ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ମଧୁମେହ(ଡାଇବେଟିସ୍)ରେ ପୀଡିତ ହେଉଛନ୍ତି । ବୃଦ୍ଧ ହୁଅନ୍ତୁ କିମ୍ବା ଯୁବକ ସମସ୍ତେ ବର୍ତ୍ତମାନ ମଧୁମେହରେ ପୀଡିତ । କହିବାକୁ ଗଲେ ଏବେ ଘରେ ଘରେ ମଧୁମେହ ରୋଗୀ । ଏହା ଏପରି ଏକ ରୋଗ ଯାହା ଥରେ ହେଲେ ଆଜୀବନ ଗ୍ରାସ କରି ରହିଥାଏ । ଯଦି ଏହି ରୋଗକୁ ଅଣଦେଖା କରାଯାଏ, ତେବେ ଏହା ଆହୁରି ବିପଜ୍ଜନକ ହୋଇପାରେ । ମଧୁମେହରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ସହଜ ନହେଲେ ମଧ୍ୟ ଖାଦ୍ୟରେ କେତେକ ପରିବର୍ତ୍ତନ ଆଣିପାରିଲେ ରୋଗ ସମସ୍ୟାକୁ କେତେକାଂଶରେ ରୋକାଯାଇ ପାରିବ ।
ଏଥିପାଇଁ ଔଷଧ ସେବନ ଅପେକ୍ଷା ଘରୋଇ ଉପଚାର ସବୁଠୁ ଗୁରୁତ୍ବପୂର୍ଣ୍ଣ । ଜାଣନ୍ତି କି, ମଧୁମେହ ରୋଗୀଙ୍କ ପାଇଁ ମେଥି ବେଶ୍ ଉପକାରୀ । ମେଥିରୁ କିପରି ସେବନ କରିବା ଦ୍ବାରା ମଧୁମେହ ପରିଚାଳନା ହୋଇଥାଏ, ଜାଣନ୍ତୁ...
ମେଥିରେ ଫାଇବର ଭରପୂର ପରିମାଣରେ ମିଳିଥାଏ । ଏହା ବ୍ୟତୀତ ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି-ଇନ୍ଫ୍ଲାମେଟୋରୀ ଏବଂ ଆଣ୍ଟି-ଭାଇରାଲ୍ ଗୁଣ ରହିଛି, ଯାହା ଖାଦ୍ୟରୁ କାର୍ବୋହାଇଡ୍ରେଟ୍ ଏବଂ ଶର୍କରା ଶୋଷଣ କରିବାରେ ସାହାଯ୍ୟ କରିଥାଏ । ମଧୁମେହ ରୋଗୀମାନେ ମେଥି ଖାଇ ଆବଶ୍ୟକ କରୁଥିବା ଇନସୁଲିନ୍ ପରିମାଣକୁ ହ୍ରାସ କରିପାରିବେ । ମେଥିରେ ଥିବା ଆମିନୋ ଏସିଡ୍ ରକ୍ତରେ ଥିବା ଶର୍କରା ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ରକ୍ତରେ ଇନସୁଲିନର ପରିମାଣ ବଢାଇଥାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ ସବୁଠୁ ଅଧିକ ଆବଶ୍ୟକ ।
ମେଥିର ଅନ୍ୟାନ୍ୟ ଉପକାରୀ ଗୁଣ