ନ୍ୟୁୟର୍କ:ବିଗତ 20 ବର୍ଷ ମଧ୍ୟରେ ଲଙ୍ଗ୍ କ୍ୟାନ୍ସର ରୋଗୀଙ୍କ ବଞ୍ଚିବାର ହାର(survival rate) ବୃଦ୍ଧି ପାଇଛି । ଲୋ-ଡୋଜ୍ କମ୍ପ୍ୟୁଟେଡ୍ ଟୋମୋଗ୍ରାଫି (Computed Tomography, CT) ସ୍କ୍ରିନିଂ ଦ୍ବାରା ରୋଗର ପ୍ରାଥମିକ ଷ୍ଟେଜ୍ ଚିହ୍ନଟ ହେବା ପର ଠାରୁ ଏହି ସଫଳତା ମିଳିଥିବା ଉତ୍ତର ଆମେରିକାର ରେଡିଓଲୋଜିକାଲ୍ ସୋସାଇଟିର ବାର୍ଷିକ ବୈଠକରେ ସାଇନା ମାଉଣ୍ଟ ଅନୁସନ୍ଧାନକାରୀ କହିଛନ୍ତି । ସେମାନେ କହିଛନ୍ତି ଯେ, ସ୍କ୍ରିନିଂ ଦ୍ବାରା ଲଙ୍ଗ୍ କ୍ୟାନ୍ସର ସର୍ଭାଇଭାଲ୍ ରେଟ୍ ବୃଦ୍ଧି ପାଇଛି(Lung cancer screening helps to increase survival rate of cancer patients) ।
ଅନୁସନ୍ଧାନକାରୀ କହିଛନ୍ତି ଯେ, CT ସ୍କ୍ରିନିଂ ମାଧ୍ୟମରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଫୁସଫୁସ କର୍କଟ ରୋଗର ଲକ୍ଷଣ ଚିହ୍ନଟ ହେବା ପରଠାରୁ ଗତ 20 ବର୍ଷ ମଧ୍ୟରେ ସର୍ଭାଇଭାଲ୍ ରେଟ୍ 80 ପ୍ରତିଶତ ରହିଛି । ସମସ୍ତ ଫୁସଫୁସ କର୍କଟ ରୋଗୀଙ୍କ ପାଇଁ ହାରାହାରି ପାଞ୍ଚ ବର୍ଷ ବଞ୍ଚିବାର ହାର 18.6 ପ୍ରତିଶତ, କାରଣ ଫୁସଫୁସ କର୍କଟର ମାତ୍ର 16 ପ୍ରତିଶତ ପ୍ରାଥମିକ ଅବସ୍ଥାରେ ଚିହ୍ନଟ ହୋଇଥାଏ । ଏହି ରୋଗରେ ଆକ୍ରାନ୍ତଙ୍କ ମଧ୍ୟରୁ ଅଧାରୁ ଅଧିକ ଲୋକ ରୋଗ ନିର୍ଣ୍ଣୟ ହେବାର ଗୋଟିଏ ବର୍ଷ ମଧ୍ୟରେ ପ୍ରାଣ ହରାନ୍ତି ।