ଓଡିଶା

odisha

ETV Bharat / sukhibhava

National Anti-drug Addiction Day: ସୁସ୍ଥ ସମାଜ ପାଇଁ ନିଶାକୁ କୁହନ୍ତୁ ନା - ନିଶାଠୁ ଦୂରେଇ ରହିବାର ଉପାୟ

ନିଶା କାରବାର ଏବଂ ନିଶା ସେବନ ବର୍ତ୍ତମାନ ଏକ ମୁଖ୍ୟ ସମସ୍ୟା ପାଲଟିଗଲାଣି । ଯଦି ଏହିପରି ନିଶାର ଜାଲରେ ଯୁବପିଢି କବଳିତ ହୁଅନ୍ତି, ତେବେ ସମୟ ଆସିବ ଦେଶର ଭବିଷ୍ୟତ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯିବେ ! ତେଣୁ ଯୁବପିଢିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ସୁସମାଜ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର 2 କୁ ଜାତୀୟ ନିଶା ନିବାରଣ ଦିବସ(National Anti-drug Addiction Day) ରୂପେ ପାଳନ କରାଯାଉଛି । ଅଧିକ ପଢନ୍ତୁ

National Anti-drug Addiction Day: ସୁସ୍ଥ ସମାଜ ପାଇଁ ନିଶାକୁ କୁହନ୍ତୁ ନା
National Anti-drug Addiction Day: ସୁସ୍ଥ ସମାଜ ପାଇଁ ନିଶାକୁ କୁହନ୍ତୁ ନା

By

Published : Oct 2, 2022, 6:00 AM IST

ହାଇଦ୍ରାବାଦ: ନିଶାରେ ଉବୁଟୁବୁ ବର୍ତ୍ତମାନର ଯୁବପିଢି ! ସମସ୍ୟା ଏପରି ହେଲାଣି କିଶୋର ମଧ୍ୟ ଏଥିରୁ ବାଦ୍ ପଡୁନାହାନ୍ତି । ଦୁଃଖରେ ନିଶାର ସାହାରା ସୁଖରେ ବି ନିଶା ଗ୍ରହଣ, ଯେମିତି ଏକ ବାହାନା ହୋଇଯାଇଛି । ଯଦି ଯୁବପିଢିଙ୍କ ମଧ୍ୟରେ ଏପରି କାର୍ଯ୍ୟକଳାପ ଜାରି ରହେ, ତେବେ ସମୟ ଆସିବ ଦେଶର ଭବିଷ୍ୟତ ବୋଲାଉଥିବା ଯୁବପିଢିମାନେ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯିବେ । ତେଣୁ ବେଳ ଥାଉଁ ଥାଉଁ ସଚେତନତାର ଆବଶ୍ୟକ ରହିଛି । ଏଥିପାଇଁ ପ୍ରତିବର୍ଷ ଆଜିର ଦିନ ଅର୍ଥାତ୍ ଅକ୍ଟୋବର 2 କୁ ଜାତୀୟ ନିଶା ନିବାରଣ ଦିବସ(National Anti-drug Addiction Day) ଭାବେ ପାଳନ କରାଯାଏ ।

ଭାରତକୁ ନିଶା ମୁକ୍ତ କରିବା ଏବଂ ପ୍ରତିଭାକୁ ବଞ୍ଚାଇ ରଖିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ନିଶା କେବଳ ବ୍ୟକ୍ତିବିଶେଷକୁ ନୁହେଁ, ସମାଜକୁ ମଧ୍ୟ ନଷ୍ଟ କରିଦେଇଥାଏ । ଜାତିର ପିତା ମହାତ୍ମା ଗାନ୍ଧୀ ନିଶା ସେବନକୁ ନିନ୍ଦା କରୁଥିଲେ । ନିଶା ସେବନ ଦ୍ୱାରା ମସ୍ତିଷ୍କରେ ନାନା ସମସ୍ୟା ସୃଷ୍ଟି ହୋଇଥାଏ । ଅଧିକାଂଶ ଲୋକେ ପରୀକ୍ଷଣ, ମଜା ଏବଂ କୌତୁହଳ ପାଇଁ ଡ୍ରଗ୍ସ ନେବା ଆରମ୍ଭ କରୁଥିବାବେଳେ କିଛି କୁସଙ୍ଗତିରେ ପରି ଏପରି ବଦଅଭ୍ୟାସର ବଶବର୍ତ୍ତୀ ହୁଅନ୍ତୁ । କିଛି ଲୋକ ଜୀବନ ରକ୍ଷାକାରୀ ଔଷଧକୁ ମଧ୍ୟ ଡ୍ରଗ ଭାବରେ ଅପବ୍ୟବହାର କରନ୍ତି । ତେଣୁ ଏହା କେତେ ମାରାତ୍ମକ ତାହା ନିମ୍ନରେ ବର୍ଣ୍ଣନା କରାଯାଇଛି...

ଡ୍ରଗ୍ସର ପ୍ରତିକୂଳ ପ୍ରଭାବ

  • ସ୍ୱାସ୍ଥ୍ୟ ସମସ୍ୟା
  • ସ୍ମୃତି ବ୍ୟାଧି
  • ହୃଦ ରୋଗ
  • ପ୍ରଜନନରେ ଅସୁବିଧା
  • ବ୍ୟକ୍ତିତ୍ୱର ପରିବର୍ତ୍ତନ
  • ହିଂସାତ୍ମକ ମନୋଭାବ
  • ଚାଲିବାରେ ସନ୍ତୁଳନ ହରାଇବା
  • ରୋଗ ପ୍ରତିରୋଧକ ଶକ୍ତି ହ୍ରାସ
  • ଯକୃତ ଏବଂ କର୍କଟ ରୋଗ ଆଶଙ୍କା
  • ହଠାତ୍‌ ଓଜନ ହ୍ରାସ କିମ୍ବା ଓଜନ ବୃଦ୍ଧି
  • ଆଚରଣ ଏବଂ ମାନସିକ ପରିବର୍ତ୍ତନ
  • ଚିନ୍ତା, ଉଦାସୀନତା ଏବଂ ଶୋଇବାରେ ବ୍ୟାଘାତ ସୃଷ୍ଟି ହେବା
  • ନିମ୍ନ ରକ୍ତ ଶର୍କରା, ଉଚ୍ଚ ରକ୍ତଚାପ ଏବଂ କୋଲେଷ୍ଟ୍ରଲ ସ୍ତର ବୃଦ୍ଧି
  • କୌଣସି କାର୍ଯ୍ୟ ପ୍ରତି ଅନାଗ୍ରହ ହେବା ଏବଂ ସନ୍ଦେହଜନକ ଆଚରଣ ଦେଖାଦେବା

ଡ୍ରଗ୍ସ ସେବକମାନେ ସେମାନଙ୍କର ସାମାଜିକ ତଥା ବ୍ୟକ୍ତିଗତ ଜୀବନରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ସେମାନେ ସାମାଜିକ ବିରୋଧୀ କାର୍ଯ୍ୟକଳାପରେ ନିୟୋଜିତ ହେବାର ସମ୍ଭାବନା ଅଛି । ଅତ୍ୟଧିକ ନିଶା ସେବନ ଫଳରେ ଜଣେ ବ୍ୟକ୍ତି ଆତ୍ମସମ୍ମାନ ପ୍ରତି ଖାତିର୍ କରିନଥାଏ, ନିଶା ପାଇଁ ଅନ୍ୟମାନଙ୍କ ଠାରେ ହାତ ପାତିଥାଏ, ଋଣ କରଜ କରିବା ସହ ଚୋରି କରିବାକୁ ମଧ୍ୟ ପଛାଏ ନାହିଁ ।

ନିଶା ସେବନ ସଂଖ୍ୟାରେ ଭାରତ

ସାଧାରଣ ଜନସଂଖ୍ୟାରେ, ପ୍ରାୟ 0.2 % ଭାରତୀୟ ସେମାନଙ୍କ ବ୍ୟବହାରକାରୀ ସମସ୍ୟା ପାଇଁ ସାହାଯ୍ୟ ଆବଶ୍ୟକ କରନ୍ତି । ଜାତୀୟ ସ୍ତରରେ ଆନୁମାନିକ 4.6 ଲକ୍ଷ ପିଲା ଏବଂ 18 ଲକ୍ଷ ବୟସ୍କ ବ୍ୟକ୍ତି ସେମାନଙ୍କର ନିଃଶ୍ୱାସ ପ୍ରଶ୍ୱାସ ପାଇଁ ହାନିକାରକ ଗ୍ୟାସର ସାହାଯ୍ୟ ଆବଶ୍ୟକ କରନ୍ତି । ଜାତୀୟ ସ୍ତରରେ ଏହା ଅନୁମାନ କରାଯାଏ ଯେ, ଦେଶରେ ପ୍ରାୟ 8.5 ଲକ୍ଷ ଲୋକ ଅଛନ୍ତି ଯେଉଁମାନେ ଡ୍ରଗ ଇଞ୍ଜେକ୍ସନ ନେଇଥାନ୍ତି (PWID) ।

10-75 ବର୍ଷ ବୟସର ପ୍ରାୟ 2.8% ଭାରତୀୟ (3.1 କୋଟି ବ୍ୟକ୍ତି) ଯେକୌଣସି ନିଶା ଦ୍ରବ୍ୟ ଗ୍ରହଣ କରନ୍ତି । ଗଞ୍ଜେଇ(1.2%) ତୁଳନାରେ ଅଧିକ ସଂଖ୍ୟକ ଲୋକ ଭାଙ୍ଗ(2%) ବ୍ୟବହାର କରନ୍ତି । 1.08% ଭାରତୀୟ (ପାଖାପାଖି 1.18 କୋଟି ଲୋକ) ବର୍ତ୍ତମାନର ସେଡେଟିଭ ବ୍ୟବହାରକାରୀ ସାମ୍ପ୍ରତିକ ସେଡେଟିଭସ ବ୍ୟବହାରରେ ସର୍ବାଧିକ ପ୍ରାଦୁର୍ଭାବ ଥିବା ରାଜ୍ୟଗୁଡ଼ିକ ହେଉଛି ସିକିମ୍ (8.6%), ନାଗାଲାଣ୍ଡ (5.4%), ମଣିପୁର (4.3%) ଏବଂ ମିଜୋରାମ (3.8%) । ତେବେ ଉତ୍ତରପ୍ରଦେଶ (19.6 ଲକ୍ଷ), ମହାରାଷ୍ଟ୍ର (11.6 ଲକ୍ଷ), ପଞ୍ଜାବ (10.9 ଲକ୍ଷ), ଆନ୍ଧ୍ରପ୍ରଦେଶ (7.4 ଲକ୍ଷ) ଏବଂ ଗୁଜୁରାଟ (7 ଲକ୍ଷ) ହେଉଛି ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ଯେଉଁଥିରେ ସେଡେଟିଭସ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ଅଧିକ ।

Department of Drug and Alcohol Programs, DDAP 1988 ମସିହାରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଆରମ୍ଭ ହୋଇଥିଲା । DDAP ଜରିଆରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏକକାଳୀନ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଉଛି । କ୍ୟାବିନେଟ ସବ କମିଟିର ସୁପାରିଶକୁ ଅନୁସରଣ କରି 1988ରେ 'Drug de-addiction programs' ଆରମ୍ଭ ହୋଇଥିଲା । ପରବର୍ତ୍ତୀ କିଛି ବର୍ଷ ମଧ୍ୟରେ, ବିଭିନ୍ନ ରାଜ୍ୟରେ ମେଡିକାଲ କଲେଜ/ଜିଲ୍ଲା ଡାକ୍ତରଖାନା ଗୁଡ଼ିକରେ DAC ପ୍ରତିଷ୍ଠା ପାଇଁ ଏକ ଯୋଜନା ଅଧୀନରେ 1992–93 ମସିହାରେ ଏହି କାର୍ଯ୍ୟକ୍ରମକୁ ଆହୁରି ତ୍ବରାନ୍ବିତ କରାଯାଇଥିଲା ।

କେମିତି କରିବେ ମୁକାବିଲା...

ସମସ୍ୟାର ସମାଧାନ କରନ୍ତୁ-ନିଶା ସହିତ ମୁକାବିଲା କରିବାର ଅର୍ଥ ହେଉଛି ଯେ, ଏହି ସମସ୍ୟାର ମୁକାବିଲା ପାଇଁ ଆପଣଙ୍କୁ ଏକ ସୁସ୍ଥ ଉପାୟ ଖୋଜିବାକୁ ପଡିବ । ଯଦି ମଧ୍ୟ ଆବଶ୍ୟକ ପଡେ ଡାକ୍ତରୀ ପରାମର୍ଶ ଗ୍ରହଣ କରନ୍ତୁ । ଏହା ମଧ୍ୟ ମନେ ରଖିବାକୁ ପଡିବ ଯେ, ଆପଣଙ୍କ ନିଶା ଯେପରି ଶେଷ ପର୍ଯ୍ୟାୟରେ ପହଞ୍ଚି ନଯାଏ, ଯାହା ପାଇଁ ଆପଣଙ୍କୁ ଜଟିଳ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ।

ସମର୍ଥନ ଗୋଷ୍ଠୀ - ଏକ ସମର୍ଥନ ଗୋଷ୍ଠୀ ସମେତ ନିୟମିତ ସଭା ଗୁଡ଼ିକରେ ଯୋଗ ଦିଅନ୍ତୁ । ସେଠାରେ ଲୋକଙ୍କ ସହ ମିଳାମିଶା କରନ୍ତୁ, ଯେଉଁମାନେ କି ତାଙ୍କ ନିଶାକୁ ଦୂର କରିପାରିଛନ୍ତି । ଏପରି କରିବା ଦ୍ବାରା ସେମାନଙ୍କ ପରିବର୍ତ୍ତିତ ଜୀବନଶୈଳୀ ଆପଣଙ୍କୁ ପ୍ରେରଣା ଯୋଗାଇବ ।

ଡ୍ରଗ୍ସ ବ୍ୟବହାରକାରୀଙ୍କ ଠାରୁ ଦୂରଇ ରୁହନ୍ତୁ- ପ୍ରତିଟି ନିଶାକୁ ସେତେବେଳେ ଦୂରେଇ ଦିଆଯାଇପାରିବ, ଯେତେବେଳେ ଜଣେ ବ୍ୟକ୍ତି ପଞ୍ଚ ଇନ୍ଦ୍ରିୟକୁ ସଞ୍ଜମରେ ରଖିପାରିବ । ସେଥିପାଇଁ ଯେଉଁମାନେ ଆପଣଙ୍କୁ ଏପରି ପ୍ରଲୋଭନ ଦିଅନ୍ତି, ସେମାନଙ୍କ ଠାରୁ ଦୂରତା ବଜାୟ ରଖନ୍ତୁ । କୁସଙ୍ଗତିରୁ ଦୂରେଇ ରହନ୍ତୁ ।

  • ନିଜକୁ ବ୍ୟକ୍ତିଗତ ଏବଂ ସୁକର୍ମରେ ବ୍ୟସ୍ତ ରଖନ୍ତୁ
  • ଏକ ନୂତନ ହବି ବାଛନ୍ତୁ
  • ଗୃହପାଳିତ ପଶୁ ପାଳନ୍ତୁ
  • ନୂତନ ଲକ୍ଷ୍ୟ ସ୍ଥିର କରନ୍ତୁ

କୌଣସି ବି କାର୍ଯ୍ୟର ତୁରନ୍ତ ଫଳ ବା ପ୍ରଭାବ ପଡିନଥାଏ, ଏହା ପ୍ରଥମେ ବୁଝିବାକୁ ପଡିବ । ଏହା ମଧ୍ୟ ଗ୍ରହଣ କରିବାକୁ ପଡିବ ଯେ, ଏହାର କୌଣସି ଶୀଘ୍ର ସମାଧାନ ସମାଧାନ ନାହିଁ । କିନ୍ତୁ ଏଥିର ନିବୃତ୍ତ ରହିବା ଏକ ପ୍ରକ୍ରିୟା ଏବଂ ଏହା ସମୟ, ପ୍ରୟାସ ଏବଂ ଧୈର୍ଯ୍ୟ ଦ୍ବାରା ସମାଧାନ ହୋଇଥାଏ । ତେଣୁ ଲକ୍ଷ୍ୟ ପ୍ରତି ଧ୍ୟାନ ଦେଇ ନିଶାକୁ ମାତ୍ ଦିଅନ୍ତୁ । ସବୁଠୁ ବଡ କଥା ହେଉଛି କି, ପ୍ରାରମ୍ଭିକ ପର୍ଯ୍ୟାୟରୁ କିପରି ନିଶାର ନିଶାରେ ନ ପଡିବେ ସେଥିପ୍ରତି ଧ୍ୟାନ ଦେଲେ ଜୀବନରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବନି ।

ABOUT THE AUTHOR

...view details