ହାଇଦ୍ରାବାଦ:ବର୍ତ୍ତମାନ ସମୟରେ କ୍ୟାନ୍ସର ଏକ ଜଟିଳ ରୋଗ ଭାବେ ଉଭା ହୋଇଛି ଏହଂ ସମଗ୍ର ବିଶ୍ବରେ ଏହାର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ମହିଳାଙ୍କ କ୍ଷେତ୍ରରେ କର୍କଟ ବିଷୟରେ ଲାନସେଟ୍ ଅଧ୍ୟୟନରେ କୁହାଯାଇଛି ଯେ, ଏସିଆରେ କର୍କଟ ରୋଗ ହେତୁ ମୃତ୍ୟୁ ହେଉଥିବା ମହିଳାଙ୍କ କ୍ଷେତ୍ରରେ ଭାରତ ଶୀର୍ଷରେ । ଭାରତରେ କ୍ଯାନ୍ସରରେ ମୃତ୍ୟୁ ହୋଉଥିବା ମହିଳାଙ୍କ ମଧ୍ୟକୁ 63 ପ୍ରତିଶତ ରୋକାଯାଇ ପାରିବ । ଅଧ୍ୟୟନରେ କୁହାଯାଇଛି ଯେ ଯଦି ଭାରତରେ ମହିଳାଙ୍କୁ କର୍କଟ ବିଷୟରେ ଏହାର ସଚେତନତା, ଏହାର ଲକ୍ଷଣ ଏବଂ ପ୍ରତିରୋଧ ବିଷୟରେ ସୂଚନା ଦିଆଯାଇପାରନ୍ତା ତେବେ ମୃତ୍ୟୁ ସଂଖ୍ୟାକୁ ରୋକାଯିବା ସମ୍ଭବ ହୋଇଥାଆନ୍ତା । ଉପଯୁକ୍ତ ସମୟରେ ଅଥବା ପ୍ରଥମ ଷ୍ଟେଜର୍ କ୍ୟାନ୍ସର ଚିହ୍ନଟ ହେଲେ ମହିଳାଙ୍କ ମୃତ୍ୟୁକୁ ରୋକାଯିବା ସମ୍ଭବ ହୋଇପାରନ୍ତା ବୋଲି କୁହାଯାଇଛି ।
ଅଧ୍ୟୟନରେ କୁହାଯାଇଛି ଯେ, ଭାରତୀୟ ସମାଜରେ ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରତି ଅବହେଳା, ସଚେତନତାର ଅଭାବ, ପ୍ରାଥମିକ ସ୍ତରରେ ଯତ୍ନବାନ ନହେବା ଏବଂ ଅଭିଜ୍ଞତା ଅଭାବରୁ କର୍କଟ ରୋଗରେ ମହିଳାଙ୍କ ମୃତ୍ୟୁ ଏକ ଭୟାନକ ସ୍ତରକୁ ବୃଦ୍ଧି ପାଇଛି। ରିପୋର୍ଟରେ କୁହାଯାଇଛି ଯେ, ମୃତ୍ୟୁ ହେଉଥିବା ମହିଳାଙ୍କ ମଧ୍ୟରୁ 6.9 ବିଲିୟନ ମୃତ୍ୟୁକୁ ରୋକାଯାଇ ପାରିଥାନ୍ତା ଏବଂ 4.10 ବିଲିୟନ ମହିଳାଙ୍କୁ ସଠିକ୍ ଚିକିତ୍ସା କରାଯାଇ ପାରିଥାନ୍ତା । ପ୍ରକାଶଥାଉକି, ଭାରତରେ ଗର୍ଭାଶୟ କର୍କଟ ରୋଗୀଙ୍କ ସଂଖ୍ୟା ଅଧିକ ।
ଏହା ମଧ୍ୟ ପଢନ୍ତୁ: ପ୍ରତି 4ମିନିଟରେ ଜଣେ ମହିଳା ସ୍ତନ କର୍କଟରେ ଆକ୍ରାନ୍ତ: ରିସର୍ଚ୍ଚ