ହାଇଦ୍ରାବାଦ: ମହିଳାମାନେ ଗର୍ଭନିରୋଧ କରିବା ପାଇଁ ଔଷଧର ବ୍ୟବହାର କରନ୍ତି । ତେବେ ମହିଳାଙ୍କ ପରି ପୁରୁଷମାନେ ମଧ୍ୟ ଗର୍ଭନିରୋଧକ ବଟିକା ବ୍ୟବହାର କରିପାରିବେ । ଏହା ଉପରେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଗବେଷଣା କରିଥିଲେ । ଏହା ପୁରୁଷଙ୍କ ସେକ୍ସ ହରମୋନ ବା ଟେଷ୍ଟୋଷ୍ଟେରୋନ ହରମୋନ (Testosterone Hormone)କୁ ହ୍ରାସ କରିଥାଏ । ଫଳରେ ସ୍ପର୍ମ ବା ଶୁକ୍ରାଣୁ (Sperm) ସଂଖ୍ୟା ହ୍ରାସ କରିଥାଏ ।
ନାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଚାଇଲ୍ଡ ହେଲ୍ଥ ଆଣ୍ଡ ହ୍ୟୁମାନ ଡେଭଲପମେଣ୍ଟରେ ଗର୍ଭନିରୋଧକ ବିକାଶ କାର୍ଯ୍ୟକ୍ରମର ମୁଖ୍ୟ ଅନୁସନ୍ଧାନକାରୀ ତାମର ଜୈକବସନ୍ କହିଛନ୍ତି ଯେ ପୁରୁଷ ଗର୍ଭନିରୋଧକ ବିକଳ୍ପଗୁଡ଼ିକ ବର୍ତ୍ତମାନ ଭାସେକ୍ଟୋମି ଏବଂ କଣ୍ଡୋମରେ ସୀମିତ । ଅର୍ଥାତ ମହିଳାଙ୍କ ତୁଳନାରେ ପୁରୁଷଙ୍କ ପାଖରେ କମ୍ ବିକଳ୍ପ ରହିଛି। ଜୈକବସନ୍ କହିଛନ୍ତି ଯେ ଏହି ଔଷଧ ଅବାଞ୍ଛିତ ଗର୍ଭଧାରଣକୁ ହ୍ରାସ କରିବ ଏବଂ ପରିବାର ଯୋଜନାରେ ପୁରୁଷମାନଙ୍କ ଅଧିକ ସକ୍ରିୟ ଭୂମିକା ଗ୍ରହଣ କରିବ ।
ଅଧ୍ୟୟନକୁ ENDO ୨୦୨୨ ରେ ଉପସ୍ଥାପିତ କରିବାକୁ ଦଳ ଏକ କ୍ଲିନିକାଲ୍ ପରୀକ୍ଷଣରେ ୯୬ ସୁସ୍ଥ ପୁରୁଷ ଅଂଶଗ୍ରହଣକାରୀଙ୍କୁ ସାମିଲ କରିଥିଲେ । ପ୍ରତ୍ୟେକ ପରୀକ୍ଷଣରେ ଥିବା ପୁରୁଷମାନେ ୨୮ ଦିନ ପାଇଁ ପ୍ରତିଦିନ ଦୁଇ କିମ୍ବା ଚାରି ଟାବଲେଟ୍ ସେବନ କରୁଥିଲେ । ଏହି ଟାବଲେଟ୍ ୭ ଦିନ ସେବନ କରିବା ପରେ ଟେଷ୍ଟୋଷ୍ଟେରନ ସ୍ତର ସାଧାରଣ ପରିସରରୁ ତଳକୁ ଖସିଥିଲା । ପ୍ଲେସବୋ ନେଉଥିବା ପୁରୁଷମାନଙ୍କରେ ଟେଷ୍ଟୋଷ୍ଟେରନ୍ ସ୍ତର ସାଧାରଣ ପରିସର ମଧ୍ୟରେ ରହିଥିଲା ।
ଅଧ୍ୟୟନରୁ ଜଣାପଡ଼ିଛି ଯେ ପ୍ରାୟ ୭୫ ପ୍ରତିଶତ ପୁରୁଷ ଔଷଧ ଦ୍ବାରା ଗର୍ଭନିରୋଧ ପାଇଁ ଅଧିକ ଇଚ୍ଛା ପ୍ରକାଶ କରିଛନ୍ତି । ଅଂଶଗ୍ରହଣକାରୀମାନେ ଭବିଷ୍ୟତରେ ଏହି ଟାବଲେଟ୍କୁ ସେବନ କରିବା ପାଇଁ ଇଚ୍ଛୁକ ଥିବା କହିଛନ୍ତି । DSAU ଏବଂ ୧୧ Beta-MNTDC ନାମକ ଔଷଧଗୁଡ଼ିକ ପ୍ରୋଜେଷ୍ଟୋଜେନିକ୍ ଆଣ୍ଡ୍ରୋଜେନ୍ ନାମକ ଔଷଧର ଶ୍ରେଣୀର ଏକ ଅଂଶ । ଏହି ଔଷଧଗୁଡ଼ିକ ଟେଷ୍ଟୋଷ୍ଟେରନ୍ ହରମୋନ କ୍ଷରଣକୁ ହ୍ରାସ କରନ୍ତି ଯାହାକି ଶୁକ୍ରାଣୁକୁ ହ୍ରାସ କରିଥାଏ ।