ଓଡିଶା

odisha

ETV Bharat / sukhibhava

Aloe Vera Benefits: ଡାର୍କ ସ୍ପଟ୍‌ଠୁ ଡ୍ରାଏ ହେୟାର୍ ସବୁ ସମସ୍ୟାର ଗୋଟିଏ ସମାଧାନ - ଶୀତଋତୁରେ ସ୍ବାସ୍ଥ୍ୟର ଯତ୍ନ

ଡାର୍କ ସ୍ପଟ୍‌ଠୁ ଆରମ୍ଭ କରି ଡ୍ରାଏ ହେୟାର୍ ପର୍ଯ୍ୟନ୍ତ, ସବୁ ସମସ୍ୟାରୁ ମୁକ୍ତି ଦେଇଥାଏ ଆଲୋଭେରା(Aloe Vera) । ଏହିପରି କରନ୍ତୁ ବ୍ୟବହାର...

Aloe Vera Benefits: ଡାର୍କ ସ୍ପଟ୍‌ଠୁ ଡ୍ରାଏ ହେୟାର୍ ସବୁ ସମସ୍ୟାର ଗୋଟିଏ ସମାଧାନ
Aloe Vera Benefits: ଡାର୍କ ସ୍ପଟ୍‌ଠୁ ଡ୍ରାଏ ହେୟାର୍ ସବୁ ସମସ୍ୟାର ଗୋଟିଏ ସମାଧାନ

By

Published : Dec 6, 2022, 2:13 PM IST

ନୂଆଦିଲ୍ଲୀ: ଆଲୋଭେରା(Aloe Vera) ବା ଘିକୂଆଁରୀର ଉପକାରିତା ଊଣା ଅଧିକ ଲୋକଙ୍କୁ ଜଣାଥିବ ନିଶ୍ଚୟ । ଏଥିରେ ଅନେକ ପ୍ରକାର ଭଲ ଗୁଣ ରହିଛି । ଆଜି ଆମେ ଏହି ଚମତ୍କାରୀ ଉଦ୍ଭିଦ ବାବଦରେ ଆଲୋଚନା କରିବା, ଯାହାର ଅନେକ ସ୍ୱାସ୍ଥ୍ୟ ସୁବିଧା ଅଛି । ଚର୍ମର ମଶ୍ଚରାଇଜେସନ୍‌ଠାରୁ ଆରମ୍ଭ କରି କେଶର ସୌନ୍ଦର୍ଯ୍ୟ ବୃଦ୍ଧି ପର୍ଯ୍ୟନ୍ତ ଏହା ପୃଥିବୀର ଅନେକ କଲ୍‌ଚରରେ ଏକ ପ୍ରାକୃତିକ ଉପଚାର ଭାବରେ ବ୍ୟବହୃତ ହୁଏ ।

ଆୟୁର୍ବେଦିକ ସ୍କିନ୍ କେୟାର ବ୍ରାଣ୍ଡର ସହ-ପ୍ରତିଷ୍ଠାତା ଶ୍ରୀଧା ସିଂ ଆଲୋଭେରାର ଉପକାରିତା ବାବଦରେ କଣ କହୁଛନ୍ତି...

ଶୁଷ୍କ ଚର୍ମକୁ ପୋଷଣ ଯୋଗାନ୍ତୁ:- ଆଲୋଭେରାରେ ପ୍ରଚୁର ତରଳ ପଦାର୍ଥ ରହିଛି, ଯାହା ଶୁଷ୍କ ଚର୍ମକୁ ଜୀବିତ କରିପାରିବ । ପୁଷ୍ଟିକର ଗୁଣ ବ୍ୟତୀତ ଚର୍ମ ସମସ୍ୟା ପାଇଁ ଏହା ଏକ ପ୍ରାକୃତିକ ଉପଚାର । ଏହାକୁ ହାଇଡ୍ରେଟ୍ କରିବା ପାଇଁ ଆଲୋଭେରା ଜେଲ୍ ଚର୍ମ ଉପରେ ସିଧା ପ୍ରୟୋଗ କରାଯାଇପାରେ । ଏହା ସହିତ, ନେରୋଲି ତେଲ(Neroli oil)ର କିଛି ବୁନ୍ଦା ମିଶାଇ ଏକ ଚାମଚ ଆଲୋଭେରା ଜେଲକୁ ଭିଟାମିନ୍-ଇ କ୍ୟାପସୁଲ ସହିତ ମିଶାଇ ପାରିବେ । ସୁନ୍ଦର ଚର୍ମ ପାଇଁ ତ୍ବଚାରେ ଏହି ମିଶ୍ରଣକୁ ବ୍ୟବହାର କରନ୍ତୁ । ଅବଶିଷ୍ଟ ମିଶ୍ରଣକୁ ତିନି ଦିନ ପାଇଁ ଫ୍ରିଜରେ ରଖିପାରିବେ ଏବଂ ପରବର୍ତ୍ତୀ ସମୟରେ ମଧ୍ୟ ଏହା ବ୍ଯବହାର ଉପଯୋଗୀ ହୋଇପାରିବ ।

Aloe Vera Benefits: ଡାର୍କ ସ୍ପଟ୍‌ଠୁ ଡ୍ରାଏ ହେୟାର୍ ସବୁ ସମସ୍ୟାର ଗୋଟିଏ ସମାଧାନ

ଡାର୍କ ସ୍ପଟରୁ ମୁକ୍ତି ପାଆନ୍ତୁ:- ଆଲୋଭେରାରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି । ଏହି ସବୁ ଗୁଣ ଦାଗକୁ ହ୍ରାସ କରିବାରେ ବେଶ୍ ଉତ୍କୃଷ୍ଟ । ଗୋଟିଏ ଚାମଚ ଆଲୋଭେରା ଜେଲ ଏବଂ ଦୁଇ ଚାମଚ ମହୁ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ଏହାକୁ ତ୍ବଚାରେ 10 ରୁ 15 ମିନିଟ୍ ଲଗାଇବା ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ ।

ଖଣ୍ଡିଏ ବରଫ ଓ ଆଲୋଭେରା ମିଶ୍ରଣରେ ପାଆନ୍ତୁ ଚମକପ୍ରଦ ତ୍ବଚା:- ବରଫ ଖଣ୍ଡ ସହ ଆଲୋଭେରା ଜେଲ୍ ମିଶାଇ ଏକ ପ୍ୟାକ୍ ପ୍ରସ୍ତୁତ କରିପାରିବେ । ଏହା ତ୍ବଚାକୁ ସତେଜ ରଖିବାରେ ସାହାଯ୍ୟ କରିବା ସହ ଚର୍ମ ଜ୍ୱଳନକୁ ହ୍ରାସ କରିଥାଏ । ଏହାକୁ ସପ୍ତାହରେ ଅତି କମରେ ଦୁଇଥର ବ୍ୟବହାର କରିପାରିବେ ।

ସଂକ୍ରମଣ ଏବଂ ବ୍ରଣକୁ ଦୂରେଇ ରଖନ୍ତୁ:- ବ୍ରଣ ପ୍ରବଣ ଚର୍ମ ଥିବା ବ୍ୟକ୍ତିମାନେ ଆଲୋଭେରାର କ୍ରମାଗତ ବ୍ୟବହାର ଦ୍ୱାରା ଆରାମ ପାଇପାରିବେ । କାରଣ ଏହା ଆଣ୍ଟିସେପ୍ଟିକ୍ ଗୁଣ ସହିତ ଜୀବାଣୁକୁ ସଫା କରିବାରେ ଏବଂ ବାହାର କରିବାରେ ସାହାଯ୍ୟ କରିଥାଏ । ବ୍ୟବହାର ସରଳ ଏବଂ ଯେକେହି ଏହାକୁ ଘରେ ସହଜରେ ବ୍ୟବହାର କରିପାରିବେ । ଗୋଟିଏ ଚାମଚ ଆଲୋଭେରା ଜେଲ୍ ଏକ ଚାମଚ ମୋରିଙ୍ଗା(Moringa) ଏବଂ ନିମ୍ବ ତେଲ ନିଅନ୍ତୁ । ଏହାକୁ ମିଶାଇ ଏକ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହାକୁ ତ୍ବଚାରେ ଲଗାଇବା ପରେ ଏକ ବୃତ୍ତାକାର ଗତିରେ ଧୀରେ ଧୀରେ ମସାଜ୍ କରନ୍ତୁ । 30 ମିନିଟ୍ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।

ସାଇନିଂ ହେୟାର୍ ପାଇଁ ଆଲୋଭେରା:- ଏହା ଶୁଷ୍କ କେଶର ଚିକିତ୍ସା ପାଇଁ ବେଶ୍ ଲାଭଦାୟକ । କାରଣ ଏଥିରେ ପ୍ରୋଟୋଲାଇଟିକ୍ ଏନଜାଇମ୍ ଥାଏ, ଯାହା ତ୍ୱଚାର ମୃତ ଚର୍ମକୁ ପୁନଃନିର୍ମାଣ କରିବାରେ ସାହାଯ୍ୟ କରିଥାଏ ଏବଂ ସେଠାରେ ରକ୍ତ ସଞ୍ଚାଳନକୁ ପ୍ରୋତ୍ସାହିତ କରି ନୂତନ କେଶ ବୃଦ୍ଧିକୁ ଉତ୍ସାହିତ କରିଥାଏ । ଦୁଇ ଚାମଚ କାଷ୍ଟର ତେଲ(castor oil)କୁ ଏକ ଚାମଚ ଆଲୋ ଭେରା ସହ ମିଶାନ୍ତୁ । ଏହାକୁ କେଶ ଏବଂ କେଶ ମୂଳରେ ଲଗାନ୍ତୁ । ଏକ ଘଣ୍ଟା ପରେ ହର୍ବାଲ୍ ସାମ୍ପୁରେ ଧୋଇଦିଅନ୍ତୁ ।

ABOUT THE AUTHOR

...view details