ଓଡିଶା

odisha

ETV Bharat / sukhibhava

Monsoon: ବର୍ଷାଦିନେ ତ୍ବଚାର ଯତ୍ନ ନେବା ଜରୁରୀ - ସ୍କିନ କେୟାର ଟିପ୍ସ

ମୌସୁମୀ ସମୟରେ କେବଳ ବର୍ଷା ନୁହେଁ ବରଂ ଆର୍ଦ୍ରତା ମଧ୍ୟ ଚର୍ମ ସମ୍ବନ୍ଧୀୟ ସମସ୍ୟାର କାରଣ ହୋଇଥାଏ । ଏପରି ସ୍ଥିତିରେ କିଛି ସତର୍କତା ଅବଲମ୍ବନ କରିବା ଦ୍ବାରା ଏଭଳି ସମସ୍ୟାକୁ ଆମେ ଏଡାଇ ପାରିବା । ଅଧିକ ପଢନ୍ତୁ

Monsoon: ବର୍ଷାଦିନେ ତ୍ବଚାର ଯତ୍ନ ନେବା ଜରୁରୀ
Monsoon: ବର୍ଷାଦିନେ ତ୍ବଚାର ଯତ୍ନ ନେବା ଜରୁରୀ

By

Published : Jun 19, 2022, 10:34 PM IST

ହାଇଦ୍ରାବାଦ: ଦେଶର ଅନେକ ସ୍ଥାନରେ ମୌସୁମୀର ଆଗମନ ହୋଇସାରିଛି । ଯଦିଓ ବର୍ଷା ଋତୁ ଗରମ ଏବଂ ସୂର୍ଯ୍ୟ କିରଣରୁ ଆରାମ ଦେଇଥାଏ, କିନ୍ତୁ ଏହି ଋତୁରେ ବାୟୁମଣ୍ଡଳର ଆର୍ଦ୍ରତା ବଢିଥାଏ । ଏହି ଋତୁକୁ ରୋଗର ଋତୁ ମଧ୍ୟ କୁହାଯାଏ । ଯେଉଁଥିରେ ବିଭିନ୍ନ କାରଣରୁ ବିଭିନ୍ନ ପ୍ରକାରର ରୋଗ ଏବଂ ସଂକ୍ରମଣ ବୃଦ୍ଧି ପାଇଥାଏ । ଏହି ଋତୁରେ, ଅନ୍ୟାନ୍ୟ ରୋଗ ସହିତ ଚର୍ମ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଚର୍ମ ସଂକ୍ରମଣ, ଆଲର୍ଜି ଏବଂ ଫଙ୍ଗସ୍ ଆଦିର ଶିକାର ହେବାକୁ ପଡେ । ଏଣୁ ଏହି ସମୟରେ ମଧ୍ୟ ତ୍ବଚାର ଯତ୍ନ ନେବା ନିହାତି ଆବଶ୍ୟକ ।

ବର୍ଷାଋତୁରେ ସାଧାରଣ ସମସ୍ୟା:-

ଉତ୍ତରାଖଣ୍ଡର ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଆଶା ସକଲାନି କହିଛନ୍ତି ଯେ ବର୍ଷା ଋତୁରେ ଚର୍ମ ସହ ଜଡିତ ଅନେକ ପ୍ରକାରର ସମସ୍ୟାର ସମ୍ଭାବନା ବଢିଥାଏ । ଯେପରିକି ରିଙ୍ଗୱର୍ମ, ଏକ୍ସିମା, କୁଣ୍ଡିଆ, ଦାଗ ଆଦି । ବାସ୍ତବରେ ବାୟୁମଣ୍ଡଳୀୟ ଆର୍ଦ୍ରତା, ଝାଳ, ମଇଳା ପାଣି ଏବଂ ବର୍ଷାରେ ବୁଡ଼ିଯିବା ପରେ କିଛି ସମୟ ଓଦା ପୋଷାକ ଏବଂ ଜୋତାରେ ରହିବା ଦ୍ବାରା ଚର୍ମରେ ଫଙ୍ଗାଲ୍ କିମ୍ବା ଜୀବାଣୁ ସଂକ୍ରମଣ ଏବଂ ଚର୍ମ ସମ୍ବନ୍ଧୀୟ ସମସ୍ୟା ବଢିଯାଏ ।

ସାବଧାନତା ଜରୁରୀ:-

ଡକ୍ଟର ଆଶା କହିଛନ୍ତି ଯେ ବର୍ଷା ଋତୁରେ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ କେବଳ ଆପଣଙ୍କ ଶରୀର ନୁହେଁ ବରଂ ଆପଣଙ୍କ ଚାରିପାଖରେ ପରିଷ୍କାର ପରିଚ୍ଛନ୍ନତାର ମଧ୍ୟ ବିଶେଷ ଯତ୍ନ ନେବା ଆବଶ୍ୟକ । ଏହା ବ୍ୟତୀତ କିଛି ସତର୍କତା ରହିଛି ଯାହାକି ଚର୍ମ ସମ୍ବନ୍ଧୀୟ ସମସ୍ୟାର ଆଶଙ୍କା କମାଇ ଥାଏ । ସେଗୁଡ଼ିକ ହେଉଛି:

  • ନିୟମିତ ବ୍ୟବଧାନରେ ହାତ ଧୋଇ ଧୁଅନ୍ତୁ ।
  • ସର୍ବଦା ପରିଷ୍କାର ଓ ଶୁଖିଲା କପଡ଼ା ପିନ୍ଧନ୍ତୁ ।
  • ବର୍ଷାପାଣିରେ ଓଦା ହୋଇଥିବା ଶରୀର ଓ କେଶକୁ ଯଥାସମ୍ଭବ ଶୁଖିଲା ରଖନ୍ତୁ ।
  • କୁଣ୍ଡିଆ କିମ୍ବା ତ୍ବଚା ସମ୍ବନ୍ଧୀୟ ସମସ୍ୟାରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ ।
  • ବର୍ଷାଦିନେ ବାହାରୁ ଘରକୁ ଆସିବା ପରେ ନିଶ୍ଚିତ ଗାଧାନ୍ତୁ । ଫଳରେ ଶରୀରରେ ଜମିଥିବା ଝାଳ, ଧୂଳି ଓ ବ୍ୟାକ୍ଟେରିଆ ଠାରୁ ରକ୍ଷା ମିଳେ ।
  • ବର୍ଷାପାଣିରେ ଭିଜିବା ପରେ ଶୀଘ୍ର ଶୁଖି ଯାଉଥିବା ପୋଷାକ ପିନ୍ଧନ୍ତୁ ।
  • ବର୍ଷାଦିନେ ଆର୍ଦ୍ରତା ବଢିବା ଦ୍ବାରା ତ୍ବଚା ଶୁଷ୍କ ଓ ଅଠାଳିଆ ଲାଗେ । ଏଭଳି ସ୍ଥିତିରେ ତ୍ବଚା ଉପରେ ମଇଳା ଓ ମୃତ କୋଷ ଏକତ୍ରିତ ହୁଏ । ଏଥିଲାଗି ତ୍ବଚାକୁ ପରିଷ୍କାର ରଖନ୍ତୁ ।

ABOUT THE AUTHOR

...view details