଜାଣନ୍ତୁ ଲକ୍ଷଣ - ମହିଳାଙ୍କ କ୍ଷେତ୍ରରେ ଶୀଘ୍ର କମିଥାଏ ହାଡର ଘନତ୍ବ

ଅସ୍ଥି ସମସ୍ୟା ଜୀବନଶୈଳୀରେ ବାଧା ସୃଷ୍ଟି କରିପାରେ । ତେଣୁ ରୋଗକୁ ଚିହ୍ନଟ କରିବା ଗୁରୁତ୍ବପୂର୍ଣ୍ଣ । ଅଧିକ ପଢନ୍ତୁ

National Bone and Joint Day 2023
National Bone and Joint Day 2023

By

Published : Aug 4, 2023, 7:04 AM IST

ହାଇଦ୍ରାବାଦ:ହାଡ ଶରୀର ପାଇଁ ଅନେକ କାର୍ଯ୍ୟ କରିଥାଏ । ଅଙ୍ଗକୁ ସୁରକ୍ଷା ଦେବା, ମାଂସପେଶୀକୁ ଶକ୍ତ ରଖିବା ଏବଂ କ୍ୟାଲସିୟମ ସଂରକ୍ଷଣ କରିବାରେ ସହାୟକ ହୋଇଥାଏ । ଶକ୍ତିଶାଳୀ ହାଡ ଗଠନ ଏବଂ ହାଡର ସ୍ୱାସ୍ଥ୍ୟ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ହାଡର ସୁସ୍ଥତା ବଜାୟୀ ରଖିବା ଗୁରୁତ୍ୱପୂର୍ଣ୍ଣ । ବିଶେଷକରି 30 ବର୍ଷ ପରେ ମହିଳାମାନେ ହାଡର ଘନତା ହରାଇଥାଆନ୍ତି । କୁହାଯାଏ ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କର ହାଡ ଅଧିକା ଦୁର୍ବଳ ହୋଇଥାଏ ।

ହରମୋନ କ୍ଷରଣର ମାତ୍ରା କମିଯାଏ:ଭାରତରେ ପ୍ରାୟ 46 ନିୟୁତ ମହିଳା ଅଷ୍ଟିଓପୋରୋସିସ୍ ରୋଗରେ ପୀଡିତ । ଯାହା ହାଡକୁ ଦୁର୍ବଳ କରିଥାଏ । 50 ବର୍ଷ ବୟସ ପରେ, ଅନେକ ମହିଳା ଅଷ୍ଟିଓପୋରୋସିସ୍ ସମ୍ବନ୍ଧୀୟ ସମସ୍ୟା ଭୋଗିଥାଆନ୍ତି । ମହିଳାମାନେ ଅଷ୍ଟିଓପୋରୋସିସ୍ ଏବଂ ଅଷ୍ଟିଓପେନିଆର ଅଧିକ ବିପଦରେ ଥାଆନ୍ତି କାରଣ ମହିଳାଙ୍କ ହାଡ ସାମାନ୍ୟ ଘନ ଏବଂ ପୁରୁଷଙ୍କ ତୁଳନାରେ କମ୍ ଶକ୍ତ ରହିଥାଏ । ମେନୋପାଜ୍ ପରେ ସାଧାରଣତଃ ମହିଳାମାନଙ୍କ ଠାରେ ଅଷ୍ଟିଓପୋରୋସିସ୍ ଦେଖାଯାଏ, କାରଣ ହରମୋନ୍ କ୍ଷରଣର ସ୍ତର କମିଯାଏ ।

ଏହା ମଧ୍ୟ ପଢନ୍ତୁ:Health Tips: ଆଣ୍ଠୁ ଗଣ୍ଠି ସମସ୍ୟା ଦେଖାଦେଉଛି କି, ଏହି ସବୁ ଅଭ୍ୟାସ ଦୁର୍ବଳ କରେ ହାଡ

ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ:ବନ ଏବଂ ଜଏଣ୍ଟ ସମ୍ବନ୍ଧୀୟ ରୋଗ ହଠାତ ଜଣାପଡିନଥାଏ । ଏହାକୁ ନିରବ ରୋଗ ମଧ୍ୟ କୁହାଯାଏ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ମୂଲ୍ୟାୟନ କରିବା କଷ୍ଟସାଧ୍ୟ ଅଟେ । କିନ୍ତୁ ଏହି ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ।

1. ବାରମ୍ବାର ହାଡ ଫେକ୍ଚର ହେବା:ବାରମ୍ବାର ହାଡ କ୍ରାକ ବା ଫେକ୍ଚର ଲକ୍ଷଣକୁ ସାଧାରଣ ଭାବେ ନିଅନ୍ତୁ ନାହିଁ । ହାଡର ଘନତା କମଥିବା ଲୋକଙ୍କ ଠାରେ ଅଷ୍ଟିଓପୋରୋସିସର ପ୍ରାରମ୍ଭିକ ଲକ୍ଷଣ ଅଟେ । ଜଣେ ବ୍ୟକ୍ତି ପଡିଗଲେ ମଧ୍ୟ ହାଡ ଭାଙ୍ଗିଯାଇଥାଏ।

2. ତଳ ପିଠିରେ ଯନ୍ତ୍ରଣା:ବାରମ୍ବାର ପିଠି ଯନ୍ତ୍ରଣା ଅନୁଭବ କରିବା ଲକ୍ଷଣକୁ ସାଧାରଣ ଭାବେ ନିଅନ୍ତୁ ନାହିଁ । ହାଡ ଦୁର୍ବଳ ହେବା ଦ୍ବାରା ମେରୁଦଣ୍ଡ ଦୁର୍ବଳ ହୋଇଯାଏ ଏବଂ ସାଧାରଣ ଚାପକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥାଏ । ସାଧାରଣତଃ ମହିଳାମାନଙ୍କ ଠାରେ ଏହା ହୋଇଥାଏ । 30 ବର୍ଷ ପରେ ମହିଳାମାନେ ଏହି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି ।

3. ମୁଦ୍ରା ବା ପୋସ୍ଚରରେ ପରିବର୍ତ୍ତନ କରନ୍ତୁ:ଦୁର୍ବଳ ହାଡ ଯୋଗୁଁ ମହିଳାଙ୍କ ସ୍ଥିତି ପ୍ରାୟତଃ ବଦଳିଯାଏ। କାରଣ ମେରୁଦଣ୍ଡ ଦୁର୍ବଳ ହୋଇପାରେ। ଫଳରେ ମହିଳାଙ୍କ ପୋସ୍ଚରରେ ପରିବର୍ତ୍ତନ ହୋଇଥାଏ।

4. ଦାନ୍ତ ଖରାପ ହେବା ସହ ମାଢିରୁ ରକ୍ତ ବାହାରିବା: ହାଡର ଘନତା କମିବା କାରଣରୁ ଦାନ୍ତ ଦୁର୍ବଳ ହେବା ସହିତ ମାଢିରୁ ରକ୍ତ ବାହାରିଥାଏ । ଏହା କ୍ୟାଲସିୟମ ଅଭାବ ହେତୁ ହୋଇପାରେ । ଯାହା ହାଡକୁ ଦୁର୍ବଳ କରିଥାଏ।

ହାଡ ସମସ୍ୟା ସୃଷ୍ଟି କରୁଥିବା କାରକ: ମହିଳାମାନଙ୍କଠାରେ ହାଡର ଘନତ୍ୱର କୌଣସି ନିର୍ଦ୍ଦିଷ୍ଟ କାରଣ ନାହିଁ । ଜୀବନଶୈଳୀ ହାଡ ସ୍ୱାସ୍ଥ୍ୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଦେଖାଯାଇଛି ।

ଦୀର୍ଘ କାର୍ଯ୍ୟ ସମୟ ହେତୁ, ଆବଶ୍ୟକ ପରିମାଣର ଶାରୀରିକ କାର୍ଯ୍ୟକଳାପ କରିପାରିବ ନାହିଁ । ହାଡର କଠିନତା ହେତୁ ଜଣେ କ୍ରମାଗତ କଷ୍ଟ ଏବଂ ଗୋଡରେ ଯନ୍ତ୍ରଣା ଅନୁଭବ ହୋଇଥାଏ ।

ମୋଟାପଣ ମଧ୍ୟ ଦୁର୍ବଳ ହାଡର ଏକ ପ୍ରମୁଖ କାରଣ । କାରଣ ଅତ୍ୟଧିକ ଓଜନ ହାଡ ଏବଂ ଗଣ୍ଠି ଉପରେ ଅତ୍ୟଧିକ ଚାପ ପକାଇଥାଏ।

ଲଗାତାର ଧୂମପାନ ହାଡର ସ୍ୱାସ୍ଥ୍ୟକୁ ଖରାପ କରିଥାଏ । ଧୂମପାନ ଶରୀରରେ ମୁକ୍ତ ରେଡିକାଲ୍ ସୃଷ୍ଟି କରେ, ଯାହା କେବଳ ହାଡ ପାଇଁ କ୍ଷତିକାରକ ନୁହେଁ ବରଂ ଫୁସଫୁସ ଏବଂ ଅନ୍ୟାନ୍ୟ ପ୍ରମୁଖ ଅଙ୍ଗକୁ ମଧ୍ୟ କ୍ଷତି ପହଞ୍ଚାଏ ।

ଅତ୍ୟଧିକ ସୋଡିୟମ୍ ଗ୍ରହଣ ହାଡ ପାଇଁ ବିପଜ୍ଜନକ କାରଣ ଏହା ପରିସ୍ରାରେ କ୍ୟାଲସିୟମ୍ ପରିମାଣରକୁ ବୃଦ୍ଧି କରିଥାଏ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details