ହାଇଦ୍ରାବାଦ:ମହିଳାମାନଙ୍କର ପ୍ରିମେନୋପୋଜ, ପେରିମେନୋପୋଜ ଏବଂ ପୋଷ୍ଟ ମେନୋପୋଜ ସମସ୍ୟା ଦେଖାଯାଏ ବୋଲି ଜାଣିଥିବେ ନିଶ୍ଚୟ, ହେଲେ ଜାଣନ୍ତିକି ପୁରୁଷମାନଙ୍କଠାରେ ମଧ୍ୟ ଏହି ସମସ୍ୟା ଦେଖାଯାଏ । ଆଜ୍ଞା ହଁ, ପୁରୁଷମାନେ ମଧ୍ୟ ଏହି ସମସ୍ୟାର ଶିକାର ହୋଇଥାନ୍ତି । କିନ୍ତୁ ନିଶ୍ଚିତ ରୂପେ ପୁରୁଷ ଓ ମହିଳାଙ୍କ ମେନୋପୋଜ ମଧ୍ୟରେ ପାର୍ଥକ୍ୟ ରହିଛି । ମହିଳାମାନଙ୍କର ମାସିକ ଧର୍ମ ବା ଋତୁସ୍ରାବ ବନ୍ଦ ହେବାକୁ ମେନୋପୋଜ କୁହାଯାଉ ଥିବାବେଳେ ପୁରୁଷମାନଙ୍କର ଟେଷ୍ଟୋସ୍ଟୋରେନ ସ୍ତର ହ୍ରାସ ପାଇବା ବା ଟେଷ୍ଟୋସ୍ଟୋରେନପର ଜୈବ ଉପଲବ୍ଧତା କମିବାକୁ ମେଲ୍ ମେନୋପୋଜ୍ କୁହାଯାଏ । ତେବେ ଏବା କାହିଁକି ହୁଏ, ଏହାର କାରଣ କଣ ଏବଂ ଚିକିତ୍ସା ବାବଦରେ, ଜାଣନ୍ତୁ...
ସାଧାରଣତଃ 50 ବର୍ଷ ବୟସର ମହିଳାମାନଙ୍କଠାରେ ମେନୋପୋଜ୍ ଦେଖାଯାଏ । ଏଥିରେ, ଡିମ୍ବାଣୁରେ ଉତ୍ପାଦିତ ଇଷ୍ଟ୍ରୋଜେନ୍ ହରମୋନ୍ ସଂପୂର୍ଣ୍ଣ ହ୍ରାସ ପାଇଥାଏ, ଯେଉଁ କାରଣରୁ ମାସିକ ଧର୍ମ(ପିରିୟର୍ଡ୍ସ) ବନ୍ଦ ହୋଇଯାଏ । ଏହି କ୍ଷେତ୍ରରେ ଜଣେ ମହିଳା ମାଆ ହୋଇପାରିବେ ନାହିଁ ବୋଲି ସ୍ପଷ୍ଟ ହୁଏ । ସେହିପରି ପୁରୁଷମାନଙ୍କ ପ୍ରଜନନ ପାଇଁ ଟେଷ୍ଟୋସ୍ଟୋରେନ୍ ହରମୋନ୍ ଦାୟୀ । ବାର୍ଦ୍ଧକ୍ୟ ସହିତ ଟେଷ୍ଟୋସ୍ଟୋରନ୍ ହରମୋନ୍ ମଧ୍ୟ କମିଯାଏ । କିନ୍ତୁ ମହିଳାଙ୍କ ପରି ପୁରୁଷମାନଙ୍କ ମଧ୍ୟରେ କୌଣସି ଦୃଶ୍ୟମାନ ମେନୋପୋଜ ଦେଖାଯାଏ ନାହିଁ ।
ଯଦିଓ କିଛି ଡାକ୍ତର ବିଶ୍ବାସ କରନ୍ତି ଯେ, ପୁରୁଷଙ୍କ ମଧ୍ୟ ମହିଳାଙ୍କ ପରି ମେନୋପୋଜ ଥାଏ । ଏହି ସମୟରେ ପୁରୁଷମାନଙ୍କୁ ମଧ୍ୟ ସମାନ ଶାରୀରିକ ଏବଂ ମାନସିକ ସମସ୍ୟାର ସାମ୍ନା କରିବାକୁ ପଡେ, ଯାହା ଋତୁସ୍ରାବ ସମୟରେ ମହିଳାମାନଙ୍କୁ ସାମ୍ନା କରିବାକୁ ପଡିଥାଏ । ପୁରୁଷମାନେ ମଧ୍ୟ 50 ବର୍ଷ କିମ୍ବା ତଦୁର୍ଦ୍ଧ୍ବ ହେଲେ ମେନୋପୋଜ ଲକ୍ଷଣ ଅନୁଭବ କରନ୍ତି । ଡାକ୍ତରମାନଙ୍କ କହିବା ଅନୁସାରେ, ଯଦି ଏହି ସମୟ ମଧ୍ୟରେ ପୁରୁଷମାନେ ହରମୋନ୍ ଥେରାପି କରନ୍ତି, ତେବେ ସେମାନେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ତେବେ ଏହି ପରିସ୍ଥିତିରେ, ପୁରୁଷମାନେ କେଉଁସବୁ ଲକ୍ଷଣର ସମ୍ମୁଖୀନ ହୁଅନ୍ତି, ସେ' ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି...