ହାଇଦ୍ରାବାଦ:ମହାମାରୀ ଆସିବା ପରେ ଲୋକମାନେ ମେଟାବୋଲିଜିମ ଶକ୍ତିକୁ ବୃଦ୍ଧି ଉପରେ ଗୁରୁତ୍ବ ଦେଉଛନ୍ତି । ତଥାପି ଅନେକ ଲୋକ ନିଜ ଶରୀର ପ୍ରତି ସେତେଟା ଦୃଷ୍ଟି ଦିଅନ୍ତି ନାହିଁ । ଯାହାକି ସେମାନଙ୍କ ମେଟାବୋଲିଜମ ଶକ୍ତିକୁ କ୍ଷୁଣ୍ଣ କରିବା ସହିତ ଏକା ବେଳେ ସେମାନଙ୍କୁ ଅନେକ ପ୍ରକାର ରୋଗ ଯେପରିକି ମଧୁମେହ, ରକ୍ତଚାପ, ମେଦ ବହୁଳତା ଓ କୋଲେଷ୍ଟ୍ରୋଲର ମାତ୍ରା ବଢିଯାଏ । ଏହା ପରବର୍ତ୍ତୀ ସମୟରେ ହୃଦଘାତ ବା ଷ୍ଟ୍ରୋକ ଭଳି ସମସ୍ୟା ଉପୁଜାଇଥାଏ । ତେବେ ଏହାର କାରଣ ଓ ଲକ୍ଷଣ ଜାଣିବା ପୂର୍ବରୁ ପ୍ରଥମେ ଜାଣନ୍ତୁ କଣ ଏହି ମେଟାବୋଲିଜିମ ଶକ୍ତି ।
ମେଟାବୋଲିଜିମ କଣ ?
ହରିୟାଣାର ଚିକିତ୍ସକ ଡକ୍ଟର ବିବେକ କାଲା ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଏ ସମ୍ପର୍କରେ ଆଲୋଚନା କରିଛନ୍ତି । କେଉଁ ପ୍ରକାର ଖାଦ୍ୟ ଖାଇଲେ ଆମ ଶରୀରକୁ ଶକ୍ତି ମିଳିଥାଏ ସେ ସମ୍ପର୍କରେ ସେ ଆଲୋଚନା କରିଛନ୍ତି । ମେଟାବୋଲିଜିମ୍ ମାଧ୍ୟମରେ ଖାଦ୍ୟ ଶକ୍ତିରେ ପରିଣତ ହୁଏ ଏବଂ ଶକ୍ତି ଗ୍ରହଣ କରୁଥିବା କୋଷ ବ୍ୟତୀତ ଆମ ଶରୀରର ମାଂସପେଶୀ ଫୁସଫୁସରୁ ଅମ୍ଳଜାନ ଗ୍ରହଣ କରେ । ଅଙ୍ଗଗୁଡ଼ିକ ପୁଷ୍ଟିଯୁକ୍ତ ହୁଏ ଏବଂ ଅସ୍ଥି ମଜ୍ଜା(Bone Marrow)ରେ ଧଳା ରକ୍ତ କଣିକା ସୃଷ୍ଟି ହୁଏ । ଆମ ଶରୀରରେ ମେଟାବୋଲିଜିମ୍ ହରମୋନ୍ ଏବଂ ଆମର ସ୍ନାୟୁ ପ୍ରଣାଳୀ ଦ୍ବାରା ନିୟନ୍ତ୍ରିତ ହୁଏ ।
ଯେତେବେଳେ ଆମେ ଖାଦ୍ୟ ଖାଇଥାଉ, ଆମ ଅନ୍ତନଳୀରେ ହଜମକାରୀ ଏନଜାଇମ୍ କାର୍ବୋହାଇଡ୍ରେଟ୍, ଫ୍ୟାଟ୍ ଏବଂ ପ୍ରୋଟିନ୍ ଭାଙ୍ଗେ, ଯାହା ଶରୀରର ବିକାଶ ଏବଂ ଶକ୍ତି ଯୋଗାଇବାରେ ସାହାଯ୍ୟ କରେ । ଏହି ପ୍ରକ୍ରିୟାରେ, ଦୁଇଟି କାର୍ଯ୍ୟକଳାପ ଏକାସାଙ୍ଗରେ ହୋଇଥାଏ । ପ୍ରଥମଟି ହେଉଛି ଶରୀରର ଟିସୁ ଗଠନ ଏବଂ ଦ୍ବିତୀୟଟି ହେଉଛି ଶରୀରରେ ଶକ୍ତି ସଂରକ୍ଷଣ । ଯଦି କୌଣସି ବ୍ୟକ୍ତିର ମେଟାବୋଲିଜିମ୍ ଭଲ, ସେ ଦିନସାରା ଶକ୍ତିଶାଳୀ ଏବଂ ସକ୍ରିୟ ଅନୁଭବ କରନ୍ତି ।
ମେଟାବୋଲିଜିମ ଶକ୍ତି ଭଲ ନ ରହିଲେ ଜଣେ ବ୍ୟକ୍ତି କ୍ଳାନ୍ତ ଅନୁଭବ କରିବାର ସମ୍ଭାବନା ଥାଏ ଏବଂ ଉକ୍ତ ବ୍ୟକ୍ତିଟି ଓଜନ ବଢିବା ଭଳି ସମସ୍ୟାରେ ସମ୍ମୁଖୀନ ହୋଇପାରେ । ସେମାନଙ୍କ କ୍ଷେତ୍ରରେ କୋଲେଷ୍ଟ୍ରଲ, ମାଂସପେଶୀ, ହାଡର ସମସ୍ୟା, ହୃଦରୋଗ ଏବଂ ଅବସାଦଗ୍ରସ୍ତ ପରି ମାନସିକ ସମସ୍ୟା ଅଧିକ ଦେଖାଯାଇଥାଏ ।
ମେଟାବୋଲିକ ସିଣ୍ଡ୍ରୋମର କାରଣ ଓ ଲକ୍ଷଣ:-