ଓଡିଶା

odisha

ETV Bharat / sukhibhava

ପୃଥିବୀରେ ଆଉ କେହି ମରିବେନି ! ଏହି ଟେକ୍ନୋଲୋଜି ସାହାଯ୍ୟରେ ଅମର ହୋଇଯିବ ମଣିଷ - ରେ କୁର୍ଜୱିଲ

ମାନବକୁ ଅମର କରିବାକୁ ଯାଉଛି ବିଜ୍ଞାନ । ଆସନ୍ତା ମାତ୍ର 7 ବର୍ଷ ମଧ୍ୟରେ ନାନୋରୋବର୍ଟ ମାଧ୍ୟମରେ ମଣିଷ ଅମର ହୋଇଯିବ ବୋଲି ବୈଜ୍ଞାନିକଙ୍କ ଦାବି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Mar 31, 2023, 12:15 PM IST

ନୂଆଦିଲ୍ଲୀ:ଭାଗବତରେ ଏକ ବାଣୀ ଅଛି, "ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେ ବି ମରଇ", ଅର୍ଥାତ୍ ପୃଥିବୀରେ ଦେବତା ହୋଇ ଜନ୍ମ ନେଲେ ବି ପାର୍ଥିବ ଶରୀରକୁ ତ୍ୟାଗ କରିବାକୁ ପଡିବ । ତଥାପି ଅମର ରହିବାକୁ ଅନେକ ଇଚ୍ଛା ପ୍ରକଟ କରନ୍ତି । ପୌରାଣିକ କିମ୍ବଦନ୍ତୀ ଅନୁସାରେ ଅମର ରହିବା ପାଇଁ ସମୁଦ୍ର ମନ୍ଥନ ସମୟରେ ଅମୃତ ସେବନ କରିବାକୁ ଦେବତା ଓ ରାକ୍ଷସଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ରାଜା-ରାଜୁଡାମାନେ ଅମର ରହିବାକୁ ବହୁ ପ୍ରୟାସ କରନ୍ତି । ହେଲେ ଆଜି ଯାଏଁ କେହି ଜଣେ ଅମର ହୋଇ ପାରିନାହାନ୍ତି, ସମୟ ସୁଅରେ ଦିନେନା ଦିନେ ସମସ୍ତଙ୍କୁ ଧରା ଧାମ ଛାଡି ଯିବାକୁ ପଡିଛି । ଏଥିପାଇଁ ଗୀତାରେ କୁହାଯାଇଛି, "ଜାତସ୍ୟ ହି ଧୃବ ମୃତ୍ୟୁ" । ମାତ୍ର ବିଜ୍ଞାନ ଏହାକୁ ଭୁଲ୍ ପ୍ରମାଣିତ କରିବାକୁ ଯାଉଛି ! ଆସନ୍ତା ମାତ୍ର 7 ବର୍ଷ ମଧ୍ୟରେ ନାନୋରୋବର୍ଟ ମାଧ୍ୟମରେ ମଣିଷ ଅମର ହୋଇଯିବ ବୋଲି ଜଣେ ବୈଜ୍ଞାନିକ ଦାବି କରିଛନ୍ତି ।

ସୂଚନା ଅନୁସାରେ, ଗୁଗୁଲ ପୂର୍ବତନ ବୈଜ୍ଞାନିକ ରେ କୁର୍ଜୱିଲ ଏହି ଦାବି କରିଛନ୍ତି । ସେ କହିଛନ୍ତି ଯେ, ଆଗାମୀ ସାତ ବର୍ଷ ମଧ୍ୟରେ ନାନୋରୋବୋଟ ସାହାଯ୍ୟରେ ମଣିଷ ଅମର ହୋଇଯିବ । 75 ବର୍ଷ ବୟସ୍କ ଏହି କମ୍ପ୍ୟୁଟର ବୈଜ୍ଞାନିକ ଟ୍ରାକ୍ ରେକର୍ଡ ସହିତ ସଠିକ୍ ଭବିଷ୍ୟବାଣୀ କରିବାରେ ବିଖ୍ୟାତ । ଏପର୍ଯ୍ୟନ୍ତ, ତାଙ୍କର 147 ଭବିଷ୍ୟବାଣୀର ପ୍ରାୟ 86 ପ୍ରତିଶତ ସଠିକ୍ ପ୍ରମାଣିତ ହୋଇଛି । ରେ କୁର୍ଜୱିଲ ଟେକ୍ ବ୍ଲଗର୍ ଆଡାଜିଓ ଦ୍ୱାରା ପୋଷ୍ଟ ହୋଇଥିବା ଏକ ୟୁଟ୍ୟୁବ୍ ଭିଡିଓରେ ଏହି ଦାବି କରିଛନ୍ତି । ଏହି ଭିଡିଓରେ ସେ ଜେନେଟିକ୍ସ, ନାନୋଟେକ୍ନୋଲୋଜି, ରୋବୋଟିକ୍ସ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବିସ୍ତାର ବିଷୟରେ ଆଲୋଚନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ଅନୁସନ୍ଧାନ: ବାୟୁ ପ୍ରଦୂଷଣ କାରଣରୁ ଦେଶରେ ବୃଦ୍ଧି ପାଉଛି ହୃଦ୍‌ଘାତ !

ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁସାରେ ବୈଜ୍ଞାନିକ ରେ କୁର୍ଜୱିଲଙ୍କ ସହ ସାକ୍ଷାତକାରର ଦୁଇ ଭାଗ ବିଶିଷ୍ଟ ଭିଡିଓ ପୋଷ୍ଟ କରାଯାଇଛି । ଏହି ସାକ୍ଷାତକାର ସମୟରେ ସେ, 2005 ମସିହାର ପୁସ୍ତକ 'ଦି ସିଙ୍ଗୁଲାରିଟି ଇଜ୍ ନିଅର୍'ରେ କରିଥିବା ଦାବିକୁ ଦୋହରାଇଛନ୍ତି, ଯେଉଁଠାରେ ସେ ପୂର୍ବାନୁମାନ କରିଥିଲେ କି, 2030 ସୁଦ୍ଧା ଟେକ୍ନୋଲୋଜି ମଣିଷକୁ ସବୁଦିନ ପାଇଁ ଜୀବନକୁ ଉପଭୋଗ କରିବାର ଅନୁମତି ଦେବ । ଅର୍ଥାତ୍ ମଣିଷ ଅମର ହୋଇଯିବ ।

ରେ କୁର୍ଜୱିଲଙ୍କ ଅନୁସାରେ, ନାନୋବଟ୍ସ ସେଲ୍ୟୁଲାର୍ ସ୍ତରରେ ବାର୍ଦ୍ଧକ୍ୟ ଏବଂ ଆରୋଗ୍ୟର ମୁକାବିଲା କରିବେ । ବର୍ତ୍ତମାନର ବୈଷୟିକ ବିକାଶ, ଜେନେଟିକ୍ସ, ରୋବୋଟିକ୍ସ ଏବଂ ନାନୋଟେକ୍ନୋଲୋଜି କ୍ଷେତ୍ରରେ ସମ୍ପ୍ରସାରଣ ସହିତ ନାନୋବଟ୍ସ ଖୁବ୍‌ଶୀଘ୍ର ଆମ ସ୍ନାୟୁରେ କାର୍ଯ୍ୟକରିବ । କୁର୍ଜୱିଲ୍‌ଙ୍କ ବିଶ୍ବାସ ଯେ, ଆଗାମୀ ଦିନରେ ନାନୋବଟ୍ସ ବାର୍ଦ୍ଧକ୍ୟ ଏବଂ ରୋଗକୁ ଦୂର କରିବାରେ ସାହାଯ୍ୟ କରିବ ଏବଂ ସେଲ୍ୟୁଲାର୍ ସ୍ତରରେ ମାନବ ଶରୀରକୁ ସୁସ୍ଥ ରଖିବ । ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ନାନୋଟେକ୍ନୋଲୋଜି ଲୋକମାନଙ୍କୁ ସେମାନଙ୍କ ଇଚ୍ଛା ଅନୁସାରେ ମଧ୍ୟ ଯାହା ଚାହିଁବ ତାହା ଖାଇବାକୁ ଦେବ ।

2003ରେ ଏକ ବ୍ଲଗ୍ ପୋଷ୍ଟରେ କୁର୍ଜୱିଲ୍ କହିଥିଲେ ଯେ, ନାନୋବଟ୍ସ ତା'ର ବୁଦ୍ଧିମତା ସାହାଯ୍ୟରେ ହଜମ ପ୍ରକ୍ରିୟା ଏବଂ ରକ୍ତ ପ୍ରବାହରେ ଥିବା ଆବଶ୍ୟକୀୟ ସଠିକ୍ ପୁଷ୍ଟିକରକୁ କାର୍ଯ୍ୟକ୍ଷମ କରାଇବ, ଆମର ବ୍ୟକ୍ତିଗତ ୱାଇରିଲେସ୍ ଲୋକାଲ୍ ଏରିଆ ନେଟୱାର୍କ ମାଧ୍ୟମରେ ଆବଶ୍ୟକ ଅନୁଯାୟୀ ଅତିରିକ୍ତ ପୁଷ୍ଟିକର ଖାଦ୍ୟ ଏବଂ ସପ୍ଲିମେଣ୍ଟ ଆବଶ୍ୟକତାକୁ ଦର୍ଶାଇବା ସହ ମଣିଷ ଖାଉଥିବା ଖାଦ୍ୟକୁ ହଜମ ପାଇଁ ପ୍ରେରଣ କରିବ ।

ଏହା ଫଳରେ ମନୁଷ୍ୟ ରୋଗାଗ୍ରସ୍ତ ଏବଂ ବାର୍ଦ୍ଧକ୍ୟର ସମ୍ମୁଖୀନ ହେବ ନାହିଁ । ଏହାପୂର୍ବରୁ, ସେ 1990ରେ ପୂର୍ବାନୁମାନ କରିଥିଲେ ଯେ, ଇଣ୍ଟରନେଟର ବିକାଶ ଏବଂ ଅଧିକ ୱାଇରିଲେସ୍ ଟେକ୍ନୋଲୋଜିର ପରିବର୍ତ୍ତନରେ 2000 ସୁଦ୍ଧା କମ୍ପ୍ୟୁଟର ମାନବଙ୍କୁ ଚେସରେ ପରାସ୍ତ କରିବ । ଯାହା ବର୍ତ୍ତମାନ ପ୍ରମାଣିତ ହୋଇଛି । ତେବେ 'ମାନବ ଅମର ହେବାର' ତାଙ୍କ ଭବିଷ୍ୟବାଣୀ କେତେ ସଠିକ୍ ହେଉଛି, ତା' ଉପରେ ନିଶ୍ଚୟ ସମସ୍ତଙ୍କ ନଜର ରହିବ ।

ABOUT THE AUTHOR

...view details