ଅନାବଶ୍ୟକ ପେଟ ଚର୍ବି ଏକ ବଡ ରିସ୍କ ଫ୍ୟାକ୍ଟର । ଏଥିଯୋଗୁଁ ଦେଖାଦେଇପାରେ ଏକାଧିକ ରୋଗ । ତଳିପେଟରେ ଚର୍ବି ବଢିଯିବା ସହଜ, କିନ୍ତୁ କମିବା ସେତେ ସହଜ ନୁହେଁ । ବେଲି ଫ୍ୟାଟ ବା ପେଟ ଚର୍ବି ହ୍ରାସ ସଂପର୍କରେ ଆମ ବିଶେଷଜ୍ଞ ଡକ୍ଟର ପି. ଭି ରଙ୍ଗାନାୟକଲୁ ସୂଚନା ଦେଇଛନ୍ତି । ତାଙ୍କ ମତରେ ଆୟୁର୍ବେଦରେ ‘ବେଲି ଫ୍ୟାଟ୍’ ହ୍ରାସ ପାଇଁ ବିଭିନ୍ନ ଉପାୟ ଓ ଉପଚାର ରହିଛି ।
ୱେଷ୍ଟଲାଇନ୍ ମାପିଲେ ଏହା ଆମର ସାମଗ୍ରିକ ସାଧାରଣ ସ୍ୱାସ୍ଥ୍ୟର ସଂକେତ ପ୍ରଦାନ କରେ । ପତଳା ଅଂଟା ଆସ୍ତିକତା ଦୃଷ୍ଟିରୁ ସୁନ୍ଦର ଓ ସ୍ୱାସ୍ଥ୍ୟବାନ ବୋଲି କୁହାଯାଏ । ମହିଳାଙ୍କ ୱେଷ୍ଟଲାଇନ ୩୨ ଇଞ୍ଚରୁ କମ ବା ୮୦ ସେଂଟିମିଟର ରହିବା ଦରକାର । ପୁରୁଷଙ୍କ ଅଂଟା ୩୭ ଇଂଚରୁ ଅଧିକ ହେବା ଉଚିତ ନୁହେଁ । ବଡି ମାସ୍ ଇଂଡେକ୍ସ ସୀମିତ ରହିବା ଦରକାର । ଏହା ନ ହେଲେ ଉଚ୍ଚମାତ୍ରାରେ ବିଏମଆଇ ଓ ହାୟର ୱେଷ୍ଟଲାଇନ ସର୍ବଦା ଆମ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିଥାଏ ।
ଭିସସେରାଲ ବନାମ ସବ୍କଟେନିୟସ ଫ୍ୟାଟ୍ : ଆମେ ଚାହୁଁ ନ ଥିବା ତଳିପେଟ ଚର୍ବି ବା ଆବଡୋମିନାଲ ଫ୍ୟାଟ୍ ଆମର ନିତିଦିନିଆ ଜୀବନରେ ସମସ୍ୟା ସୃଷ୍ଟି କରେ । ଏହି ଫ୍ୟାଟ୍ ଦୁଇ ପ୍ରକାରର । ଭିସେରାଲ ଓ ସବ୍କଟେନିୟସ । ଖାଦ୍ୟ କ୍ଷେତ୍ରରେ ଆମର ବଦ୍ ଅଭ୍ୟାସ ଓ ଶାରୀରିକ କାର୍ଯ୍ୟକଳାପ ଅଭାବରେ ଚର୍ବି ତଳିପେଟ ଆଖପାଖ ଅଂଗପ୍ରତ୍ୟଙ୍ଗରେ ବଢିଥାଏ । ଚର୍ମ ତଳେବି ଚର୍ବି ବଢିଥାଏ । ଭିସେରାଲ୍ ଫ୍ୟାଟ୍ ବହୁ ପରିମାଣରେ ଏଫଜିଏଫ୨ ସୃଷ୍ଟି କରିଥାଏ ବୋଲି ଗବେଷକମାନେ କହନ୍ତି । ଏହା ହେଉଛି ଫାଇବ୍ରୋବ୍ଲାଷ୍ଟ ଗ୍ରୋଥ୍ ଫ୍ୟାକ୍ଟର-୨ । ତ୍ୱତା ତଳର ଚର୍ବି ବା ସବକଟେନିୟସ ଚର୍ବି ଅପେକ୍ଷା ଅଧିକ ଏଫଜିଏଫ୨ ସୃା୍ଟି କରେ ଭିସେରାଲ୍ ଚର୍ବି । ଆଉ ଏହାର ପରିଣାମ ସ୍ୱରୂପ ବ୍ରେଷ୍ଟ, କୋଲୋନ କ୍ୟାନସର ହୋଇଥାଏ । ଏହାଛଡା ଭିସେରାଲ ଫ୍ୟାଟ୍ ଆରବିପି୪( ରେଟିନଲ ବାଇଣ୍ଡିଂ ପ୍ରୋଟିନ-୪ ) କ୍ଷରଣ କରିଥାଏ , ଯାହା କି ଇନସୁଲିନ ରେସିଟାନ୍ସ ବୃଦ୍ଧି କରି ଟାଇପ୍ ୨ ଡାଇବେଟିସର କାରଣ ହୋଇଥାଏ । ଏହାଛଡା ଭିସେରାଲ ଫ୍ୟାଟ୍ ଯୋଗୁଁ ଉଚ୍ଚ ରକ୍ତଚାପ ସୃଷ୍ଟି ହୁଏ ।