ହାଇଦ୍ରାବାଦ:ଏକ ସୁସ୍ଥ ଜୀବନ ପାଇଁ ଏକ ଉପଯୁକ୍ତ ଖାଦ୍ୟ ଏକାନ୍ତ ଆବଶ୍ୟକ । ଏହା ଆମ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଯଦି ଖାଦ୍ୟରେ ଅଧିକ ପନିପରିବା ଏବଂ କମ୍ ପ୍ରୋସିଡ୍ ଖାଦ୍ୟ ଅଛି, ତେବେ ବାର୍ଦ୍ଧକ୍ୟବସ୍ଥାରେ ବି ସ୍ମୃତିଶକ୍ତି ବଜାୟ ରହିଥାଏ । କହିରଖୁଛୁ କି ପ୍ରୋସିଡ୍ ଖାଦ୍ୟର ଅର୍ଥ ଯାହା ଫ୍ରିଜରେ ରଖାଯାଇଥିବ କିମ୍ବା ବେକ ବା ଷ୍ଟିମ ଦିଆଯାଇଥିବ । ଇସ୍ରାଏଲର ନେଗେଭ୍ ବିଶ୍ୱବିଦ୍ୟାଳୟର ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ମେଡିଟେରାନିଆନ ଡାଏଟ୍, ଅର୍ଥାତ୍ ପନିପରିବା, ସାମୁଦ୍ରିକ ଖାଦ୍ୟ ଏବଂ ପୁରା ଶସ୍ୟରେ ଭରପୂର ଖାଦ୍ୟ, ବାର୍ଦ୍ଧକ୍ୟବସ୍ଥାରେ ସ୍ମୃତିଶକ୍ତି କମାଇବାରେ ମନ୍ଥର କରିଥାଏ । ଶରୀରର ଓଜନରେ 1 ପ୍ରତିଶତ ହ୍ରାସ ହେବାର ମଧ୍ୟ ଦେଖାଯାଏ । ସାଇନ୍ସ ଆଲର୍ସରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଭେଜ୍ ଡାଇଟ ବା ମେଡିଟେରାନିଆନ ଡାଏଟ୍ ବାର୍ଦ୍ଧକ୍ୟବସ୍ଥାରେ ସ୍ମୃତିଶକ୍ତିକୁ କମାଇବାର ସମ୍ଭାବନାକୁ 9 ମାସ କମ୍ କରିଛି। ମେଡିଟେରାନିଆନ ଡାଏଟରେ ଫଳ, ପନିପରିବା, କାଜୁ, ଗହମ ଜାତୀୟ ଖାଦ୍ୟ, ବ୍ରେଡ୍, ଅଳ୍ପ ରାଗ, ମାଛ, ସମୁଦ୍ର ମାଛ, ଅଣ୍ଡା ଏସବୁ ହେଉଛି ଏହି ପ୍ରକାର ଡାଏଟର ଖାଦ୍ୟ ସାରଣୀ । ମୁଖ୍ୟତଃ ବାଦାମ ଜାତୀୟ ଖାଦ୍ୟ ଏହି ଡାଏଟର ମୁଖ୍ୟ ଅଂଶ ।
କଣ କହେ ରିସର୍ଚ୍ଚ: ଅଧ୍ୟୟନ 102 ଅଂଶଗ୍ରହଣକାରୀଙ୍କ ମସ୍ତିଷ୍କକୁ ନେଇ ପରୀକ୍ଷା କରାଯାଇଥିଲା । ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ପୂର୍ବରୁ ସେମାନଙ୍କର ମସ୍ତିଷ୍କ ସ୍କାନ କରିଥିଲା । ଯକୃତ କାର୍ଯ୍ୟ, କୋଲେଷ୍ଟ୍ରଲ ସ୍ତର ଏବଂ ଶରୀରର ଓଜନ ସହିତ ଏହି ମସ୍ତିଷ୍କ ସ୍କାନ୍କୁ ନେଇ 18 ମାସ ଅନୁସନ୍ଧାନ କରାଯାଥିଲା । ଅନୁସନ୍ଧାନକାରୀମାନେ ଯକୃତର କାର୍ଯ୍ୟ, କୋଲେଷ୍ଟ୍ରଲ ସ୍ତର ସହିତ ବ୍ଲଡମାର୍କର, ଚର୍ବିକୁ ନେଇ ବିଶ୍ଳେଷଣ କରିଥିଲେ ଏବଂ ସେମାନଙ୍କର ମସ୍ତିଷ୍କରେ ପରିବର୍ତ୍ତନ ଉପରେ ନଜର ରଖିଥିଲେ ।