ଓଡିଶା

odisha

ETV Bharat / sukhibhava

23 ବର୍ଷ ଧରି କରାଯାଇଥିବା ରିସର୍ଚ୍ଚରେ ଖୁଲାସା, କମ୍ ଚର୍ବିଯୁକ୍ତ ଖାଦ୍ୟ ବୃଦ୍ଧି କରେ ଆୟୁ - କମ୍ କାର୍ବୋହାଇଡ୍ରେଟ୍ ଖାଦ୍ୟ

ଦୀର୍ଘ 23 ବର୍ଷରୁ ଅଧିକ ସମୟ ଧରି କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ, କମ୍ ଚର୍ବିଯୁକ୍ତ ଖାଦ୍ୟ ଖାଇଲେ ଆୟୁ ବୃଦ୍ଧି ପାଉ ଥିବାବେଳେ କମ୍ କାର୍ବୋହାଇଡ୍ରେଟ୍ ଖାଦ୍ୟ ଅକାଳ ବିୟୋଗ କରିପାରେ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : May 4, 2023, 3:02 PM IST

ବେଜିଂ: କମ୍ ଚର୍ବିଯୁକ୍ତ ଖାଦ୍ୟ ଆୟୁ ବୃଦ୍ଧି କରୁଥିବା ବେଳେ କମ୍ କାର୍ବୋହାଇଡ୍ରେଟ୍ ଖାଦ୍ୟ ଅକାଳ ମୃତ୍ୟୁର କାରଣ ହୋଇପାରେ । ଏକଥା ଆମେ କହୁନୁ, ଏକ ଅଧ୍ୟୟନରୁ ଜଣାପଡିଛି । ଏକ ନୂତନ ଅଧ୍ୟୟନରେ ଏହା ଦାବି କରାଯାଇଛି ଯେ, କ୍ଲିନିକାଲ୍ ପରୀକ୍ଷଣ ଅନୁଯାୟୀ କମ୍ କାର୍ବୋହାଇଡ୍ରେଟ୍ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇ ଥିବାବେଳେ କମ୍ ଚର୍ବିଯୁକ୍ତ ଖାଦ୍ୟ ସ୍ବାସ୍ଥ୍ୟ ଉପକାରୀ । ଏକ ସର୍ଟ-ଟର୍ମ(ସ୍ପଳ୍ପ ସମୟ) କ୍ଲିନିକାଲ୍ ପରୀକ୍ଷାରେ କମ୍ କାର୍ବୋହାଇଡ୍ରେଟ୍ ଏବଂ କମ୍ ଫ୍ୟାଟ୍ ଥିବା ଖାଦ୍ୟରେ ଓଜନ ହ୍ରାସ ଏବଂ ହୃଦୟ ସ୍ବାସ୍ଥ୍ୟର ଲାଭ ବାବଦରେ ଜଣାପଡିଛି ।

ଏଥିରେ କମ୍ ଫ୍ୟାଟ୍ ଖାଦ୍ୟ ସମ୍ପୂର୍ଣ୍ଣ ଶସ୍ୟଜାତୀୟ, ଚର୍ବିମୁକ୍ତ କ୍ଷୀର ସାମଗ୍ରୀ, ପତଳା ମାଂସ, ସବୁଜ ପନିପରିବା, ମଶୁର ଡାଲି ଏବଂ ଫଳମୂଳ ନେଇଥିଲେ । ଅନ୍ୟପକ୍ଷରେ କମ୍ କାର୍ବୋହାଇଡ୍ରେଟ୍ ଡାଏଟ୍ ହାରାହାରି ଖାଦ୍ୟ ସହିତ କାର୍ବୋହାଇଡ୍ରେଟ୍ ବ୍ୟବହାରକୁ ସୀମିତ କରାଯାଇ ଥିଲା । କାର୍ବୋହାଇଡ୍ରେଟରେ ଅଧିକ ଖାଦ୍ୟକୁ ସୀମିତ ଏବଂ ଅଧିକ ପରିମାଣର ଚର୍ବି ଏବଂ ପ୍ରୋଟିନ୍ ଥିବା ଖାଦ୍ୟ ସହିତ କମ୍ କାର୍ବୋହାଇଡ୍ରେଟ୍ ଖାଦ୍ୟକୁ ପରିବର୍ତ୍ତିତ କରାଯାଇଥିଲା । ଏଥିରୁ ଦେଖାଗଲା ଯେ, କମ୍ କାର୍ବୋହାଇଡ୍ରେଟ୍ ଖାଦ୍ୟ ଜୀବନ ପାଇଁ ବିପଜ୍ଜନକ । ମାତ୍ର କମ୍ ଚର୍ବିଯୁକ୍ତ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ଉପକାରୀ । କମ୍ ଚର୍ବିଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଅକାଳ ବିୟୋଗ ହେବାର ଆଶଙ୍କା ଅର୍ଥାତ୍ କମ୍ ବର୍ଷରେ ହେଉଥିବା ମୃତ୍ୟୁକୁ ରୋକାଯାଇ ପାରିବ ।

ଏହା ମଧ୍ୟ ପଢନ୍ତୁ:-ଅନୁସନ୍ଧାନ: ହୃଦ୍‌ଘାତ ପରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଜଟିଳତା ବଢୁଛି

ଏହି ଅଧ୍ୟୟନର ଫଳାଫଳ ଜର୍ଣ୍ଣାଲ୍ ଅଫ୍ ଇଣ୍ଟରନାଲ୍ ମେଡିସିନ୍‌ରେ ପ୍ରକାଶ ପାଇଛି । ଅନୁସନ୍ଧାନ ପାଇଁ ବୈଜ୍ଞାନିକମାନେ 50-71 ବର୍ଷ ବୟସର 371,159 ଅଂଶଗ୍ରହଣକାରୀଙ୍କୁ ନେଇଥିଲେ । ଚୀନ୍‌ର ପେକିଂ ବିଶ୍ୱବିଦ୍ୟାଳୟ ଏବଂ ଆମେରିକାର ହାର୍ଭାର୍ଡ ଓ ଟୁଲାନେର ଅନୁସନ୍ଧାନକାରୀମାନେ ଏହି ଅନୁସନ୍ଧାନ କରିଛନ୍ତି । ଏଥିରେ ଭାଗ ନେଇଥିଲା ଅଂଶଗ୍ରହଣକାରୀଙ୍କ ତଥ୍ୟକୁ 23 ବର୍ଷରୁ ଅଧିକ ସମୟ ଧରି ଅନୁସରଣ କରାଯାଇଥିଲା ଏବଂ ଅଧ୍ୟୟନ ସମୟରେ 165,698 ମୃତ୍ୟୁ ଘଟିଥିବା ରେକର୍ଡ କରାଯାଇଥିଲା ।

ଅନୁସନ୍ଧାନରୁ ଜଣାଗଲା ଯେ, କମ୍ ଚର୍ବିଯୁକ୍ତ ଖାଦ୍ୟ ଗ୍ରହଣ କରିବା ଦ୍ବାରା ପ୍ରତିବର୍ଷ ମୃତ୍ୟୁ ଆଶଙ୍କା 34% କମିପାରେ । ଏହି ସମୟରେ, କମ୍ କାର୍ବୋହାଇଡ୍ରେଟ୍ ଡାଏଟ୍ ମୃତ୍ୟୁହାରକୁ 38 ପ୍ରତିଶତ ପର୍ଯ୍ୟନ୍ତ ବଢାଇପାରେ । ଏକ ଉଚ୍ଚ କାର୍ବୋହାଇଡ୍ରେଟ୍ ଡାଏଟ୍ ଅନୁସରଣ କରୁଥିବା ଲୋକଙ୍କ ଅପେକ୍ଷା କିଟୋ ଭଳି ଡାଏଟ୍ ଅନୁସରଣ କରୁଥିବା ଲୋକଙ୍କର ମୃତ୍ୟୁ 28 ପ୍ରତିଶତ ଅଧିକ । ଅନୁସନ୍ଧାନକାରୀମାନେ ଲେଖିଛନ୍ତି ଯେ, କମ୍ କାର୍ବୋହାଇଡ୍ରେଟ୍ ଡାଏଟ୍ ଏବଂ ଅସ୍ୱାସ୍ଥ୍ୟକର କମ୍ କାର୍ବୋହାଇଡ୍ରେଟ୍ ଡାଏଟ୍ ଉପରେ ଅଧିକ ମୃତ୍ୟୁ ହାର ଦେଖାଗଲା, କିନ୍ତୁ ସୁସ୍ଥ କମ୍ କାର୍ବୋହାଇଡ୍ରେଟ୍ ଡାଏଟ୍ ପାଇଁ ଏହି ବିପଦ କମ୍ ଥିଲା ।

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଆମର ଫଳାଫଳ କମ୍ ଚର୍ବିଯୁକ୍ତ ଖାଦ୍ୟ ବଜାୟ ରଖିବାର ଗୁରୁତ୍ୱକୁ ଦର୍ଶାଏ । ଏଥିସହ, ଏକ ସୁସ୍ଥ କମ୍ ଚର୍ବିଯୁକ୍ତ ଖାଦ୍ୟ ଅନୁସରଣ କରି ମୋଟ ମୃତ୍ୟୁହାର 18 ପ୍ରତିଶତ, ହୃଦ୍‌ରୋଗରେ ମୃତ୍ୟୁହାର 16 ପ୍ରତିଶତ ଏବଂ କର୍କଟ ମୃତ୍ୟୁହାର 18 ପ୍ରତିଶତ ହ୍ରାସ କରାଯାଇପାରିବ ବୋଲି ଅନୁସନ୍ଧାନକାରୀ କହିଛନ୍ତି ।

ABOUT THE AUTHOR

...view details