ଓଡିଶା

odisha

60% ଲୋକ ମାସ୍କ ସହ ସାମାଜିକ ଦୂରତା ବଜାୟ ରଖିଲେ ରୋକି ହେବ ସଂକ୍ରମଣ

By

Published : Apr 15, 2021, 2:28 PM IST

ଯଦି ଅନ୍ୟୁନ 60 ପ୍ରତିଶତ ଲୋକ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ଆରମ୍ଭ କରନ୍ତି ତେବେ କୋରୋନା ଭାଇରସ’ର ବ୍ୟାପକ ସଂକ୍ରମଣକୁ ରୋକାଯାଇପାରିବ ବୋଲି ଏକ ଅଧ୍ୟୟନରୁ ଜଣାଯାଇଛି । ଅଧିକ ପଢନ୍ତୁ...

60% ଲୋକ ମାସ୍କ ସହ ସାମାଜିକ ଦୂରତା ବଜାୟ ରଖିଲେ ରୋକି ହେବ ସଂକ୍ରମଣ
60% ଲୋକ ମାସ୍କ ସହ ସାମାଜିକ ଦୂରତା ବଜାୟ ରଖିଲେ ରୋକି ହେବ ସଂକ୍ରମଣ

ଯଦି ଅନ୍ୟୁନ 60 ପ୍ରତିଶତ ଲୋକ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ଆରମ୍ଭ କରନ୍ତି ତେବେ କୋରୋନା ଭାଇରସ’ର ବ୍ୟାପକ ସଂକ୍ରମଣକୁ ରୋକାଯାଇପାରିବ ବୋଲି ଏକ ଅଧ୍ୟୟନରୁ ଜଣାଯାଇଛି । ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କ ୟୁନିଭର୍ସିଟି ଟଣ୍ଡନ ସ୍କୁଲ୍ ଅଫ୍ ଇଂଜିନିୟରିଂର ମାରିଜିଓ ପୋରଫିରି କହିଛନ୍ତି ଯେ, ଯଦି ପାଖାପାଖି ସମସ୍ତେ ଗୋଟିଏ ପଦକ୍ଷେପ ପାଳନ ନକରନ୍ତି ତେବେ କେବଳ ସାମାଜିକ ଦୂରତା ରକ୍ଷା ହେଉ କିମ୍ବା ମାସ୍କ ପିନ୍ଧିବା ଦ୍ବାରା କୋଭିଡ-19 ସଂକ୍ରମଣକୁ ରୋକିବା ଯଥେଷ୍ଟ ହେବନାହିଁ ।

ସେ କହିଛନ୍ତି ଯେ, ଯଦି ଅଧିକ ଭାଗ ଲୋକ ଉଭୟ ପଦକ୍ଷେପ ପାଳନ କରନ୍ତି ତେବେ ସାମୂହିକ ଟିକାଦାନ ବିନା ମଧ୍ୟ ବହୁଳ ସଂକ୍ରମଣକୁ ରୋକାଯାଇପାରିବ । କୋଭିଡ-19 ପରି ବାୟୁ ଦ୍ବାରା ସଂକ୍ରମିତ ହେଉଥିବା ରୋଗକୁ ରୋକିବା ପାଇଁ ଉପରୋକ୍ତ ଦୁଇ ପଦକ୍ଷେପର ପ୍ରଭାବ ଅନୁଧ୍ୟାନ ପାଇଁ ଗବେଷଣାକାରୀ ଦଳ ଏକ ଗାଣିତିକ ମଡେଲ୍ ପ୍ରସ୍ତୁତ କରିଥିଲେ । ଜର୍ଣ୍ଣାଲ କାଓସରେ ପ୍ରକାଶିତ ଅଧ୍ୟୟନରେ ଏହା ଦର୍ଶାଯାଇଛି ।

ୱାଶିଂଟନ୍ ୟୁନିଭର୍ସିଟିର ଇନିଷ୍ଟିଚ୍ୟୁଟ୍ ଫର ମେଟ୍ରିକସ ଏଣ୍ଡ ଇଭାଲୁଏସେନରୁ ମିଳିଥିବା ସେଲ୍ ଫୋନ୍ ମୋବିଲିଟି ଡାଟା ଏବଂ ଫେସବୁକ୍ ସର୍ଭେକୁ ଅଧାର କରି ଏହି ମଡେଲ ପ୍ରସ୍ତୁତ କରାଯାଇଥିଲା ।

ତଥ୍ୟରୁ ଜଣାପଡ଼ିଛି ଯେଉଁ ବ୍ୟକ୍ତିମାନେ ମାସ୍କ ପିନ୍ଧନ୍ତି ସେମାନେ ସେମାନଙ୍କର ବାହାରକୁ ଯିବା ଆସିବା କମାଇ ଦିଅନ୍ତି । ଏହି ନିର୍ଦ୍ଦିଷ୍ଟ ଅଞ୍ଚଳ ଆଧାରରେ ସେମାନଙ୍କୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇଥିଲା । ଯେଉଁମାନେ ନିୟମିତ ମାସ୍କ ପିନ୍ଧନ୍ତି ଏବଂ ସାମାଜିକ ଦୂରତା ରକ୍ଷା କରନ୍ତି ଏବଂ ଅନ୍ୟ ଯେଉଁମାନେ ଯାହାର କି ମହାମାରୀ ବେଳେ ମଧ୍ୟ ଆଚରଣ ମୁଖ୍ୟତଃ ଅପରିବର୍ତ୍ତିତ ରହିଥାଏ ।

ମୋଟ ଉପରେ, ଏହି ମଡେଲରୁ ପ୍ରମାଣିତ ହୋଇଛି ୟେ, କୋଭିଡ ସଂକ୍ରମଣ ରୋକିବା ପାଇଁ କେବଳ ସାମାଜିକ ଦୂରତା କିମ୍ବା ମାସ୍କ ଦୂରତା ଯଥେଷ୍ଟ ନୂହେଁ । କୋଭିଡ ସଂକ୍ରମଣ ରୋକିବାକୁ ହେଲେ ପ୍ରାୟ ସମସ୍ତଙ୍କୁ ଏହି ଦୁଇଟି କଥା ମାନିବାକୁ ପଡ଼ିବ ।

ଏହି ମଡେଲ୍ କେତେଦୂର ଫଳପ୍ରଦ ତାହା ଜାଣିବା ପାଇଁ ନ୍ୟୁୟର୍କ ଟାଇମସ୍ ଦ୍ବାରା ସଂଗ୍ରୁହୀତ ତଥ୍ୟକୁ ବ୍ୟବହାର କରି ଗବେଷକମାନେ ବିଶ୍ଲେଷଣ କରିଥିଲେ । 2020 ଜୁଲାଇ 14ରୁ ଡିସେମ୍ବର 10 ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାର ସମସ୍ତ 50ଟି ରାଜ୍ୟର ମୁଣ୍ଡ ପିଛା ମାମଲାଗୁଡ଼ିକର ବିଶ୍ଲେଷଣ କରାଯାଇଥିଲା ।

ଗବେଷକଙ୍କ ଦଳ ଜାଣିବାକୁ ପାଇଥିଲା ଯେ, ଯେଉଁସବୁ ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶାବଳୀ କମ୍ ପାଳନ କରିଛନ୍ତି ସେସବୁ ରାଜ୍ୟରେ ଅଧିକ ସଂଖ୍ୟାରେ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ଉଭୟ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ଦ୍ବାରା ପଡୁଥିବା ପ୍ରଭାବ ଦର୍ଶାଇବା ସହିତ ଜନସ୍ବାସ୍ଥ୍ୟ ବିଭାଗର ମାର୍ଗଦର୍ଶିକାକୁ ବ୍ୟାପକ ଭାବେ ପାଳନ କରିବାର ଜରୁରୀ ଆବଶ୍ୟକତା ରହିଛି ।

(ଆଇଏଏନଏସ)

ABOUT THE AUTHOR

...view details