ଓଡିଶା

odisha

ETV Bharat / sukhibhava

ମୋଟା ବ୍ୟକ୍ତିଙ୍କ କ୍ଷେତ୍ରରେ ଅଧିକ ଦେଖାଦିଏ ଅସ୍ଥି ଦୁର୍ବଳତା: ରିପୋର୍ଟ - ମୋଟାପଣ ଓ ଅସ୍ଥି ଦୁର୍ବଳତା

ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ଶରୀରର ଅଧିକ ଚର୍ବି ଥିବା ପୁରୁଷଙ୍କ କ୍ଷେତ୍ରରେ ଅଷ୍ଟିଓପୋରୋସିସ ବା ଅସ୍ଥି ଦୁର୍ବଳତା ଦେଖାଯିବାର ଅଧିକ ସମ୍ଭାବନା ରହିଥାଏ । ଏମାନଙ୍କ ହାଡ଼ ସହଜରେ ଭାଙ୍ଗିଯାଏ ବୋଲି କୁହାଯାଇଛି । ଅଧିକ ପଢନ୍ତୁ

ମୋଟା ବ୍ୟକ୍ତିଙ୍କ କ୍ଷେତ୍ରରେ ଅଧିକ ଦେଖାଦିଏ ଅସ୍ଥି ଦୁର୍ବଳତା: ରିପୋର୍ଟ
ମୋଟା ବ୍ୟକ୍ତିଙ୍କ କ୍ଷେତ୍ରରେ ଅଧିକ ଦେଖାଦିଏ ଅସ୍ଥି ଦୁର୍ବଳତା: ରିପୋର୍ଟ

By

Published : Feb 13, 2022, 1:23 PM IST

ହାଇଦ୍ରାବାଦ: ମୋଟା ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରକାରର ରୋଗ ମାଡ଼ି ବସିଥାଏ । ଏଥିପାଇଁ ସମସ୍ତେ ଫିଟ୍‌ ରହିବାକୁ ପସନ୍ଦ କରନ୍ତି । ମାତ୍ର ବ୍ୟସ୍ତ ଲାଇଫଷ୍ଟାଇଲ ଓ ସୁସ୍ଥକର ଖାଦ୍ୟ ନ ଖାଇବା ଫଳରେ ଶରୀରରେ ଚର୍ବିର ମାତ୍ରା ବୃଦ୍ଧି ପାଏ । ଆଉ ଧୀରେ ଧୀରେ ମେଦ ବହୁଳତା ବୃଦ୍ଧି ପାଇ ଶରୀର ମୋଟା ହୋଇଯାଏ । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ମୋଟା ବ୍ୟକ୍ତିଙ୍କୁ osteoporosis ରୋଗ ହେବାର ଅଧିକ ସମ୍ଭାବନା ରହିଥାଏ । ମୋଟା ବ୍ୟକ୍ତିଙ୍କ ଅସ୍ଥି ଦୁର୍ବଳ ହେବା କାରଣରୁ ସେମାନଙ୍କ ହାଡ଼ ସହଜରେ ଭାଙ୍ଗି ଯାଇଥାଏ ବୋଲି ରିପୋର୍ଟ କହୁଛି ।

ଚିକାଗୋ ମେଡିସିନ ୟୁନିଭର୍ସିଟିର MD ରାଜେଶ କେ ଜୈନ କହିଛନ୍ତି ଯେ ମୋଟା ବ୍ୟକ୍ତିଙ୍କ ଶରୀରରେ ଚର୍ବି ବୃଦ୍ଧି କାରଣରୁ ସେମାନଙ୍କ ହାଡ଼ ଦୁର୍ବଳ ହୋଇଯାଏ । ଏହା ମହିଳାଙ୍କ ଠାରୁ ପୁରୁଷଙ୍କ କ୍ଷେତ୍ରରେ ଅଧିକ ଦେଖାଯାଏ । ଏହାକୁ ନେଇ ଗତ ୨୦୧୧-୨୦୧୮ ମସିହା ପର୍ଯ୍ୟନ୍ତ ଜାତୀୟ ସ୍ବାସ୍ଥ୍ୟ ଏବଂ ପୁଷ୍ଟିକର ପରୀକ୍ଷା ସର୍ବେକ୍ଷଣ(NHANES) ପ୍ରାୟ ୧୦ ହଜାର ୮୧୪ ଜଣଙ୍କୁ ନେଇ ଗବେଷଣା କରିଥିଲେ । ପୁରୁଷଙ୍କ ଅସ୍ଥି ସହିତ ମେଦ ବହୁଳତାର ନକରାତ୍ମକ ପ୍ରଭାବ ସମ୍ପର୍କରେ ଜଣାପଡ଼ିଥିଲା ।

ଏଣୁ ଅସ୍ଥିକୁ ସୁସ୍ଥ ରଖିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଏହାସହିତ ଯେଉଁ ବ୍ୟକ୍ତିଙ୍କ ଶରୀରର ଓଜନ ଅଧିକ ହେବା ସହିତ ପୂର୍ବରୁ କୌଣସି ଫ୍ରାକ୍ଚର, ବଂଶଗତ ରୋଗ ରହିଥାଏ ସେମାନଙ୍କୁ ଏହି କ୍ଷେତ୍ରରେ ଅଧିକ ଯତ୍ନବାନ ହେବା ଆବଶ୍ୟକ ବୋଲି ବିଶେଷଜ୍ଞ କହିଛନ୍ତି ।

@ANI

ABOUT THE AUTHOR

...view details