ଓଡିଶା

odisha

ETV Bharat / sukhibhava

ବନ୍ଧାତ୍ବ କାରଣରୁ ହୋଇପାରେ ମାନସିକ ବିକୃତ: ରିସର୍ଚ୍ଚ - Mental Disorder causes

Mental Disorder and Infertility: ଦିନକୁ ଦିନ ମାନସିକ ବିକୃତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବନ୍ଧାତ୍ବ କାରଣରୁ ମାନସିକ ବିକୃତ ହୋଇପାରେ ବୋଲି ରିସର୍ଚ୍ଚରେ ଖୁଲାସା କରାଯାଇଛି। ଅଧିକ ପଢନ୍ତୁ

Mental Disorder and Infertility
Mental Disorder and Infertility

By ETV Bharat Odisha Team

Published : Dec 28, 2023, 9:16 PM IST

ନୂଆଦିଲ୍ଲୀ:ଗତ କିଛି ବର୍ଷ ହେବ କମ୍ ବୟସ୍କଙ୍କ ଠାରେ ମାନସିକ ବିକୃତ ସମସ୍ୟା ଦେଖାଯାଉଛି। ତେବେ ଏହାର କାରଣ ଜାଣିବା ପାଇଁ ଅନେକ ଅନୁସନ୍ଧାନ ମଧ୍ୟ ଜାରି ରହିଛି। ତେବେ ମାନସିକ ବିକୃତ ସହିତ ବାଞ୍ଝପଣର ସମ୍ପର୍କ ରହିଥିବା ନେଇ ନିକଟରେ ହୋଇଥିବା ଏକ ଅନୁସନ୍ଧାନରେ ଖୁଲାସା କରାଯାଇଛି। ଅକ୍ସଫୋଡ ସାଇଣ୍ଟିଷ୍ଟର ବୈଜ୍ଞାନିକମାନେ ଏହି ରିସର୍ଚ୍ଚ କରିଥିବା ନେଇ ରିପୋର୍ଟରେ କୁହାଯାଇଛି। 414ଟି ରୋଗକୁ ନେଇ ବୈଜ୍ଞାନିକମାନେ ଏଗି ଅନୁସନ୍ଧାନ କରିଥିଲେ। ତେବେ 74ଟି ରୋଗ ଏବଂ ନିଃସନ୍ତାନ ବା ବାଞ୍ଝପଣ ମଧ୍ୟରେ ସମ୍ପର୍କ ଥିବା ରିସର୍ଚ୍ଚରେ କୁହାଯାଇଛି।

ଚିନ୍ତାର ବିଷୟ ହେଉଛି 74ଟି ରୋଗ ସହିତ ମାନସିକ ବିକାରଗ୍ରସ୍ତର ସମ୍ବନ୍ଧ ରହିଛି। କିନ୍ତୁ ଏଥିରୁ କେତେକ ଲିଙ୍ଗ ବିଶିଷ୍ଟ ବୋଲି କୁହାଯାଇଛି। ଉଦାହରଣ ସ୍ବରୂପ ପୁରୁଷମାନଙ୍କ କ୍ଷେତ୍ରରେ ସ୍କିଜୋଫ୍ରେନିଆ ଏବଂ ଅଧିକ ମଦ୍ୟପାନ କରିବା ସହିତ ବନ୍ଧ୍ୟାତ୍ୱ ଜଡିତ ଅଟେ। ଏଠାରେ ପ୍ରକାଶଥାଉକି, ସ୍କିଜୋଫ୍ରେନିଆ ହେଉଛି ଏକ ପ୍ରକାର ମାନସିକ ବିକୃତି ଅଟେ । ଏହା ଦ୍ବାରା ଜଣେ ବ୍ୟକ୍ତି ସର୍ବଦା ଭ୍ରମିତ ହୋଇଥାଏ। ଏହି କାରଣରୁ, ସାମାଜିକ ଦୂରତା ସୃଷ୍ଟି ହୁଏ ଏବଂ ଲୋକଙ୍କୁ ଭେଟିବାରେ ସମସ୍ୟା ଦେଖାଯାଏ। ସାଧାରଣ ଭାଷାରେ କହିବାକୁ ଗଲେ ସ୍କିଜୋଫ୍ରେନିଆ ଏକ ମାନସିକ ରୋଗ ଯାହା ବୁଝିବା ଏବଂ ବିଚାରଶକ୍ତିକୁ ନଷ୍ଟ କରିଦେଇଥାଏ।

ଏହା ମଧ୍ୟ ପଢନ୍ତୁ: ଅତ୍ୟଧିକ ମଦ୍ୟପାନ କରିପାରେ ପିତା-ମାତା ହେବାରୁ ବଞ୍ଚିତ: ଅନୁସନ୍ଧାନ

ତେବେ ଏନେଇ ଅନୁସନ୍ଧାନର ମୁଖ୍ୟ ଅଜିଙ୍ଗ ଲିଉ କହିଛନ୍ତି, "ଅନ୍ୟପଟେ ମହିଳାଙ୍କ କ୍ଷେତ୍ରରେ ମଧୁମେହ ଏବଂ ଜନ୍ମଗତ ବିକୃତି ମହିଳାଙ୍କୁ ପ୍ରଭାବିତ କରିଥାଏ। ତେବେ ବିଶ୍ବରେ ବାଞ୍ଝପଣ ବୃଦ୍ଧି ହେବାର ଅନେକ କାରଣ ରହିଛି। ତେବେ ସନ୍ତାନ ପ୍ରସାବକୁ ସ୍ଥଗିତ ରଖିବା ମଧ୍ୟ ଏହାର ଏକ ପ୍ରମୁଖ କାରଣ ବୋଲି କୁହାଯାଇଛି। ବନ୍ଧ୍ୟାକରଣ ବୃଦ୍ଧିରେ ଏହା ସବୁଠାରୁ ବିପଜ୍ଜନକ କାରଣ ଅଟେ।" ତେବେ ଏହି ରିସର୍ଚ୍ଚ ଜର୍ଣ୍ଣାଲ ନେଚର ହ୍ୟୁମାନ ବିହେଭିୟରରେ ପ୍ରକାଶିତ ହୋଇଛି।

ତେବେ ଗତ କିଛି ମାସ ପୂର୍ବରୁ ମଧ୍ୟ ପିତାମାତାରୁ ବଞ୍ଚିତ ନେଇ ଏକ ରିସର୍ଚ୍ଚ କରାଯାଇଥିଲା। ମଦ ଉଭୟ ସ୍ତ୍ରୀ ଓ ପୁରୁଷଙ୍କର ପ୍ରଜନନ କ୍ଷମତାକୁ ଦୁର୍ବଳ କରିଦିଏ ବୋଲି ଜାଣିବାକୁ ପାଇଥିଲେ ଅନୁସନ୍ଧାନକାରୀ । ଅଧ୍ୟୟନରୁ ଜଣାପଡିଛି ଯେ, ମଦ୍ୟପାନ କେବଳ ଆମର ଆଭ୍ୟନ୍ତରୀଣ ଅଙ୍ଗ ପାଇଁ କ୍ଷତିକାରକ ନୁହେଁ, ବରଂ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ବନ୍ଧ୍ୟାତ୍ୱ ମଧ୍ୟ ସୃଷ୍ଟି କରିଥାଏ ବୋଲି କୁହାଯାଇଥିଲା। ଅନେକ କ୍ଷେତ୍ରରେ ମଦ୍ୟପାନ ଗର୍ଭପାତର କାରଣ ବୋଲି କୁହାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details