ହାଇଦ୍ରାବାଦ:ଲୋକେ ଚା'ରୁ ନିଜ ଦିନ ଆରମ୍ଭ କରିଥାନ୍ତି । ଭାରତରେ ପ୍ରାୟ ସମସ୍ତଙ୍କର ଚା' ପଇବାର ଅଭ୍ୟାସ ରହିଥାଏ । କିଛି ଜଣ ନିଜକୁ ଫ୍ରେସ ରଖିବା ପାଇଁ ଚା' ପିଉଥିବା ବେଳେ ଆଉ କିଛି ଜଣଙ୍କ ଅଭ୍ୟାସରେ ପରିଣତ ହୋଇଯାଇଛି । ଯେଉଁମାନେ କି ସମୟ ନଦେଖି କେବଳ ଚା'ହିଁ ପିଇଥାଆନ୍ତି । ଚାହା ପିଇଲେ ଥକ୍କାପଣ ଏବଂ ଚାପ ଦୂର ହୋଇଥାଏ । ଏହାରି ଭିତରେ ଏକ ଖବର ବେଶ ଭାଇରାଲ ହୋଇଥିଲା । ଚା' ଶୀଘ୍ର ବାର୍ଦ୍ଧକ୍ୟର କାରଣ ବୋଲି କୁହାଯାଇଥିଲା । ଚା' ପିଇବା ଦ୍ବାରା ଚର୍ମ କୁଞ୍ଚନ ପଡିଯିବା, ବାର୍ଦ୍ଧକ୍ୟ ମାଡି ବସିବା ବୋଲି ଚର୍ଚ୍ଚା ହୋଇଥିଲା । ତେବେ ଏନେଇ ଓନଲ ମାଇଁ ହେଲଥ ପକ୍ଷରୁ ଏକ ରିପୋର୍ଟ ପ୍ରକାଶିତ ହୋଇଛି । କୁହାଯାଇଛି ଯେ, ଚେହେରାରେ କୁଞ୍ଚନ ଅନେକ ପ୍ରକାର କାରଣ ହୋଇପାରେ, କିନ୍ତୁ ଚା' ପିଇବା ଅନ୍ୟତମ ଅଟେ । ତେବେ ଜାଣନ୍ତୁ କାହିଁକି ଚେହେରାରେ ରିଙ୍କଲ ବା ଶୀଘ୍ର ବାର୍ଦ୍ଧକ୍ୟ ଆସିଥାଏ ।
- ଡିହାଇଡ୍ରେସନ୍:ବ୍ଲାକ ଏବଂ ଗ୍ରୀନ ଚାରେ କଫିନ ଭରପୂର ରହିଛି । ଯେଉଁଥି ପାଇଁ ଚା ପିଇବା ଦ୍ବାରା ଅଧିକ ପରିସ୍ରା ଲାଗିଥାଏ । ଚା ’ପିଇବା ପରେ ଲୋକମାନେ ଦୀର୍ଘ ସମୟ ଧରି ପାଣି ପିଉନାହାଁନ୍ତି । ସେଥିପାଇଁ ବାରମ୍ବାର ଶୌଚ ସମସ୍ୟା ଦେଖାଦେଇଥାଏ । ଶରୀର ଡିହାଇଡ୍ରେଟ୍ ହୋଇଯାଏ । ଡିହାଇଡ୍ରେସନ୍ ହେତୁ ଚର୍ମର ଆର୍ଦ୍ରତା ହ୍ରାସ ହୁଏ ଏବଂ ଚର୍ମ ଶୁଷ୍କ ହୋଇଯାଏ । ଯଦି ସ୍କିନ ଡ୍ରାଏ ସମୟରେ ଚର୍ମର ସଠିକ୍ ଯତ୍ନ ନିଆଯାଏ ନାହିଁ, ତେବେ ଚେହେରାରେ କୁଞ୍ଚନ ଦେଖାଯାଏ ।
- ଖରାପ ଜୀବନଶୈଳୀ:କିଛି ଲୋକଙ୍କ ଅଭ୍ୟାସ ଅଛି ଯେ ସେମାନେ ଯେକୌଣସି ସମୟରେ ଚା' ପିଇଥାଆନ୍ତି । କିଛି ଲୋକ ଦିନରେ ମାତ୍ର 1-2 ଥର ଚା ପିଅନ୍ତି । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଗୋଟିଏ ଦିନରେ 5-6 କପ୍ ଚା ପିଇଥାଆନ୍ତି । ଏପରି ପରିସ୍ଥିତିରେ, ଲୋକମାନେ ସେମାନଙ୍କର ବୟସ ପୂର୍ବରୁ ସ୍କିନରେ କୁଞ୍ଚନ ହେବା ଆରମ୍ଭ ହୋଇଯାଇଥାଏ ।
- ଓଜନ ବଢିବା ସମସ୍ୟା:କିଛି ଲୋକ ନମକିନ ସହିତ ଚା' ପିଇବା ଆରମ୍ଭ କରନ୍ତି । ଏପରି ପରିସ୍ଥିତିରେ ଓଜନ ବୃଦ୍ଧି ସମସ୍ୟା ଆରମ୍ଭ ହୋଇଥାଏ । ଏକାସାଙ୍ଗରେ ରକ୍ତରେ ଶର୍କାର ସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗେ । ଫଳରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଚର୍ମ ଉପରେ ପଡିଥାଏ । ମୁହଁରେ କଳାଦାଗ ଏବଂ କୁଞ୍ଚନ ଭଳି ସମସ୍ୟା ଦେଖାଯାଇଥାଏ ।
ଏହା ମଧ୍ୟ ପଢନ୍ତୁ: Side Effect Of Tea: ଅତ୍ୟଧିକ ଚା’ ସେବନ, ଡାକି ଆଣିବ ଏହି ସବୁ ରୋଗ