ହାଇଦ୍ରାବାଦ:ଭାରତରେ ଏବେ କୋଭିଡ଼ ମହାମାରୀ ସ୍ଥିତି ସ୍ବାଭାବିକ ହୋଇଛି । ହେଲେ କୋଭିଡ଼ ମହାମାରୀ ଦ୍ବାରା ସଂକ୍ରମିତ ହୋଇଥିବା ରୋଗୀଙ୍କ ଲମ୍ବା କୋଭିଡ଼ ଲକ୍ଷଣ ଦେଖିବାକୁ ମିଳିଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ଏବେ ୧୦ରୁ ୨୦ ପ୍ରତିଶତ ଆକ୍ରାନ୍ତଙ୍କ ସୁସ୍ଥ ହେବା ପରେ ମଧ୍ୟ ଏଭଳି ଲକ୍ଷଣ ଦେଖିବାକୁ ମିଳୁଛି । ଏହା ଅଧିକାଂଶ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହେବା ସହିତ ଆଖିରେ ଯନ୍ତ୍ରଣା, ମାଂସପେଶୀ ଦୁର୍ବଳ ହୋଇଯିବା ଭଳି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ରୋଗୀ । ୨ ରୁ ୩ ମାସ ପରେ ମଧ୍ୟ ରୋଗୀ ଏଭଳି ଯନ୍ତ୍ରଣା ଭୋଗୁଥିବା କହିଛନ୍ତି ।
ଆମେରିକା ପରେ ଭାରତରେ ଅଧିକ କୋଭିଡ ମାମଲା ଦେଖିବାକୁ ମିଳିଥିଲା । ଦେଶରେ ପ୍ରାୟ ୪ କୋଟି ୩୦ ଲକ୍ଷ ୪୦ ହଜାର ୯୪୭ ଲୋକ ସଂକ୍ରମିତ ହୋଇଥିବା ବେଳେ ୫ ଲକ୍ଷ ୨୧ ହଜାର ୭୪୭ ଜଣ ପ୍ରାଣ ହରାଇଥିଲେ । ଆକାଶ ହେଲ୍ଥ କେୟାର ଦ୍ବାରକାର ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ ପ୍ରାୟ ୨୫ରୁ ୫୦ ବର୍ଷ ବୟସ୍କ ବ୍ୟକ୍ତିମାନେ ମହାମାରୀରେ ଅଧିକ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ ଫୁସଫୁସ ଅଧିକ ମାତ୍ରାରେ ସଂକ୍ରମିତ ହୋଇଥିଲା । ଏହାସହ ଅନେକ ଆଭ୍ୟନ୍ତରୀଣ ଅଙ୍ଗ ସ୍ଥାୟୀ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଲମ୍ବା କୋଭିଡ ପ୍ରଭାବ ଶିରା, କିଡନୀ, ଅନ୍ତଃନଳୀ, ମାଂସପେଶୀ ଉପରେ ପ୍ରଭାବ ପକାଇଛି ।