ଓଡିଶା

odisha

ETV Bharat / sukhibhava

Rainy Season Food Tips: ବର୍ଷା ଋତୁରେ ରୁହନ୍ତୁ ନିରୋଗ, ଖାଦ୍ୟରେ ସାମିଲ କରନ୍ତୁ ଏସବୁ - ବର୍ଷା ଋତୁରେ ଫିଟ

ବର୍ଷା ଋତୁରେ ରୋଗର ଆଶଙ୍କା ଅଧିକ ରହିଥାଏ । ତେଣୁ ନିଜକୁ ଫିଟ ରଖିବା ପାଇଁ ଡାକ୍ତର ରୋହିଣି ପଟେଲଙ୍କ ଟିପ୍ସକୁ ଆପଣାନ୍ତୁ ।

Rainy Season Food Tips
Rainy Season Food Tips

By

Published : Jun 24, 2023, 10:29 AM IST

ହାଇଦ୍ରାବାଦ:ଆରମ୍ଭ ହୋଇଯାଇଛି ବର୍ଷା ଋତୁ । ମୌସୁମୀ ମଧ୍ୟ ଓଡିଶା ଛୁଇଁ ସାରିଛି । ତେବେ ବର୍ଷା ଋତୁରେ ଖାସ କରି ଚଟପଟା ସୁସ୍ବାଦୁ ଖାଦ୍ୟ ଖାଇବା ପାଇଁ ଭଲ ଲାଗିଥାଏ । କିନ୍ତୁ ଏହାରି ଭିତରେ ଲୋକେ ରୋଗ ପ୍ରତିରୋଧକ ଶକ୍ତି ଏବଂ ସ୍ବାସ୍ଥ୍ୟକୁ ଭୁଲି ଯାଇଥାଆନ୍ତି । ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରିବା ଆବଶ୍ୟକ ନୁହେଁ । ବର୍ଷା ଋତୁରେ ସ୍ବାସ୍ଥ୍ୟର କିପରି ଯତ୍ନ ନେବେ ସନେଇ ଡାକ୍ତର ରୋହିଣି ପଟେଲ କିଛି ଟିପ୍ସ ଦେଇଛନ୍ତି ।

ଗରମ ପାନୀୟ ପିଅନ୍ତୁ: ବର୍ଷା ଋତୁରେ ହର୍ବାଲ୍ ଟି, ସୁପ୍ ଏବଂ ଅଦା ଚା' ଭଳି ଗରମ ପାନୀୟକୁ ବାଛନ୍ତୁ । ଏଗୁଡ଼ିକ କେବଳ ଆପଣଙ୍କୁ ଗରମ ଏବଂ ଆରାମଦାୟକ ରଖିବାରେ ସାହାଯ୍ୟ କରେ ନାହିଁ ବରଂ ଅତିରିକ୍ତ ସ୍ୱାସ୍ଥ୍ୟ ସୁବିଧା ମଧ୍ୟ ପ୍ରଦାନ କରେ । ହର୍ବାଲ୍ ଚା, ଯେପରିକି କାମୋମାଇଲ୍ କିମ୍ବା ଗ୍ରୀନ୍ ଟି, ଆଣ୍ଟିଅକ୍ସିଡାଣ୍ଟ ଯୋଗାଇଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ପନିପରିବା ଭିତ୍ତିକ ସୁପ ଶରୀରରକୁ ଅନେକ ପୋଷକ ତତ୍ତ୍ବ ଯୋଗାଇଥାଏ ।

ଋତୁଭିତ୍ତିକ ଫଳ: ବର୍ଷା ଋତୁରେ ମିଳୁଥିବା ଫଳ ଅଧିକା ଖାଆନ୍ତୁ । ସେଓ, ଡାଳିମ୍ବ, ମୌସମ୍ବୀ(ମିଠା ଲେମ୍ବୁ) ଏବଂ କମଳାରେ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟର ମାତ୍ରା ଭରପୂର ରହିଥାଏ । ଏହି ଫଳଗୁଡ଼ିକ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବା, ସଂକ୍ରମଣ ସହିତ ଲଢିବାରେ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । ଏହାକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଦ୍ବାରା ଖାଦ୍ୟରେ ପ୍ରାକୃତିକ ମଧୁରତା ଏବଂ ସ୍ବାଦ ମଧ୍ୟ ବଢିଥାଏ ।

ଭିଟାମିନ-C ଯୁକ୍ତ ଖାଦ୍ୟ: ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବା ପାଇଁ ଖାଦ୍ୟରେ ଭିଟାମିନ୍ ସି ଅନ୍ତର୍ଭୁକ୍ତ କରିବା ଆବଶ୍ୟକ । ସାଇଟ୍ରସ୍ ଫଳ ଯେପରିକି ଲେମ୍ବୁ, କମଳା ଏବଂ ଅଙ୍ଗୁର ଫଳ ଭିଟାମିନ୍ ସିର ଉତ୍କୃଷ୍ଟ ଉତ୍ସ ହୋଇଥାଏ । ଏହାସହ କିୱି, ବେଲପତ୍ର ଏବଂ ବ୍ରୋକୋଲି ମଧ୍ୟ ଏହି ଜରୁରୀ ପୋଷକ ତତ୍ତ୍ୱରେ ଭରପୂର ଅଟେ । ଶ୍ବେତ ରକ୍ତ କଣିକା ଗଠନରେ ଭିଟାମିନ୍ ସି ସାହାଯ୍ୟ କରେ, ଯାହା ସଂକ୍ରମଣ ସହିତ ଲଢିବା ସହ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ଠିକ ରଖିଥାଏ ।

ହାଇଡ୍ରେସନ:ବର୍ଷା ଋତୁରେ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଆବଶ୍ୟକ । ପାଗ ଥଣ୍ଡା ହୋଇଥିଲେ ମଧ୍ୟ ଶରୀରକୁ ହାଇଡ୍ରେସନ୍ ଆବଶ୍ୟକ । ବର୍ଷା ଋତୁରେ ବେଳେବେଳେ ଅତ୍ୟଧିକ ଆର୍ଦ୍ରତା ଯୋଗୁଁ ଅଧିକ ଝାଳ ବାହାରିଥାଏ । ଫଳରେ ଜଳୀୟ ଅଂଶର ମାତ୍ରା କମିଯାଇଥାଏ । ସଠିକ୍ ହାଇଡ୍ରେଟ୍ ରହିବା ପାଇଁ ଦିନକୁ ଅତି କମରେ ଆଠ ଗ୍ଲାସ୍ ପାଣି ପିଇବା ଆବଶ୍ୟକ ।

ସନ୍ତୁଳିତ ଖାଦ୍ୟ: ଏହି ଋତୁରେ ସନ୍ତୁଳିତ ଭୋଜନ ଖାଇବା ଆବଶ୍ୟକ । ଶସ୍ୟ ପ୍ରୋଟିନ୍ ଏବଂ ପନିପରିବାକୁ ଅନ୍ତର୍ଭୁକ୍ତ କରନ୍ତୁ । ବ୍ରାଉନ୍ ଚାଉଳ, କ୍ୱିନୋଆ ଏବଂ ଓଟ୍ ପରି ସମ୍ପୂର୍ଣ୍ଣ ଶସ୍ୟ ଫାଇବର ଏବଂ ସ୍ଥାୟୀ ଶକ୍ତି ଯୋଗାଇଥାଏ । ଚିକେନ୍, ମାଛ ଏବଂ ଟୋଫୁ ପରି ପ୍ରୋଟିନ୍ ମାଂସପେଶୀ ମଜବୁତ କରିଥାଏ ଏବଂ ବୃଦ୍ଧିରେ ସାହାଯ୍ୟ କରେ । ପନିପରିବା ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଯୋଗାଇଥାଏ ।

ପ୍ରୋବାୟୋଟିକ୍ସ: ଖାଦ୍ୟରେ ପ୍ରୋବାୟୋଟିକ୍ ସମୃଦ୍ଧ ଖାଦ୍ୟ ଅନ୍ତର୍ଭୂକ୍ତ କରିବା ଆବଶ୍ୟକ । ଯେପରିକି ଦହି, କେଫିର୍ ଏବଂ ଫେଣ୍ଟେଡ୍ ପନିପରିବା(ଲାକ୍ଟିକ ଏସିଡ ଯୁକ୍ତ ପରିବା)। ପ୍ରୋବାୟୋଟିକ୍ସ ଅନ୍ତନଳୀକୁ ସୁସ୍ଥ ରଖିଥାଏ, ଯାହା ପ୍ରତିରକ୍ଷା ପ୍ରଣାଳୀରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହା ଦ୍ବାରା ହଜମ ପ୍ରକ୍ରିୟାରେ ଉପକାରୀ ବ୍ୟାକ୍ଟେରିଆର ବୃଦ୍ଧିକୁ ପ୍ରୋତ୍ସାହିତ କରିଥାଏ । ପାକସ୍ଥଳୀ ଜନିତ ସମସ୍ୟା ହେବାର ଆଶଙ୍କା କମ୍ ରହିଥାଏ ।

ରସୁଣ ଏବଂ ପିଆଜ: ଖାଦ୍ୟରେ ରସୁଣ ଏବଂ ପିଆଜ ଅନ୍ତର୍ଭୂକ୍ତ କରିବା ଆବଶ୍ୟକ । କାରଣ ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଭାଇରାଲ୍ ଗୁଣ ରହିଛି । ଏହି ଉପାଦାନଗୁଡିକ ସାଧାରଣ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ବିଶେଷକରି ଶ୍ବାସକ୍ରିୟାରେ ସଂକ୍ରମଣ ଯାହା ବର୍ଷା ଋତୁରେ ଅଧିକ ଦେଖାଯାଏ । ସେଗୁଡିକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା କେବଳ ସ୍ୱାଦ ବଢାଏ ନାହିଁ ବରଂ ଆପଣଙ୍କ ଖାଦ୍ୟର ପୁଷ୍ଟିକର ମୂଲ୍ୟ ମଧ୍ୟ ବୃଦ୍ଧି କରିଥାଏ ।

ଷ୍ଟ୍ରିଟ ଫୁଡରୁ ଦୂରେଇ ରହିବା ଆବଶ୍ୟକ: ଖାଦ୍ୟ ଦ୍ବାରା ହେଉଥିବା ରୋଗର ଆଶଙ୍କା ହ୍ରାସ କରିବାକୁ, ବର୍ଷା ଋତୁରେ ଷ୍ଟ୍ରିଟ ଫୁଡ ଖାଦ୍ୟ ଠାରୁ ଦୂରେଇ ରହିବା ଆବଶ୍ୟକ । ବର୍ଷା ପାଣିପାଗ ଜୀବାଣୁ ଏବଂ ଫଙ୍ଗଲ ଅଭିବୃଦ୍ଧି ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିପାରେ, ଯାହା ରାସ୍ତାଘାଟର ଖାଦ୍ୟରେ ଅଧିକ ଆଶଙ୍କା ରହିଥାଏ । ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ଏବଂ ହଜମ ଜନିତ ସମସ୍ୟାକୁ ରୋକିବା ପାଇଁ ଘରେ ରନ୍ଧା ଖାଦ୍ୟ ଖାଇବା ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details