ଓଡିଶା

odisha

ETV Bharat / sukhibhava

ହୃଦଘାତ କିମ୍ବା ଷ୍ଟ୍ରୋକ୍ ବିପଦକୁ ହ୍ରାସ କରେ ସକାଳ ବ୍ୟାୟାମ

ଏକ ନୂତନ ଅଧ୍ୟୟନ ଅନୁଯାୟୀ, ସକାଳେ ଶାରୀରିକ କାର୍ଯ୍ୟକଳାପ ବା ଫିଜିକାଲ୍ ଏକ୍ସରସାଇଜ୍ କରିବା ଦ୍ବାରା ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କା କମ୍ ଥାଏ (Morning exercise lowers risk of heart disease and stroke) । ଅଧିକ ପଢନ୍ତୁ

By

Published : Nov 16, 2022, 11:26 AM IST

ହୃଦଘାତ କିମ୍ବା ଷ୍ଟ୍ରୋକ୍ ବିପଦକୁ ହ୍ରାସ କରେ ସକାଳ ବ୍ୟାୟାମ
ହୃଦଘାତ କିମ୍ବା ଷ୍ଟ୍ରୋକ୍ ବିପଦକୁ ହ୍ରାସ କରେ ସକାଳ ବ୍ୟାୟାମ

ସାନ ଫ୍ରାନ୍ସିସ୍କୋ: ସକାଳ ସମୟରେ ବ୍ୟାୟାମ ବା ଶାରୀରିକ ପରିଶ୍ରମ କଲେ ହୃଦଘାତ କିମ୍ବା ଷ୍ଟ୍ରୋକ୍ ଆଶଙ୍କା କମ୍ ହୋଇଥାଏ । ଆଜ୍ଞା ହଁ, ଏକଥା ଆମେ କହୁନୁ । ଏକ ନୂତନ ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଛି । ଅଧ୍ୟୟନ ଅନୁଯାୟୀ, ସକାଳର ଶାରୀରିକ କାର୍ଯ୍ୟକଳାପ ହୃଦଘାତ ଏବଂ ଷ୍ଟ୍ରୋକର ସର୍ବନିମ୍ନ ବିପଦ ସହିତ ଜଡିତ(Morning exercise lowers risk of heart disease and stroke) । ୟୁରୋପୀୟ ଜର୍ଣ୍ଣାଲ୍ ଅଫ୍ ପ୍ରିଭେଣ୍ଟିଭ୍ କାର୍ଡିଓଲୋଜି(European Journal of Preventive Cardiology)ରେ ଏହି ଅଧ୍ୟୟନ ପ୍ରକାଶ ପାଇଛି ।

ନେଦରଲ୍ୟାଣ୍ଡର ଲେଡେନ୍ ୟୁନିଭରସିଟି ମେଡିକାଲ୍ ସେଣ୍ଟରର ଅଧ୍ୟୟନ ଲେଖକ ଗଲି ଅଲବାଲକ୍ କହିଛନ୍ତି ଯେ, 'ଏହା ହୃଦୟ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଏବଂ ଆମର ଅଧ୍ୟୟନ ବର୍ତ୍ତମାନ ସୂଚାଇ ଦେଇଛି ଯେ, ସକାଳର କାର୍ଯ୍ୟକଳାପ ଅଧିକ ଲାଭଦାୟକ ମନେହୁଏ ।' ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଅନୁସନ୍ଧାନ ମହିଳାମାନଙ୍କ ଠାରେ ବିଶେଷ ଭାବରେ ପ୍ରକାଶ ପାଇଥିଲା ଏବଂ ଏହି ଅନୁସନ୍ଧାନ ଉଭୟ ସକାଳେ ଜାଗ୍ରତ ହେଉଥିବା ଚଢେଇ ଏବଂ ରାତିର ପେଚାଙ୍କ ଉପରେ ପ୍ରୟୋଗ କରାଯାଇଥିଲା ।

ଏହି ଅଧ୍ୟୟନରେ ବ୍ରିଟେନର ବାୟୋବ୍ୟାଙ୍କ(ଏକ ବୃହତ ଆକାରର ବାୟୋମେଟିକାଲ୍ ଡାଟାବେସ୍ ଏବଂ ଅନୁସନ୍ଧାନ ଉତ୍ସ) ର ତଥ୍ୟ ବ୍ୟବହୃତ ହୋଇଥିଲା । ଏଥିରେ 42 ରୁ 78 ବର୍ଷ ବୟସର 86,657 ବୟସ୍କ ବ୍ୟକ୍ତି ଅନ୍ତର୍ଭୁକ୍ତ ଥିଲେ, ଯେଉଁମାନେ ଆରମ୍ଭରେ ହୃଦ୍ ରୋଗରୁ ମୁକ୍ତ ଥିଲେ । ଅଂଶଗ୍ରହଣକାରୀଙ୍କ ମଧ୍ୟରେ ହାରାହାରି ବୟସ 62 ଥିବାବେଳେ 58 ପ୍ରତିଶତ ମହିଳା ସାମିଲ୍ ହୋଇଥିଲେ ।

ଅନୁସନ୍ଧାନ ସମୟର ଛଅରୁ ଆଠ ବର୍ଷ ମଧ୍ୟରେ 2,911 ଅଂଶଗ୍ରହଣକାରୀ କରୋନାରୀ ଧମନୀ ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ 796 ଜଣଙ୍କର ଷ୍ଟ୍ରୋକ୍ ହୋଇଥିଲା ବୋଲି ଅଧ୍ୟୟନରେ କୁହାଯାଇଛି । ଯେତେବେଳେ ଶିଖର କାର୍ଯ୍ୟକଳାପ ସମୟକୁ 24 ଘଣ୍ଟା ମଧ୍ୟରେ ତୁଳନା କରାଯାଇଥିଲା, 8 ରୁ 11 ଟା ମଧ୍ୟରେ ଅଧିକ ସକ୍ରିୟ ହେବା ଉଭୟ ହୃଦରୋଗ ଏବଂ ଷ୍ଟ୍ରୋକର ସର୍ବନିମ୍ନ ବିପଦ ସହିତ ଜଡିତ ଥିଲା ବୋଲି ଅନୁସନ୍ଧାନକାରୀ କହିଛନ୍ତି ।

ଦ୍ୱିତୀୟ ବିଶ୍ଳେଷଣରେ, ଅନୁସନ୍ଧାନକାରୀମାନେ ଶାରୀରିକ କାର୍ଯ୍ୟକଳାପ ସମୟ ଉପରେ ଆଧାର କରି ଅଂଶଗ୍ରହଣକାରୀମାନଙ୍କୁ ଚାରୋଟି ଗୋଷ୍ଠୀରେ ବିଭକ୍ତ କଲେ- ମଧ୍ୟାହ୍ନ, ସକାଳ (8 ଟା), ବିଳମ୍ବିତ ସକାଳ (10 ଟା), ଏବଂ ସନ୍ଧ୍ୟା (7 ଟା) । ଅଧ୍ୟୟନରେ କୁହାଯାଇଛି ଯେ, ଯେଉଁମାନେ ସକାଳେ କିମ୍ବା ବିଳମ୍ବିତ ସକାଳେ ଅଧିକ ସକ୍ରିୟ ଥିଲେ, ସେମାନେ ରେଫରେନ୍ସ ଗ୍ରୁପ୍ ତୁଳନାରେ ଯଥାକ୍ରମେ 11% ଏବଂ 16% କମ୍ କରୋନାରୀ ଧମନୀ ରୋଗ ହେବାର ଆଶଙ୍କା ରହିଥିଲା ।

ଅଲବାଲକ କହିଛନ୍ତି ଯେ, ଆମର ଅନୁସନ୍ଧାନ ଶାରୀରିକ ସକ୍ରିୟ ହେବାର ସ୍ୱାସ୍ଥ୍ୟ ଉପକାରିତା ଉପରେ ପ୍ରମାଣ ଯୋଗ କରିଥାଏ ଯେ, ସକାଳର କାର୍ଯ୍ୟକଳାପ ଏବଂ ବିଶେଷତଃ ବିଳମ୍ବିତ ସକାଳରେ ଏହା ସବୁଠାରୁ ଲାଭଦାୟକ ହୋଇପାରେ ।

ABOUT THE AUTHOR

...view details