ସୁଖମୟ ବୈବାହିକ ଜୀବନ ପାଇଁ ଦୈହିକ ସଂପର୍କରେ ପରିତୃପ୍ତି ଏକାନ୍ତ ଆବଶ୍ୟକ । କିନ୍ତୁ ଦେଖାଯାଇଛି ଯେ, ପତିପତ୍ନୀଙ୍କ ମଧ୍ୟରେ ଜଣକର ଯୌନ ଇଚ୍ଛା ନଥାଏ । ଏଭଳି ସ୍ଥିତିରେ ଦାମ୍ପତ୍ୟ ଜୀବନରେ ଅଶାନ୍ତି ସୃଷ୍ଟି ହୁଏ । ବୈବାହିକ ଜୀବନ ନଷ୍ଟ ହେବା ପଛରେ ଯୈାନ କାମନାର ଅଭାବ ଅନ୍ୟତମ କାରଣ ହୋଇଥାଏ ।
ଯୈାନ ଆକାଂକ୍ଷାର ଅଭାବକୁ ଇଂରାଜୀରେ ଲିବିଡୋ କୁହାଯାଏ । ଲିବିଡୋ କ୍ଷୟ ହେବା ପଛରେ ରହିଛି ଅନେକ କାରଣ । ଉଭୟ ଶାରୀରିକ ଓ ମାନସିକ କାରଣ ଏଥିପାଇଁ ଦାୟୀ । କିଛି ନିର୍ଦ୍ଦିଷ୍ଟ ସ୍ଥିତିରେ ଲିବିଡୋ କ୍ଷୟ ଗୁରୁତର ଅସୁସ୍ଥତାର ସଂଙ୍କେତ ବହନ କରିଥାଏ । ତେଣୁ ଏହାକୁ ଉପେକ୍ଷା କରାଯାଇ ପାରିବ ନାହିଁ। ଲିବିଡୋ ଓ ଏହାକୁ ପ୍ରଭାବିତ କରୁଥିବା କାରଣ ସଂପର୍କରେ ଜାଣିବା ପାଇଁ ଇଟିଭି ଭାରତ ସୁଖିଭବଃ ଟିମ୍ ଡକ୍ଟର ବୀଣା କ୍ରିଷ୍ଣନଙ୍କ ସହ ଆଲୋଚନା କରିଥିଲେ ।
ଲିବିଡୋ ହରାଇବାର କାରଣ
ଅନେକ ସମୟରେ ଦେଖାଯାଇଛି ଯେ, ମହିଳା ଓ ପୁରୁଷଙ୍କ ମଧରେ ଯୌନ ଆକାଂକ୍ଷା ହ୍ରାସ ପାଇଥାଏ ବା ସଂପୂର୍ଣ୍ଣ ଭାବେ ଦୂର ହୋଇଯାଇଥାଏ । ଏହା ପଛରେ ଅନେକ କାରଣ ଥାଇପାରେ । ଦୈହିକ ବା ଯୌନ ସମ୍ପର୍କ ପାଇଁ ଆଗ୍ରହର ଅଭାବ, ଜଣକର ବ୍ୟକ୍ତିଗତ ସମ୍ପର୍କ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ବୋଲି ଡକ୍ଟର ବୀଣା କହନ୍ତି । ଯୈାନ ସମ୍ଭୋଗ ଦ୍ବାରା ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଗଭୀର ହୋଇଥାଏ ।
ପରସ୍ପର ପ୍ରତି ସ୍ନେହ ବଢିବା ସହ ବିଶ୍ବାସ ଏବଂ ଆସ୍ଥା ବୃଦ୍ଧିପାଏ । ଭଲ ଶାରୀରିକ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଦୈହିକ ସମ୍ପର୍କ ଗୁରୁତ୍ବପୂର୍ଣ୍ଣ । କାରଣ ଯୈାନ ସମ୍ପର୍କ ଦ୍ବାରା ଶରୀରରେ ଅନେକ ହରମୋନ ଉତ୍ପାଦନ ହୋଇଥାଏ ଓ ଏହା ଆମକୁ ବିଭିନ୍ନ ରୋଗରୁ ସୁରକ୍ଷା ଦିଏ ।
ଡକ୍ଟର କ୍ରିଷ୍ଣନ କହନ୍ତି ଯେ, ସେ ନିଜେ ଏମିତି ଅନେକ ରୋଗୀଙ୍କୁ ଭେଟିଛନ୍ତି,ଯେଉଁମାନେ କି ଯୈାନ ଆକାଂକ୍ଷା ଅଭାବର କାରଣ ସମ୍ପର୍କରେ ଜାଣନ୍ତି ନାହିଁ । ଯଦି ଆମେ ମହିଳାଙ୍କ କଥା କହିବା, ତାହାହେଲେ ସେମାନେ ପ୍ରାୟତଃ ସେମାନଙ୍କର ଯୌନ ସମସ୍ୟା ବା ଯୌନ ଆକାଂକ୍ଷା ବାବଦରେ ଖୋଲିକରି କହିପାରନ୍ତି ନାହିଁ । ଫଳରେ ସେମାନେ ଶାରୀରିକ ସମ୍ପର୍କରେ ଆଗ୍ରହ ପ୍ରକାଶ କରନ୍ତିନାହିଁ । ଏହାଛଡା ଦୀର୍ଘସମୟ ଧରି ଏକାଠି ରହିଲା ପରେ ଦୁଇ ପାର୍ଟନରଙ୍କ ମଧ୍ୟରେ ବିରକ୍ତିଭାବ ଜାତ ହୁଏ । ତେଣୁ ସେମାନେ ଦୈହିକ ବା ଶାରୀରିକ ସମ୍ପର୍କର ଆଗ୍ରହ ହରାଇ ବସିଥାନ୍ତି ।
ବେଳେବେଳେ କିଛି ଜଟିଳ ସ୍ବାସ୍ଥ୍ୟ ସ୍ଥିତିର ଉପଚାର ପାଇଁ ଦିଆଯାଉଥିବା ଔଷଧୀୟ ଚିକିତ୍ସା ଦ୍ବାରା ବି ଲିବିଡୋ କ୍ଷୟର ମୁଖ୍ୟ କାରଣ ହୋଇଥାଏ । ଡକ୍ଟର କ୍ରିଷ୍ଣନ କହନ୍ତି ଯେ, ଯୈାନ କାମନା ହ୍ରାସ ଏକ ନ୍ୟରୋଲୋଜିକାଲ କଣ୍ଡିସନ ବା ସ୍ନାୟୁଗତ ସ୍ଥିତିର ଲକ୍ଷଣ ହୋଇପାରେ । ଏହା କ୍ୟାନସର ଓ ଜଟିଳ ସହରୁଗଣତାର ଲକ୍ଷଣ ବି ହୋଇପାରେ ।
ତେଣୁ ସ୍ଥିତି ଖରାପ ଆଡକୁ ଗତି କରିବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରିବା ନିତାନ୍ତ ଜରୁରୀ । ଯଦି ଏହି ସ୍ଥିତିକୁ ଉପେକ୍ଷା କରାଯାଏ, ତାହାହେଲେ ଏହା ଅପରିବର୍ତିତ ରହିବ । ଆଉ କିଛି ବି କାରଣ ରହିଛି ଯାହା ଫଳରେ କି ଜଣକର ଦୈହିକ ସମ୍ପର୍କ ଇଚ୍ଛା ପ୍ରଭାବିତ ହୋଇଥାଏ । ଆସନ୍ତୁ ଜାଣିବା ।
୧. ଶାରୀରିକ ସମ୍ପର୍କ ବାବଦରେ ଭୁଲ ସୂଚନା- ଯୁବ ପିଢି ସାଧାରଣତଃ ଏହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ବନ୍ଧୁବାନ୍ଧବ, ସମ୍ପର୍କିୟ ଓ ପର୍ନୋଗ୍ରାଫିକ ସାଇଟରୁ ଭୁଲ ବା ଅସଂପୂର୍ଣ୍ଣ ସୂଚନା ଆଧାରରେ ସମ୍ପର୍କ ଗଢିଉଠେ, ତାହା ହେଲେ ଏଭଳି ଏକ ପରିସ୍ଥିତି ସୃଷ୍ଟି ହେବ, ଯାହାଦ୍ବାରା କି ସଠିକ ଜ୍ଞାନର ଅଭାବ ରହିବ ଓ ସମସ୍ତେ ଭୁଲ୍ କରିବେ ।
୨. ମାନସିକ ଅବସାଦ- ବିଭିନ୍ନ ପାରିପାଶ୍ବିକ ସ୍ଥିତି ମଧ୍ୟ ମହିଳା ଓ ପୁରୁଷଙ୍କ ମଧ୍ୟରେ ଯୌନ କାମନା ହ୍ରାସ କରିଥାଏ । ବ୍ୟସ୍ତବହୁଳ ଜୀବନ, କର୍ମବ୍ୟସ୍ତତା, ଅଶାନ୍ତି ଓ ମାନସିକ ଅବସାଦ ଯୋଗୁଁ ମଧ୍ୟ ଯୌନ ଆକାଂକ୍ଷା ହ୍ରାସ ପାଏ ।