ଓଡିଶା

odisha

ETV Bharat / sukhibhava

ଗର୍ଭାବସ୍ଥାରେ ଥାଇରଏଡ ସମସ୍ୟା, ଛୁଆ ଉପରେ କଣ ପ୍ରଭାବ ପଡିବ ଜାଣନ୍ତୁ - ଥାଇରଏଡ ସମସ୍ୟା

ଥାଇରଏଡ ସମସ୍ୟା ଯେକୌଣସି ବୟସରେ ହୋଇଥାଏ। ତେବେ ଗର୍ଭାବସ୍ଥାରେ ଏହି ସମସ୍ୟା ଦେଖାଗଲେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ତେବେ ଜାଣନ୍ତୁ ଏହାର ଲକ୍ଷଣ

thyroid disorders in pregnancy
thyroid disorders in pregnancy

By

Published : Jul 6, 2023, 1:47 PM IST

ହାଇଦ୍ରାବାଦ:ଥାଇରଏଡ୍ ରୋଗ ଯେକୌଣସି ବୟସରେ ହୋଇପାରେ । କିଛି ବ୍ୟକ୍ତିଙ୍କୁ କମ ବୟସରେ ଥାଇରଏଡ ସମସ୍ୟା ଦେଖାଦେଉଥିବା ବେଳେ ଆଉ କିଛି ଜଣଙ୍କୁ ଗର୍ଭାବସ୍ଥାରେ ଥାଇରଏଡ ସମସ୍ୟା ହୋଇଥାଏ । ତେବେ ପ୍ରଶ୍ନ ଉଠୁଛି ଯେ ଏହା କାହିଁକି ଘଟେ ? ବାସ୍ତବରେ, ଥାଇରଏଡ୍ ଏକ ଗ୍ରନ୍ଥି ଅଟେ, ଯେତେବେଳେ ଏଥିରେ କୌଣସି ପ୍ରକାରର ବ୍ୟାଘାତ ହୁଏ, ସେତେବେଳେ ଥାଇରଏଡ୍ ବଢିଯାଇଥାଏ । ଯଦି ଡାକ୍ତରୀ ଭାଷାରେ କହିବା ଥାଇରଏଡ ହେଉଛି ଏକ ପ୍ରକାର ଗ୍ରନ୍ଥି ଯାହା ଗଳାରେ ରହିଥାଏ । ଏହି ଗ୍ରନ୍ଥି ଶରୀରର ମେଟାବୋଲିଜିମକୁ ନିୟନ୍ତ୍ରଣ କରିଥାଏ । ତେବେ ଥାଇରଏଡର ମାତ୍ରା ବୃଦ୍ଧି ହେବା ଯୋଗୁଁ ନାନା ପ୍ରକାର ସମସ୍ୟା ଦେଖାଦେଇଥାଏ । ତେବେ ଗର୍ଭାବସ୍ଥାରେ ଥାଇରଏଡ ସମସ୍ୟା ଯୋଗୁଁ କେଉଁ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡେ ଜାଣନ୍ତୁ...

ଥାଇରଏଡ ସମସ୍ୟା:ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ କାରଣରୁ ଥାଇରଏଡ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ । ଯେକୌଣସି ବୟସରେ ମଧ୍ୟ ଏହା ହୋଇପାରେ । ଏହାଦ୍ବାରା ଥକ୍କା ଲାଗିବା, ଥଣ୍ଡା ହେବା, କୋଷ୍ଠକାଠିନ୍ୟ, ଶୁଷ୍କ ଚର୍ମ, ଓଜନ ବୃଦ୍ଧି, ମୁହଁ ଫୁଲିଯିବା, ସ୍ୱରରେ ପରିବର୍ତ୍ତନ, ମାଂସପେଶୀ ଦୁର୍ବଳତା, ମାଂସପେଶୀ ଯନ୍ତ୍ରଣା, ମାସିକ ଋତୁସ୍ରାବ ପରିବର୍ତ୍ତନ, କେଶ ଝଡ଼ିବା, ଉଦାସୀନତା, ସ୍ମୃତି ସମସ୍ୟା ଭଳି ଲକ୍ଷଣ ଦେଖାଯାଇଥାଏ ।

ଏହା ମଧ୍ୟ ପଢନ୍ତୁ: ଥାଇରଏଡ ସମସ୍ୟାକୁ ଦୂର କରିବ ଏହି ଡ୍ରାଏ ଫ୍ରୁଟ୍ସ, ଡାଏଟରେ କରନ୍ତୁ ସାମିଲ

ଥାଇରଏଡ 3 ପ୍ରକାର ହୋଇଥାଏ:

ହାଇପୋଥାଇରଏଡିଜିମ:ଏହା ସବୁଠାରୁ ସାଧାରଣ ଥାଇରଏଡ୍ ବୋଲି କୁହାଯାଇଥାଏ । ଏଥିରେ ଥାଇରଏଡ୍ ଗ୍ରନ୍ଥି ସାଧାରଣ ଅପେକ୍ଷା କମ୍ ସକ୍ରିୟ ହୋଇଯାଏ। ଯେଉଁଥିପାଇଁ ଏହା ଆବଶ୍ୟକତାଠାରୁ କମ୍ କାମ କରିଥାଏ । ଏଥିପାଇଁ ଆପଣଙ୍କୁ ସାରା ଜୀବନ ଔଷଧ ଖାଇବାକୁ ପଡିପାରେ।

ଯଦି ଗର୍ଭାବସ୍ଥାରେ ଏହି ଥାଇରଏଡ୍ ସମସ୍ୟା ଗର୍ଭାବସ୍ଥାରେ ଦେଖାଯାଏ ତାହେଲେ ଏହି ପ୍ରକାର ଲକ୍ଷଣ ଦେଖାଯାଇଥାଏ:

  • ଓଜନ ବଢିବା
  • ଶିଶୁର ବୃଦ୍ଧି ବା ବିକାଶ ନହେବା
  • ଧିମା ଲାଗିବା
  • କୋଷ୍ଠକାଠିନ୍ୟ

ହାଇପର ଥାଇରଏଡିଜିମ:ଏଥିରେ ଥାଇରଏଡ୍ ଗ୍ରନ୍ଥି ଅଧିକ ସକ୍ରିୟ ହୋଇଯାଏ। ଏହି ପରିସ୍ଥିତିରେ, ବେଳେବେଳେ ରୋଗୀକୁ ଡିଆକ୍ଟିଭ ଆୟୋଡିନ୍ କିମ୍ବା ଅପରେସନ୍ ଆବଶ୍ୟକ ହୋଇପାରେ। ଏହି ପ୍ରକାରର ଲକ୍ଷଣଗୁଡିକ ହାଇପରଥାଇରଏଡିଜିମରେ ଦେଖାଯାଏ

  • ଦ୍ରୁତ ଓଜନ ହ୍ରାସ
  • ହୃଦସ୍ପନ୍ଦନରେ ପରିବର୍ତ୍ତନ
  • ଗଳ। ଖରାପ
  • କେଶ ଝଡିବା

ଗୋଏଟର:ଏହା ହେଉଛି ଏକ ପ୍ରକାର ଥାଇରଏଡ୍ ଯେଉଁଥିରେ ଗଳା ଫୁଲିବା ଆରମ୍ଭ ହୁଏ। ଏହାକୁ ଇଉଥାଇରଏଡ୍ ଗୋଏଟର କୁହାଯାଏ।

ଥାଇରଏଡ ରୋଗୀଙ୍କ ପାଇଁ ଉପକାରୀ ବ୍ରାଜିଲ ନଟ: ସେଲେନିୟମ୍ ସମୃଦ୍ଧ ଖାଦ୍ୟ ଖାଇ ଥାଇରଏଡ୍ ସମସ୍ୟାର ସମାଧାନ କରିପାରିବେ । ଏଥିପାଇଁ ଆପଣ ବ୍ରାଜିଲ ନଟ୍‌କୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ । ବ୍ରାଜିଲ ନଟ୍‌ ସେଲେନିୟମର ଏକ ଉତ୍ତମ ଉତ୍ସ । ଥାଇରଏଡ୍ ହରମୋନ୍ ସ୍ତରର ଉନ୍ନତି ପାଇଁ ସେଲେନିୟମ୍ କାର୍ଯ୍ୟ କରେ । ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ ଥାଇରଏଡ ହରମୋନର ଅଭାବକୁ ବ୍ରାଜିଲ ନଟ୍‌ ସହାୟକ ହୋଇପାରେ । ଥାଇରଏଡ୍ ଗ୍ରନ୍ଥିର ଟିସୁରେ ଶରୀରର ଅନ୍ୟ ଅଙ୍ଗ ଅପେକ୍ଷା ଅଧିକ ସେଲେନିୟମ୍ ମିଳିଥାଏ । ଏହା ଥାଇରଏଡକୁ ଅକ୍ସିଡେଟିଭ୍ କ୍ଷତିରୁ ରକ୍ଷା କରିଥାଏ ଏବଂ ଥାଇରଏଡ୍ ହରମୋନ୍ ଉତ୍ପନ୍ନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ପରିପ୍ରେକ୍ଷୀରେ, ବ୍ରାଜିଲ୍ ନଟ୍‌ ଏପରି ଏକ ଶୁଖିଲା ଫଳ ବା ଡ୍ରାଏ ଫ୍ରୁିଟ୍ସ ଯାହା ଥାଇରଏଡ୍ ଗ୍ରନ୍ଥିକୁ ଏକ ଭଲ ଉପାୟରେ ହ୍ରାସ କରିବାରେ ସାହାଯ୍ୟ କରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details