ହାଇଦ୍ରାବାଦ: ଧନତେରସରୁ ଦୀପାବଳି ପର୍ବର ଆରମ୍ଭ ବୋଲି କୁହାଯାଏ । ଧନତେରସଙ୍କୁ ଧନ୍ବନ୍ତରୀ ଜୟନ୍ତୀ ଭାବରେ ମଧ୍ୟ ପାଳନ କରାଯାଏ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭଗବାନ ଧନ୍ବନ୍ତରୀଙ୍କୁ ଆମ ବେଦରେ ଭଗବାନଙ୍କ ବୈଦ୍ୟ କୁହାଯାଏ ଏବଂ ସେ ଆୟୁର୍ବେଦର ପିତା ଭାବରେ ମଧ୍ୟ ବିବେଚିତ ହୋଇଥିଲେ । ଭାରତ ସରକାର ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ପ୍ରତିବର୍ଷ ଆୟୁର୍ବେଦ ଦିବସ(National Ayurveda Day) ଭାବରେ ଧନ୍ବନ୍ତରୀ ଜୟନ୍ତୀ କିମ୍ବା ଧନତେରସ ପାଳନ କରାଯାଏ । ଏହାର ଉଦ୍ଦେଶ୍ୟ ହେଉଛି ଆୟୁର୍ବେଦ ଏବଂ ଏହାର ବିଭିନ୍ନ ଚିକିତ୍ସା ପ୍ରଣାଳୀ, ଏହାର ଉପକାରିତା, ନୀତି ଏବଂ ଉଦ୍ଦେଶ୍ୟ ବିଷୟରେ କେବଳ ଦେଶରେ ନୁହେଁ ବିଶ୍ବରେ ସମସ୍ତଙ୍କୁ ଅବଗତ କରାଇବା । ଏହି ବର୍ଷ ଆୟୁର୍ବେଦ ଦିବସ 23 ଅକ୍ଟୋବରରେ "ହର ଦିନ୍ ହର ଘର ଆୟୁର୍ବେଦ" ଥିମ୍ ସହ ପାଳନ କରାଯାଉଛି ।
ଗତ କିଛିବର୍ଷ ମଧ୍ୟରେ, ବିଶେଷକରି କରୋନା ଅବଧିରେ, କେବଳ ଦେଶର ଯୁବ ପିଢି ନୁହନ୍ତି, ବିଦେଶରେ ମଧ୍ୟ ଆୟୁର୍ବେଦ ଉପରେ ଉତ୍କଣ୍ଠା ବୃଦ୍ଧି ପାଇଛି । କରୋନା ସମୟରେ ଆୟୁର୍ବେଦ ଔଷଧ ଶରୀରକୁ ସୁସ୍ଥ ରଖିବା ଏବଂ ସଂକ୍ରମଣକୁ ରୋକିବା ସହ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୋଇଥାଏ ବୋଲି ବିବେଚନା କରାଯାଉଥିଲା । ଏହି ଅବଧି ମଧ୍ୟରେ ଆୟୁର୍ବେଦିକ ଔଷଧ ଏବଂ ଏହାର ବ୍ୟବହାର କେବଳ ଆମ ଦେଶରେ ନୁହେଁ ବିଦେଶରେ ମଧ୍ୟ ବହୁ ବୃଦ୍ଧି ପାଇଥିଲା । ଫଳସ୍ୱରୂପ, ବର୍ତ୍ତମାନ ସମୟରେ ବହୁ ସଂଖ୍ୟକ ଲୋକ ଆୟୁର୍ବେଦିକ ଔଷଧ ଏବଂ ଏହାର ନିୟମକୁ ସେମାନଙ୍କ ଜୀବନରେ ଅନ୍ତର୍ଭୁକ୍ତ କରିଛନ୍ତି ।
ଆୟୁର୍ବେଦିକ ଚିକିତ୍ସା ପ୍ରଣାଳୀ:-
ଆୟୁର୍ବେଦିକ ଚିକିତ୍ସା ଗ୍ରନ୍ଥ ଅନୁଯାୟୀ, ଏହା ଏକ ଚିକିତ୍ସା ବ୍ୟବସ୍ଥା ଯାହା ଜୀବନ ବଞ୍ଚିବାର ସଠିକ୍ ମାର୍ଗ ଶିକ୍ଷା ଦିଏ, ଯାହାଫଳରେ ଜୀବନ ଦୀର୍ଘ, ସୁସ୍ଥ ଏବଂ ସୁଖୀ ହୋଇପାରିବ । ଏହି ଚିକିତ୍ସା ବ୍ୟବସ୍ଥାରେ କେବଳ ରୋଗର ତୁରନ୍ତ ଚିକିତ୍ସା କରାଯାଏ ନାହିଁ, ଶରୀରକୁ ପ୍ରାକୃତିକ ଭାବରେ ସୁସ୍ଥ ରଖିବା ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ମଧ୍ୟ ପ୍ରୟାସ କରାଯାଏ । ତେଣୁ, ଏହି ଔଷଧ ପ୍ରଣାଳୀରେ ରାସାୟନିକ ପଦାର୍ଥ(medicines) ଏବଂ ବିଭିନ୍ନ ଚିକିତ୍ସା, ଖାଦ୍ୟ, ଯୋଗ ଏବଂ ଜୀବନଶୈଳୀ ମଧ୍ୟ ଆରୋଗ୍ୟ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ ।