ଓଡିଶା

odisha

ETV Bharat / sukhibhava

ଠିକ ସମୟରେ ଶୋଉନଥିଲେ ସାବଧାନ ! ହୋଇପାରେ ହୃଦୟ ସମସ୍ୟା - କମ ସମୟ ଶୋଉଛନ୍ତି କି

ଠିକ ସମୟରେ ଶୋଉନଥିଲେ ସାବଧାନ ! କମ ସମୟ ଶୋଉଥିଲେ ହୃଦୟ ସମସ୍ୟା ଦେଖାଯିବାର ସମ୍ଭାବନା ଅଧିକ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି। ଅଧିକ ପଢନ୍ତୁ

low sleep time affects heart
low sleep time affects heart

By ETV Bharat Odisha Team

Published : Oct 31, 2023, 9:09 PM IST

ହାଇଦ୍ରାବାଦ:ସମୟ ସହିତ ବଦଳିଛି ଲୋକଙ୍କ ଜୀବନଶୈଳୀ। ଖାଇବା ଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସବୁ ସମୟରେ ପରିବର୍ତ୍ତନ ହୋଇଛି। ରାତିରେ ଟିଭି, ମୋବାଇଲ ଦେଖିବା କାରଣରୁ ସଠିକ ସମୟରେ ନଶୋଇ ବିଳମ୍ବରେ ଶୋଇଥାଆନ୍ତି ଲୋକେ। ଅଳ୍ପ ସମୟ ବିଳମ୍ବ ହୋଇଗଲେ କୌଣସି ସମସ୍ୟା ହେବ ନାହିଁ ବୋଲି ସମସ୍ତେ ଭାବି ଥାଆନ୍ତି। ତେବେ ପ୍ରତିଦିନ ବିଳମ୍ବରେ ଶୋଇବା କାରଣରୁ ଶୋଇବା ସମୟରେ ପରିବର୍ତ୍ତନ ହୋଇଥାଏ। କେତେଜଣ ପର୍ଯ୍ୟାପ୍ତ ସମୟ ଶୋଇପାରନ୍ତି ନାହିଁ। ତେବେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ବିଳମ୍ବରେ ଶୋଇଲେ ଏହାର ପ୍ରଭାବ ହାର୍ଟ ବା ବୃଦୟ ଉପରେ ପଡିବ ବୋଲି କୁହାଯାଇଛି। ହୃଦୟ ସମ୍ବନ୍ଧୀୟ ସମସ୍ୟାର କାରଣ ହୃଦଘାତ ବୋଲି କୁହାଯାଇଛି।

ରିପୋର୍ଟ ଅନୁସାରେ, ଏହି ସମସ୍ୟା ପ୍ରାୟତଃ ବୟସ୍କ ମହିଳାମାନଙ୍କ କ୍ଷେତ୍ରରେ ଦେଖାଯାଇଥାଏ। ତେଣୁ ପ୍ରତ୍ୟେକ ଦିନ ଠିକ ସମୟ ସହିତ ଦିନକୁ 7ରୁ 9 ଘଣ୍ଟା ଶୋଇବା ଉଚିତ ବୋଲି କୋଲମ୍ବିଆ ୟୁନିଭରସିଟିର ଇରାଭିଙ୍ଗ ମେଡିକାଲ ସେଣ୍ଟରର ବୈଜ୍ଞାନିକମାନେ କହିଛନ୍ତି। ନିଦ୍ରାର ଅଭାବ ଯୋଗୁଁ ଇନଫ୍ଲାମେସନ ସହିତ ଅକ୍ସିଡେଟିଭ ଷ୍ଟ୍ରେସ ବୃଦ୍ଧି ପାଇଥାଏ। ଏହାସହ ରକ୍ତବାହୀକାରେ ରହିଥିବା ସେଲ ଗୁଡିକ ମଧ୍ୟ ନଷ୍ଟ ହୋଇଯାଇଥାଏ। ତେବେ ଠିକ ସମୟରେ ଶୋଉଥିବା ଲୋକମାନଙ୍କ ଠାରେ ଏଭଳି ସମସ୍ୟା ଦେଖାଯାଏ ନାହି ବୋଲି ବୈଜ୍ଞାନିକମାନେ କହିଛନ୍ତି।

ଏହା ମଧ୍ୟ ପଢନ୍ତୁ: କୋଭିଡରୁ ସୁସ୍ଥ ହେବା ପରେ ଅଧିକ କାମ କରୁଥିଲେ ସାବଧାନ ! ପରାମର୍ଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ତେବେ ଏହି ଷ୍ଟଡି କରିବା ପାଇଁ ଦୁଇଟି ଗୋଷ୍ଠୀରେ କିଛି ବ୍ୟକ୍ତିଙ୍କୁ ଭାଗ କରାଯାଇଥିଲା। ଗୋଟିଏ ଗୋଷ୍ଠୀରେ ଯେଉଁମାନେ କମ ସମୟ ଶୋଉଥିଲେ ସେମାନଙ୍କୁ ରଖାଯାଇଥିବା ବେଳେ ଅନ୍ୟପଟେ 7ରୁ 9 ଘଣ୍ଟା ପର୍ଯ୍ୟନ୍ତ ଶୋଉଥିବା ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା। ଉଭୟ ଗୋଷ୍ଠୀର ବ୍ୟକ୍ତିଙ୍କର ଏଣ୍ଡୋଥେଲିଆଲ୍ ସେଲକୁ ଟେଷ୍ଟ କରାଯାଇଥିଲା। ତେବେ ଯେଉଁମାନେ ଠିକ ସମୟରେ ଶୋଉନଥିଲେ ବା କମ ସମୟରେ ଶୋଉଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ 78 ପ୍ରତିଶତଙ୍କ ଠାରେ ଅକ୍ସିଡେଟିଭ ଷ୍ଟ୍ରେସ ଦେଖାଯାଇଥିଲା। ତେବେ ସେମାନେ ସୁସ୍ଥ ରହିଲା ଭଳି ମନେ କରୁଥିଲେ ହେଁ ହୃଦଘାତ ହେବାର ଆଶଙ୍କା ଅଧିକ ରହିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ନିଦ ଏହଂ ହାର୍ଟ ମଧ୍ୟରେ ସମ୍ବନ୍ଧ ଜାଣିବା ପାଇଁ ଏହା ପ୍ରଥମ ରିସର୍ଚ୍ଚ ବୋଲି କୁହାଯାଇଛି। ତେଣୁ ବିଳମ୍ବରେ ଶୋଇଲେ ମଧ୍ୟ ଶରୀର ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ନଭାବି ଠିକ ସମୟ ସହିତ 7ରୁ 9 ଘଣ୍ଟା ଶୋଇବା ଉଚିତ ବୋଲି କୁହାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details