ଓଡିଶା

odisha

ETV Bharat / sukhibhava

ଜୀବନଶୈଳୀରେ ଆଣନ୍ତୁ ଏହି 5ଟି ପରିବର୍ତ୍ତନ, ଦୂର ହେବ Arthritis ସମସ୍ୟା - ଗଣ୍ଠି ଯତ୍ନଣ

ଆର୍ଥ୍ରାଇଟିସ୍(Arthritis) ହେଉଛି ଏକ ଅବସ୍ଥା ଯେଉଁଥିରେ ଗଣ୍ଠି ଏବଂ ଏହାର ଆଖପାଖରେ ଯନ୍ତ୍ରଣା, ଫୁଲା ଏବଂ କଠିନତା ଦେଖାଯାଏ । ଅଧିକାଂଶ ରୋଗୀଙ୍କୁ ଡାକ୍ତରୀ ଚିକିତ୍ସା ପାଇଁ ପରାମର୍ଶ ଦିଆଯାଏ, ମାତ୍ର ଯଦି ସମସ୍ୟା ଗମ୍ଭୀର ହୋଇନଥାଏ ତେବେ ଘରୋଇ ଉପଚାର ଏବଂ ଜୀବନଶୈଳୀରେ କେତେକ ପରିବର୍ତ୍ତନ ଆଣିପାରିଲେ ଏହି ସମସ୍ୟା ଦୂର ହୋଇଥାଏ । ଅଧିକ ପଢନ୍ତୁ

ଜୀବନଶୈଳୀରେ ଆଣନ୍ତୁ ଏହି 5ଟି ପରିବର୍ତ୍ତନ, ଦୂର ହେବ Arthritis ସମସ୍ୟା
ଜୀବନଶୈଳୀରେ ଆଣନ୍ତୁ ଏହି 5ଟି ପରିବର୍ତ୍ତନ, ଦୂର ହେବ Arthritis ସମସ୍ୟା

By

Published : Oct 20, 2022, 9:45 AM IST

ହାଇଦ୍ରାବାଦ: ଆର୍ଥ୍ରାଇଟିସ୍(Arthritis) ହେଉଛି ଏକ ଅବସ୍ଥା ଯେଉଁଥିରେ ଗଣ୍ଠି ଏବଂ ଏହାର ଆଖପାଖରେ ଯନ୍ତ୍ରଣା, ଫୁଲା ଏବଂ କଠିନତା ଦେଖାଯାଏ । ଆର୍ଥ୍ରାଇଟିସ୍ ରୋଗୀଙ୍କ ପ୍ରାୟ ଏକ କିମ୍ବା ଅଧିକ ଗଣ୍ଠିର ଫୁଲା, କୋମଳତା ଏବଂ ପ୍ରଦାହ ଦେଖାଯାଏ । ବିଭିନ୍ନ ପ୍ରକାରର ଆର୍ଥ୍ରାଇଟିସ୍ ଅଛି ଏବଂ ବିଭିନ୍ନ ରୋଗୀଙ୍କ କ୍ଷେତ୍ରରେ ଭିନ୍ନ ଭିନ୍ନ ହୋଇଥାଏ ।

ଧୀରେ ଧୀରେ ଏହି ସମସ୍ୟା ଜଣେ ରୋଗୀଠାରେ ଜଏଣ୍ଟ ବା ଗଣ୍ଠି କ୍ଷୟର କାରଣ ହୋଇପାରେ । ଏହା ଆର୍ଥ୍ରାଇଟିସର ଗମ୍ଭୀରତା ଏବଂ ବ୍ୟକ୍ତିଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ନିର୍ଭର କରିପାରେ । ଅସ୍ତ୍ରୋପଚାର ବ୍ୟତୀତ ଏହା ଔଷଧ, ଶାରୀରିକ ଚିକିତ୍ସା ଏବଂ ଇଞ୍ଜେକ୍ସନ୍ ଦ୍ୱାରା ପରିଚାଳିତ ହୋଇପାରିବ । ଏଥିସହ କିଛି ଜୀବନଶୈଳୀରେ ପରିବର୍ତ୍ତନ ଆର୍ଥ୍ରାଇଟିସ୍ ରୋଗୀଙ୍କୁ ଶରୀରରେ ଯନ୍ତ୍ରଣା ଏବଂ ପ୍ରଦାହକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ଯନ୍ତ୍ରଣାକୁ ନିୟନ୍ତ୍ରଣ କରିବା ପାଇଁ ଆର୍ଥ୍ରାଇଟିସ୍ ରୋଗୀମାନେ କିଛି ସରଳ ପଦକ୍ଷେପ ଅନୁସରଣ କରିପାରିବେ...

ଶରୀର ଓଜନକୁ ନିୟନ୍ତ୍ରଣ ରଖନ୍ତୁ:-

ଅଧିକ ଓଜନ ବିଶିଷ୍ଟ ଶରୀର ପ୍ରାରମ୍ଭିକ ଅଷ୍ଟିଓଆର୍ଥ୍ରାଇଟିସ୍ ପାଇଁ ଏକ ସାଧାରଣ ବିପଦ କାରଣ । ଏହା ଆଣ୍ଠୁ ଗଣ୍ଠି ଉପରେ ଅଧିକ ଚାପ ପକାଇଥାଏ । ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପ ସମୟରେ ଶରୀରର ଓଜନ ଚାପର ପ୍ରାୟ ତିନି ଗୁଣ ଆଣ୍ଠୁ ଉପରେ ପଡିଥାଏ । ବାସ୍ତବରେ, ଶରୀରର ଓଜନର କିଛି କିଲୋ ହ୍ରାସ କରିବା ଦ୍ୱାରା ଯନ୍ତ୍ରଣା କମିଯାଏ ଏବଂ ଆର୍ଥ୍ରାଇଟିସ୍ ରୋଗୀ ଶାରୀରିକ କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରନ୍ତି ।

ଶାରୀରିକ କାର୍ଯ୍ୟକଳାପ ପରିବର୍ତ୍ତନ କରନ୍ତୁ:-

ଯେଉଁମାନଙ୍କର ଆଣ୍ଠୁ ଯନ୍ତ୍ରଣା ହୁଏ, ସେମାନେ ଜଗିଂ, ସ୍କ୍ୱାଟିଂ, ସ୍କିପିଂ ଏବଂ ଚଟାଣରେ ବସିବା ଭଳି କାର୍ଯ୍ୟକଳାପରୁ ଦୂରେଇ ରହିବା ଉଚିତ୍ । ଏହା ଦ୍ବାରା ଜଏଣ୍ଟରେ ସମସ୍ୟା ଏବଂ ଯନ୍ତ୍ରଣା ହ୍ରାସ କରିବାରେ ସାହାଯ୍ୟ କରିବ ।

ସକ୍ରିୟ ରୁହନ୍ତୁ:-

ଶକ୍ତିଶାଳୀ ମାଂସପେଶୀ ଗଣ୍ଠି ଏବଂ ସେମାନଙ୍କର ଗତିକୁ ସ୍ଥିର କରିଥାଏ । ପୁଷ୍ଟିକର ଖାଦ୍ୟ ପାଇଁ ଦୈନିକ ବ୍ୟାୟାମ ମଧ୍ୟ ଭଲ । ଏହା କେବଳ ଯନ୍ତ୍ରଣା ହ୍ରାସ କରିବାରେ ସାହାଯ୍ୟ କରେ ନାହିଁ ବରଂ ଗଣ୍ଠିର ମାଂସପେଶୀର କାର୍ଯ୍ୟ ଏବଂ ନମନୀୟତାକୁ ମଧ୍ୟ ଉନ୍ନତ କରିଥାଏ ।

ଭିଟାମିନ୍ ସପ୍ଲିମେଣ୍ଟସ୍ ଗ୍ରହଣ କରନ୍ତୁ:-

ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଭିଟାମିନ୍ ଡି ହାଡକୁ ଶକ୍ତିଶାଳୀ କରିଥାଏ ଏବଂ ମାଂସପେଶୀ ଏବଂ ସ୍ନାୟୁ ପାଇଁ ଭିଟାମିନ୍ B12 ଗୁରୁତ୍ୱପୂର୍ଣ୍ଣ ଅଟେ । ଭିଟାମିନ୍‌ର ଦୀର୍ଘ ସମୟର ଅଭାବ ମଧ୍ୟ ଶୀଘ୍ର କାର୍ଟିଲେଜ୍ କ୍ଷତି କରିପାରେ । ତେଣୁ ଭିଟାମିନ୍ ସପ୍ଲିମେଣ୍ଟ ଥିବା ଖାଦ୍ୟ ଗ୍ରହଣ କରନ୍ତୁ ।

ଯୋଗାଭ୍ୟାସ କରନ୍ତୁ:-

ଯୋଗ ଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଏବଂ ମେଟାବୋଲିଜିମ୍‌ରେ ଉନ୍ନତି ଆଣେ । ନିୟମିତ ଯୋଗ କରିବା ଦ୍ୱାରା ଯନ୍ତ୍ରଣା ମଧ୍ୟ କମିଯାଏ କାରଣ ଏହା ଗଣ୍ଠିକୁ ଅଧିକ ନମନୀୟ(flexible) କରିବାରେ ସାହାଯ୍ୟ କରିଥାଏ ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଏବଂ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଡାକ୍ତରୀ ପରାମର୍ଶ ଗ୍ରହଣ କରନ୍ତୁ ।

ABOUT THE AUTHOR

...view details