ହାଇଦ୍ରାବାଦ: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ମୁତାବକ ଏଣିକି ବିବାହିତ କିମ୍ବା ଅବିବାହିତ ମହିଳାମାନେ ବିନା ପ୍ରତିବନ୍ଧକରେ ଗର୍ଭପାତ କରାଇପାରିବେ (supreme court on abortion) । ଏହି ଗୁରୁତ୍ୱପୂର୍ଣ୍ଣ ବିଚାରରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ମେଡିକାଲ୍ ଟର୍ମିନେସନ୍ ଅଫ୍ ପ୍ରେଗନେନ୍ସି (Medical Termination of Pregnancy,MTP) ଅଧିନିୟମ ଅନୁଯାୟୀ 24 ସପ୍ତାହରେ ସମସ୍ତଙ୍କର ଗର୍ଭପାତ କରିବାର ଅଧିକାର ରହିଛି । ବିବାହିତ ହୁଅନ୍ତୁ କିମ୍ବା ଅବିବାହିତ ସ୍ବଇଚ୍ଛାରେ ଗର୍ଭପାତ କରାଇପାରିବେ ।
ପୂର୍ବରୁ ଏହି ସୁବିଧା କେବଳ ବିବାହିତ ମହିଳାମାନଙ୍କ ପାଇଁ ଆଇନଗତ ଅନୁମତି ମିଳିଥିଲା, ମାତ୍ର ଅବିବାହିତ ମହିଳାଙ୍କ ପାଇଁ ଗର୍ଭପାତ ବେଆଇନ ଭାବେ ବିବେଚନା କରାଯାଉଥିଲା । ମାତ୍ର ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ଅବିବାହିତ ମହିଳା ମଧ୍ୟ ଗର୍ଭପାତ କରାଇ ପାରିବେ । ଫର୍ମରେ ସ୍ବାମୀ ବଦଳରେ ପାର୍ଟନର ଉଲ୍ଲେଖ କରି ଗର୍ଭପାତ କରାଇପାରିବେ ବୋଲି ସୁପ୍ରିମକୋର୍ଟଙ୍କ ରାୟରେ ଉଲ୍ଲେଖ ରହିଛି ।
ତେବେ ଗର୍ଭପାତକୁ ଆଇନଗତ ଦୃଷ୍ଟିରୁ ଅନୁମତି ମିଳିଥିଲେ ମଧ୍ୟ ଏହା ସର୍ବଦା ଶାରୀରିକ ସୁସ୍ଥତା ପାଇଁ ବିପଦଜନକ । ଅନେକ ଯୁବତୀ ବା ମହିଳା ଅଛନ୍ତି, ଯେଉଁମାନେ ବିନା ଡାକ୍ତରୀ ପରୀକ୍ଷାରେ ଗର୍ଭପାତ ମେଡିସିନ୍ ଗ୍ରହଣ କରିଥାନ୍ତି, ଯାହା ଫଳରେ ଶାରୀରିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଅନେକ ସମୟରେ ଏହିପରି ଖାମଖିଆଲ ମନୋଭାବ କାରଣରୁ ମଧ୍ୟ ବହୁମୂଲ୍ୟ ଜୀବନ ଯାଇପାରେ ! ତେବେ କେତେ ମାସରୁ କେତେ ମାସ ମଧ୍ୟରେ ଗର୍ଭପାତ କରାଇନେବା ଉଚିତ୍ ଏବଂ କେଉଁ ପ୍ରକାରର ଗର୍ଭପାତ ସୁରକ୍ଷିତ ସେ ବାବଦରେ ନିମ୍ନରେ ଆଲୋଚନା କରାଯାଇଛି...
ଡାକ୍ତରୀ ଗର୍ଭପାତ କ’ଣ ?
ଡାକ୍ତରୀ ଗର୍ଭପାତ ହେଉଛି ଏକ ପ୍ରଣାଳୀ ଯାହା ଗର୍ଭଧାରଣକୁ ରୋକିବା ପାଇଁ ଔଷଧ ବ୍ୟବହାର କରେ । ଏହା ଅସ୍ତ୍ରୋପଚାର ଆବଶ୍ୟକ କରେ ନାହିଁ ଏବଂ ଗର୍ଭଧାରଣର ନବମ ସପ୍ତାହ ପର୍ଯ୍ୟନ୍ତ କରାଯାଇଥାଏ । ଏଥିରେ ଦୁଇଟି ଔଷଧ ମିଫେପ୍ରିଷ୍ଟୋନ ଏବଂ ମିସୋପ୍ରୋଷ୍ଟୋଲ(Mifepristone and Misoprostol) ସେବନ ପାଇଁ କୁହାଯାଏ ।
କେତେ ପ୍ରକାରର ଗର୍ଭପାତ ଅଛି ?
Missed abortion: ମିସ୍ଡ ଗର୍ଭପାତକୁ ଇଣ୍ଟ୍ରାଟେରାଇନ୍(intrauterine) ମୃତ୍ୟୁ ବୋଲି କୁହାଯାଏ, ଯେଉଁଥିରେ ଭୃଣ ବା ଗର୍ଭସ୍ଥ ଶିଶୁ ଆପେ ଆପେ ନଷ୍ଟ ହୋଇଯାଇଥାଏ । ଏଥିରେ କୌଣସି ରକ୍ତସ୍ରାବର ଲକ୍ଷଣ ମଧ୍ୟ ନଥାଏ । ଏହା କ୍ଲିନିକାଲ୍ କ୍ଷେତ୍ରରେ ପ୍ରାୟ 15% ଦେଖାଯାଇଥାଏ । ଅନେକଙ୍କ କ୍ଷେତ୍ରରେ ଗର୍ଭାଶୟରେ ଭୃଣ ରହିଥିଲେ ଶାରୀରିକ ବୃଦ୍ଧି ଘଟେନାହିଁ, ପରବର୍ତ୍ତି ସମୟରେ ଅଲଟ୍ରାସାଉଣ୍ଡ ଜରିଆରେ ଚିହ୍ନଟ କରାଯାଏ ।