ଓଡିଶା

odisha

ETV Bharat / sukhibhava

ଅନୁସନ୍ଧାନ: ଗର୍ଭାବସ୍ଥାରେ କୋଭିଡ ହୋଇଥିଲେ ଧୀର ହେବନି ଜନ୍ମିତ ଶିଶୁର ମସ୍ତିଷ୍କ ବିକାଶ - ହେଲ୍‌ଥ ନ୍ୟୁଜ

ନିକଟରେ ଏକ ଅନୁସନ୍ଧାନରୁ ଜଣାପଡିଥିଲା ଯେ, ଗର୍ଭାବସ୍ଥାରେ ମାଆକୁ କୋଭିଡ ହୋଇଥିଲେ ଜନ୍ମିତ ଶିଶୁର ମସ୍ତିଷ୍କ ବିକାର ହୋଇପାରେ । ହେଲେ ଆଉ ଏକ ଅନୁସନ୍ଧାନ ସ୍ପଷ୍ଟ କରିଛି ଯେ, ଏପରି ବିପଦର ଆଶଙ୍କା ନାହିଁ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Apr 14, 2023, 5:36 PM IST

ନ୍ୟୁୟର୍କ: କୋଭିଡର ପାର୍ଶ୍ବ ପ୍ରତିକ୍ରିୟାକୁ ନେଇ ଅନେକ ସମୟରେ ଗବେଷଣା ହେଉଛି । ବିଶେଷ କରି ଗର୍ଭାବସ୍ଥାରେ ସଂକ୍ରମିତ ହୋଇଥିବା ମାଆଙ୍କଠାରୁ ଜନ୍ମିତ ଶିଶୁ ଉପରେ ଏହାର କି ପ୍ରକାର ପ୍ରଭାବ ପଡୁଛି ତାହା ଉପରେ ଅନୁସନ୍ଧାନ ଜାରି ରହିଛି । ନିକଟରେ ଏକ ଅନୁସନ୍ଧାନରୁ ଜଣାପଡିଥିଲା ଯେ, ଗର୍ଭାବସ୍ଥାରେ ମାଆକୁ କୋଭିଡ ହୋଇଥିଲେ ଜନ୍ମିତ ଶିଶୁର ମସ୍ତିଷ୍କ ବିକାର ହୋଇପାରେ । ହେଲେ ଆଉ ଏକ ଅନୁସନ୍ଧାନ ସ୍ପଷ୍ଟ କରିଛି ଯେ, ଏପରି ବିପଦର ଆଶଙ୍କା ନାହିଁ ।

ଯଦି ଗର୍ଭାବସ୍ଥାରେ ମାଆ କୋରୋନାରେ ସାମାନ୍ୟ ସଂକ୍ରମିତ ଥିଲେ ତେବେ ଏକ ନର୍ମାଲ୍(ସୁସ୍ଥ) ପିଲା ଜନ୍ମ ହେବ । ଜାମା ନେଟୱାର୍କ ଓପନ୍‌(JAMA Network Open)ରେ ଏହି ଅନୁସନ୍ଧାନର ଫଳାଫଳ ପ୍ରକାଶ ପାଇଛି । କଲମ୍ବିଆ ବିଶ୍ବ ବିଦ୍ୟାଳୟର ଶିଶୁରୋଗ ଏବଂ ମାନସିକ ରୋଗ ବିଭାଗ ପକ୍ଷରୁ ଏହି ଅନୁସନ୍ଧାନ କରାଯାଇ ଥିଲା । ଅନୁସନ୍ଧାନକାରୀମାନେ ଆମେରିକାର 5ରୁ 11 ମାସ ମଧ୍ୟରେ 407 ଶିଶୁଙ୍କ ଉପରେ ଅଧ୍ୟୟନ କରିଥିଲେ, ଯେଉଁମାନେ ମାର୍ଚ୍ଚ 2022ରୁ ଜୁନ୍ 2022 ମଧ୍ୟରେ ଜନ୍ମ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ:-ଗର୍ଭାବସ୍ଥାରେ କୋଭିଡ ସଂକ୍ରମଣ ଜନ୍ମିତ ପୁତ୍ର ସନ୍ତାନର ମସ୍ତିଷ୍କ ବିକାର ସହ ଜଡିତ

ଏହି ଅନୁସନ୍ଧାନର ମୁଖ୍ୟ କହିଛନ୍ତି ଯେ, "ଯଦି ଗର୍ଭବତୀ ଥିବାବେଳେ ଜଣେ ମହିଳା କୋଭିଡରେ ସାମାନ୍ୟ ଆକ୍ରାନ୍ତ ହୋଇଥିଲେ ତେବେ ଏହାର କୌଣସି କୁପ୍ରଭାବ ପିଲାର ମସ୍ତିଷ୍କ ଉପରେ ପଡିବ ନାହିଁ ।" ଅନୁସନ୍ଧାନରେ ଆହୁରି ମଧ୍ୟ ଜଣାପଡିଛି ଯେ, ଏହି ପିଲାମାନେ ଅନ୍ୟମାନଙ୍କ ପରି ନର୍ମାଲ୍ ବ୍ୟବହାର କରିବେ, ସେମାନଙ୍କ ନିକଟରେ କୌଣସି ମସ୍ତିଷ୍କ ବିକାର ଦେଖାଯିବ ନାହିଁ । କାରଣ ଅନୁସନ୍ଧାନ ସମୟରେ ସେମାନେ ହିଁ ଏହିପରି ଭଲ ପ୍ରଦର୍ଶନ କରିଛନ୍ତି । ତେବେ ଗର୍ଭାବସ୍ଥାରେ ଯେଉଁମାନଙ୍କର ମାଆ କୋରୋନାରେ ଗୁରୁତର ଭାବେ ଆକ୍ରାନ୍ତ ହୋଇଥିଲେ ସେମାନଙ୍କ ଉପରେ ଅଧିକ ଗବେଷଣା କରିବାର ଆବଶ୍ୟକତା ଥିବା ଅନୁସନ୍ଧାନକାରୀ କହିଛନ୍ତି ।

ସୂଚନା ଥାଉ କି, ନିକଟରେ ଏକ ଅନୁସନ୍ଧାନ ଦର୍ଶାଇଥିଲା ଯେ, ଗର୍ଭାବସ୍ଥାରେ ଯେଉଁ ମାଆମାନେ କୋଭିଡରେ ସଂକ୍ରମିତ ହୋଇଥିଲେ, ସେମାନଙ୍କଠାରୁ ଜନ୍ମିତ ପୁତ୍ର ସନ୍ତାନଙ୍କର ଜନ୍ମର ବର୍ଷକ ମଧ୍ୟରେ ନ୍ୟୁରୋଡ୍ ଡେଭେଲପମେଣ୍ଟାଲ୍ ଡାଇଗ୍ନୋସିସ୍‌ର ପ୍ରାୟ ଦୁଇଗୁଣ ଅଧିକ ସମ୍ଭାବନା ସହିତ ଜଡିତ ଥିଲା । ସେହିପରି 18 ମାସରେ, ଏହାର ପ୍ରଭାବ ଅଧିକ ଥିଲା । ତେବେ ଏହି ବିପଦ କନ୍ୟା ସନ୍ତାନଙ୍କଠାରେ ଦେଖାଯାଇନଥିଲା ବୋଲି ଆମେରିକାର ମାସାଚୁସେଟ୍ସ ଜେନେରାଲ୍ ହସ୍ପିଟାଲ୍ (MGH)ର ଅନୁସନ୍ଧାନକାରୀମାନେ କହିଛନ୍ତି । କେବଳ ଏହି ବିକାର ପୁଅମାନଙ୍କ କ୍ଷେତ୍ରରେ ଦୃଶ୍ୟମାନ ହେଉଛି ବୋଲି ଅନୁସନ୍ଧାନକାରୀ କହିଥିଲେ । ତେବେ ବର୍ତ୍ତମାନର ଏହି ନୂଆ ଅଧ୍ୟୟନ ନିଶ୍ଚିତ ରୂପେ ଗର୍ଭବତୀ ଥିବାବେଳେ ଯେଉଁମାନେ କୋଭିଡ ସଂକ୍ରମିତ ହୋଇଥିଲେ, ସେମାନଙ୍କୁ ଆଶ୍ବସ୍ଥି ଦେବ ।

ABOUT THE AUTHOR

...view details