ହାଇଦ୍ରାବାଦ:ସବୁ ବାପାମାଆଙ୍କର ଇଚ୍ଛା ଥାଏ କି ଛୁଆ ବଡ ହୋଇ ପାଠ ପଢି ବୁଦ୍ଧିଆ ହେବ । କିଛି ଛୁଆଙ୍କର ପିଲାବେଳୁ ପାଠ ପ୍ରତି ରୁଚି ରହିଥିବା ବେଳେ ଅନ୍ୟ କିଛି ଜଣଙ୍କର ପାଠ ପ୍ରତି ଆଗ୍ରହ ନଥାଏ । ବାପାମାଆ ଭାବନ୍ତି ଯେ, ଛୁଆର ପିଲାବେଳୁ ପାଠ ପ୍ରତି ଆଗ୍ରହ ରହିଛି ତେଣୁ ସମୟ ଅନୁସାରେ ଜ୍ଞାନ ମଧ୍ୟ ବଢିବ । କିନ୍ତୁ ନିକଟରେ ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଛୁଆଙ୍କୁ ପାଠ ପଢାଇବା ସହିତ ଶାରୀରିକ ବ୍ୟାୟାମ ମଧ୍ୟ ଆବଶ୍ୟକ । ଫଳରେ ଛୁଆଙ୍କର ବ୍ରେନ ଆକ୍ଟିଭ ରହିପାରିବ ।
ସନ୍ତରଣ(ସୁଇମିଂ):ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଛୁଆଙ୍କ ମଧ୍ୟରେ ଏକାଗ୍ରତା ରହିବା ଆବଶ୍ୟକ । ତେଣୁ ଦୈନନ୍ଦିନ ଜୀବନରେ ଏହାକୁ ଅନ୍ତର୍ଭୁକ୍ତ କରିବା ଦ୍ବାରା ଅନେକ ଲାଭ ମିଳିପାରେ । କାରଣ ସୁଇମିଂ ଦ୍ବାରା ଏକାଗ୍ରତା ଆସିବା ସହିତ ଶରୀର ଉପରେ ମଧ୍ୟ ଏହାର ସୁପ୍ରଭାବ ପଡିଥାଏ । ସୁଇମିଂ ଦ୍ବାରା ଆତ୍ମବିଶ୍ବାସ ବୃଦ୍ଧି ପାଇପାରେ ବୋଲି କୁହାଯାଇଛି ।
ଜିମ୍ନାଷ୍ଟିକ:ଏହି ଖେଳ ପାଇଁ ଶରୀରର ଅଙ୍ଗ ଗୁଡ଼ିକର ସମନ୍ୱୟ ଏବଂ ନିୟନ୍ତ୍ରଣ ଉଭୟ ବାଧ୍ୟତାମୂଳକ । ଏହି ଖେଳ ଦ୍ବାରା କେବଳ ମାଂସପେଶୀ ଏବଂ ହାଡ ଶକ୍ତ ହୁଏ ନାହିଁ ବରଂ ଏକାଗ୍ରତ ଆସିଥାଏ । ଶୃଙ୍ଖଳା ସହିତ ଇଚ୍ଛା ଶକ୍ତି ବୃଦ୍ଧି ମଧ୍ୟ ବୃଦ୍ଧି ପାଏ ।
ଟେନିସ୍:ଏହି ଖେଳରେ ମାଂସପେଶୀ ଗତିଶୀଳ ହୋଇଥାଏ । ଶାରୀରିକ ଶକ୍ତି ଅଧିକ ଖର୍ଚ୍ଚ ହୋଇଥାଏ । ଏହା ଦ୍ବାରା ଦୃଷ୍ଟିଶକ୍ତି ବୃଦ୍ଧି ପାଇବା ସହିତ ଚିନ୍ତାଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । କମ ସମୟରେ ସଠିକ ଚିନ୍ତନ ଶକ୍ତି ଜାଗ୍ରତ ହୋଇଥାଏ ।