ଓଡିଶା

odisha

ETV Bharat / sukhibhava

ଜୀବନଶୈଳୀ ପରିବର୍ତ୍ତନ କଲେ ମେଦବହୁଳ, ବନ୍ଧ୍ୟା ମହିଳାଙ୍କ ଗର୍ଭଧାରଣ କ୍ଷମତା ବଢିପାରେ

ଜୀବନଶୈଳୀରେ ପରିବର୍ତ୍ତନ ଏବଂ ମହିଳାଙ୍କ ମୂଳ ଓଜନରେ 5ରୁ 10 ପ୍ରତିଶତ ହ୍ରାସ ଘଟିଲେ ଏହା ମେଦବହୁଳ ଏବଂ ବନ୍ଧ୍ୟା ଦୋଷ ଥିବା ମହିଳାଙ୍କ ଗର୍ଭଧାରଣ କ୍ଷମତାରେ ଉନ୍ନତି ଆଣିଥାଏ ବୋଲି ଗବେଷଣାକାରୀ କହିଛନ୍ତି ।

By

Published : Mar 23, 2021, 6:03 PM IST

ଜୀବନଶୈଳୀ ପରିବର୍ତ୍ତନ କଲେ ମେଦବହୁଳ, ବନ୍ଧ୍ୟା ମହିଳାଙ୍କ ଗର୍ଭଧାରଣ କ୍ଷମତା ବଢିପାରେ
ଜୀବନଶୈଳୀ ପରିବର୍ତ୍ତନ କଲେ ମେଦବହୁଳ, ବନ୍ଧ୍ୟା ମହିଳାଙ୍କ ଗର୍ଭଧାରଣ କ୍ଷମତା ବଢିପାରେ

ଯେଉଁ ମହିଳାଙ୍କ ମେଦବହୁଳତା ଓ ବନ୍ଧ୍ୟା ଦୋଷ ଥାଏ ସେମାନଙ୍କ ଗର୍ଭଧାରଣ କ୍ଷମତା ବଢାଇବାରେ ଫର୍ଟିଲିଟି (ଗର୍ଭଧାରଣ) ଚିକିତ୍ସା ତୁଳନାରେ ଜୀବନଶୈଳୀରେ ପରିବର୍ତ୍ତନ ଅଧିକ ପ୍ରଭାବଶାଳୀ ହୋଇପାରେ ବୋଲି ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି ।

ଭର୍ଚୁଆଲ ହୋଇଥିବା ଆଲୋଚନାଚକ୍ର ENDO 2021ରେ ଉପସ୍ଥାପିତ ଏହି ଅଧ୍ୟୟନ ରିପୋର୍ଟରେ ଦର୍ଶାଯାଇଛି ଯେ, ଫିଟ୍-ଫର୍-ଫର୍ଟିଲିଟି (FFF) ପ୍ରୋଗ୍ରାମ ଜରିଆରେ ଜୀବନଶୈଳୀ ଅନୁସରଣ କଲେ ମେଦବହୁଳ ମହିଳାଙ୍କ ଗର୍ଭଧାରଣ କ୍ଷମତା ଏଥିପାଇଁ ଥିବା ଚିକିତ୍ସା ତୁଳନାରେ ଅଧିକ ପ୍ରଭାବଶାଳୀ ହୋଇଥାଏ ।

କାନାଡାର ସେରବ୍ରୁକ୍ ୟୁନିଭର୍ସିଟିର ପ୍ରମୁଖ ଗବେଷଣାକାରୀ କହିଛନ୍ତି ଯେ," (FFF) କାର୍ଯ୍ୟକ୍ରମ ଦ୍ବାରା ଗର୍ଭଧାରଣ ହାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟେ, ବିଶେଷକରି ଯେତେବେଳେ ବନ୍ଧ୍ୟାଦୋଷର ଚିକିତ୍ସା ଏବଂ ଏଥିସହିତ ଜୀବନ-ଜନ୍ମ ହାର ନେଇ ଆବଶ୍ୟକତା ପଡ଼ିଥାଏ ସେତେବେଳେ ଏହା ଅଧିକ ସଫଳ ହୋଇଥାଏ "।

ଜୀବନଶୈଳୀରେ ପରିବର୍ତ୍ତନ ଏବଂ ମହିଳାଙ୍କ ମୂଳ ଓଜନରେ 5ରୁ 10 ପ୍ରତିଶତ ହ୍ରାସ ଘଟିଲେ ଏହା ମେଦବହୁଳ ଏବଂ ବନ୍ଧ୍ୟା ଦୋଷ ଥିବା ମହିଳାଙ୍କ ଗର୍ଭଧାରଣ କ୍ଷମତାରେ ଉନ୍ନତି ଆଣିଥାଏ ବୋଲି ଗବେଷଣାକାରୀ କହିଛନ୍ତି । ଏହି ଅଧ୍ୟୟନ ପାଇଁ ଗବେଷଣାକାରୀ 130 ଜଣ ମହିଳାଙ୍କୁ ଫର୍ଟିଲିଟି କ୍ଲିନିକରେ ଚିକିତ୍ସା କରାଯାଇଥିଲା ଏବଂ ସେମାନଙ୍କୁ ଦୁଇଟି ଗ୍ରୁପରେ ଭାଗ କରାଯାଇଥିଲା ।

ପ୍ରଥମ ଗ୍ରୁପ୍ ମହିଳାଙ୍କୁ ସେମାନଙ୍କର ଅଂଶଗ୍ରହଣର ପ୍ରଥମ ଛଅ ମାସ କେବଳ ଫିଟ୍-ଫର୍-ଫର୍ଟିଲିଟି ପ୍ରୋଗ୍ରାମରେ ସାମିଲ କରାଯାଇଥିଲା ଏବଂ ଛଅ ମାସ ପରେ ଯଦି ଗର୍ଭଧାରଣ ନହୁଏ ତେବେ ତାଙ୍କୁ ଫର୍ଟିଲିଟି ଚିକିତ୍ସା ବି ଦିଆଯାଇଛି ।

ଏହି ପ୍ରୋଗ୍ରାମରେ ପ୍ରତି ସପ୍ତାହରେ ଜଣେ ଲେଖାଏଁ ନ୍ୟୁଟ୍ରିନିଷ୍ଟ ଏବଂ କିନସୋଲୋଜିଷ୍ଟଙ୍କ ସହିତ ବ୍ୟକ୍ତିଗତ ସାକ୍ଷାତ ଆଲୋଚନା କରାଯାଇଥିଲା। FFF ଗ୍ରୁପରେ ନିଆଯାଇଥିବା ମହିଳାମାନଙ୍କୁ 12ଟି ଗ୍ରୁପ୍ ସେସନ୍ ମଧ୍ୟରୁ ଅନ୍ୟୁନ ଥରେ ଅନୁସରଣ କରିବାକୁ କୁହାଯାଇଥିଲା। 45-ମିନିଟର କର୍ମଶାଳା ମଧ୍ୟରେ ନ୍ୟୁଟ୍ରିସନ୍, ଲାଇଫଷ୍ଟାଇଲ ପରିବର୍ତ୍ତନ ଏବଂ ଲାଇଫଷ୍ଟାଇଲ ହାବିଟସ (ଅଭ୍ୟାସ) ବିଷୟବସ୍ତୁ ଉପରେ ଆଲୋଚନା ପରେ 45 ମିନିଟର ଆଉ ଏକ ସେସନରେ ଚାଲିା, ସର୍କୁଟ ଟ୍ରେନିଂ, ଷ୍ଟେପ୍ ୱାକଆଉଟ ଆଦି ବିଭିନ୍ନ ପ୍ରକାର ଶାରୀରିକ ବ୍ୟାୟାମ କରାଯାଇଥାଏ ।

ଦ୍ବିତୀୟ (କଣ୍ଟ୍ରେୋଲ ଗ୍ରୁପ୍) ଗ୍ରୁପରେ ମହିଳାଙ୍କୁ ପ୍ରଥମରୁ ଫର୍ଟିଲିଟି ଚିକିତ୍ସା ଦିଆଯାଇଥାଏ, କିନ୍ତୁ ସେମାନେ FFF ପ୍ରୋଗ୍ରାମରେ ଭାଗ ନେଇନଥାନ୍ତି । ଅଧ୍ୟୟନ କାଳରେ ଅନ୍ୟୁନ ଛଅ ମାସ ପୂରଣ କରିଥିବା କିମ୍ବା ପ୍ରଥମ ଛଅ ମାସରେ ଗର୍ଭଧାରଣ କରିଥିବା 108 ଜଣ ମହିଳାଙ୍କ ମଧ୍ୟରୁ FFF ପ୍ରୋଗ୍ରାମରେ ଜୀବନ-ଜନ୍ମ ହାରରେ 14.2 ପ୍ରତିଶତ ପଏଣ୍ଟ ପାର୍ଥକ୍ୟ ସୃଷ୍ଟି ହୋଇଛି (FFF ଗ୍ରୁପ୍ ପାଇଁ 51 ପ୍ରତିଶତ ଏବଂ କଣ୍ଟ୍ରୋଲ ଗ୍ରୁପ୍ ପାଇଁ 36.8 ପ୍ରତିଶତ) ।

ଟ୍ରିଟମେଣ୍ଟ ଗ୍ରୁପରେ ସ୍ବାଭାବିକ ଗର୍ଭଧାରଣ (କୌଣସି ଫର୍ଟିଲିଟି ଟ୍ରିଟମେଣ୍ଟ ବିନା ଗର୍ଭଧାରଣ) ହାର ହେଉଛି 33.3 ପ୍ରତିଶତ ଏବଂ କଣ୍ଟ୍ରୋଲ ଗ୍ରୁପରେ ଏହା ହେଉଛି 12.3 ପ୍ରତିଶତ ।

(IANS)

ABOUT THE AUTHOR

...view details