ଓଡିଶା

odisha

Monkeypoxକୁ ନେଇ ଅନୁସନ୍ଧାନକାରୀଙ୍କ ସତର୍କବାଣୀ, ଅବହେଳା ଡାକିବ ବଡ ବିପଦ

By

Published : Aug 18, 2022, 10:09 AM IST

ଅତ୍ୟାଧୁନିକ କ୍ଲିନିକାଲ୍ ଚିକିତ୍ସା ଅଭାବ ଏବଂ ଅବହେଳା ଦ୍ବାରା ମଙ୍କିପକ୍ସ ମୁକାବିଲା ବିଶ୍ବସ୍ତରରେ ଏକ ସମସ୍ୟା ସୃଷ୍ଟି କରିପାରେ ବୋଲି ଅନୁସନ୍ଧାନକାରୀଙ୍କ ସତର୍କ ବାଣୀ । ତେଣୁ କିପରି ମଙ୍କିପକ୍ସ ମୁକାବିଲା କରିବେ ପଢନ୍ତୁ ଏହି ରିପୋର୍ଟ । ଅଧିକ ପଢନ୍ତୁ

Monkeypox ଉପରେ ଅନୁସନ୍ଧାନକାରୀଙ୍କ ସତର୍କ ବାଣୀ, ଅବହେଳା ବିଶ୍ବସ୍ତରରେ ସୃଷ୍ଟି କରିପାରେ ସମସ୍ୟା
Monkeypox ଉପରେ ଅନୁସନ୍ଧାନକାରୀଙ୍କ ସତର୍କ ବାଣୀ, ଅବହେଳା ବିଶ୍ବସ୍ତରରେ ସୃଷ୍ଟି କରିପାରେ ସମସ୍ୟା

ଲଣ୍ଡନ: ମଙ୍କିପକ୍ସ ମୁକାବିଲା ପାଇଁ ଉଚ୍ଚ-ଗୁଣାତ୍ମକ, ଅତ୍ୟାଧୁନିକ କ୍ଲିନିକାଲ୍ ଚିକିତ୍ସା ଅଭାବ ସମଗ୍ର ବିଶ୍ୱରେ ସଂକ୍ରମଣ ପ୍ରଭାବଶାଳୀ ଏବଂ ନିରାପଦ ଚିକିତ୍ସାରେ ବାଧା ସୃଷ୍ଟି କରିପାରେ ବୋଲି ଅନୁସନ୍ଧାନକାରୀ କହିଛନ୍ତି । ବ୍ରିଟେନର ଅକ୍ସଫୋର୍ଡ, ଅଷ୍ଟ୍ରେଲିଆର ବ୍ରିଷ୍ଟଲ୍ ଏବଂ ଲିଭରପୁଲ୍ ସ୍କୁଲ୍ ଅଫ୍ ଟ୍ରପିକାଲ୍ ମେଡିସିନ୍ ଅନୁସନ୍ଧାନକାରୀମାନେ କହିଛନ୍ତି କହିଛନ୍ତି ଯେ "ନିର୍ଦ୍ଦେଶାବଳୀ ମଧ୍ୟରେ ସ୍ୱଚ୍ଛତାର ଅଭାବ(ମଙ୍କିପକ୍ସ) ରୋଗୀଙ୍କୁ ଚିକିତ୍ସା କରୁଥିବା କ୍ଲିନିକାଲ ବିଶେଷଜ୍ଞଙ୍କ ପାଇଁ ଅନିଶ୍ଚିତତା ସୃଷ୍ଟି କରେ, ଯାହା ରୋଗୀର ଚିକିତ୍ସା ଉପରେ ମଧ୍ୟ ପ୍ରଭାବ ପକାଇପାରେ ।"

ଅକ୍ଟୋବର 2021 ମଧ୍ୟଭାଗରେ ପ୍ରକାଶିତ ପ୍ରାସଙ୍ଗିକ ବିଷୟବସ୍ତୁ ପାଇଁ ଦଳ 6ଟି ପ୍ରମୁଖ ଅନୁସନ୍ଧାନ ଡାଟାବେସ୍ ଉପରେ ଅନୁସନ୍ଧାନ କରିବା ପରେ "gray literature"ରେ ଏନେଇ ବିଭିନ୍ନ ଭାଷାରେ ମେ 2022 ରେ ପ୍ରକାଶିତ କରିଥିଲା । ଅଧ୍ୟୟନରୁ 14ଟି ପ୍ରାସଙ୍ଗିତ ନିର୍ଦ୍ଦେଶାବଳୀ ପାଇଥିଲେ । Appraisal of Guidelines for Research and Evaluation II (AGREE) ଅନୁଯାୟୀ ସେଥିମଧ୍ୟରୁ ଅନେକ ଗୁଡିଏ ନିମ୍ନମାନର ଥିଲା ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ନିକଟରେ କେତେକ ମାର୍ଗଦର୍ଶନ ଅନୁଯାୟୀ, Tecovirimat ବ୍ୟବହାର ପରିବର୍ତ୍ତେ Cidofovir ବ୍ୟବହାର ପାଇଁ ଅଧିକ ସୁପାରିଶ କରାଯାଉଛି । ଲାବୋରେଟୋରୀ ଅଧ୍ୟୟନରେ ସିଡୋଫୋଭିର ଏବଂ ବ୍ରିନ୍ସିଡୋଫୋଭିର ମଙ୍କିପକ୍ସ ଭାଇରସ ବିରୁଦ୍ଧରେ ସକ୍ରିୟ ଥିବାବେଳେ ଏହା କମ୍ ଲୋକଙ୍କ ଉପରେ ପ୍ରଭାବ ପକାଉଛି । ତେଣୁ ଏହାକୁ କେବଳ ନିର୍ଦ୍ଦିଷ୍ଟ ଦେଶରେ ବ୍ୟବହାର ପାଇଁ ଅନୁମତି ମିଳିଛି ।

କୌଣସି ନିର୍ଦ୍ଦେଶାବଳୀରେ ସର୍ବୋତ୍କୃଷ୍ଟ ଡୋଜ୍ ବା ଚିକିତ୍ସା ସମୟସୀମା ଉପରେ ଆଲୋଚନା କରାଯାଇ ନଥିଲା, କେବଳ ଯେଉଁମାନଙ୍କର ଅଧିକ ସମସ୍ୟା ବା ଜଟିଳତା ଥିଲା ସେମାନଙ୍କୁ ଚିକିତ୍ସା ଏବଂ ସହାୟତା ଯୋଗାଇ ଦିଆଯାଇଥିଲା । ସମସ୍ତ 14ଟି ନିର୍ଦ୍ଦେଶାବଳୀରେ post-exposure prophylaxis(PEP) ଟୀକାକରଣକୁ ସୁପାରିଶ କରିଥିଲା, କିନ୍ତୁ ନୂତନ ପିଢିର ଟିକା ସହ ଏଗୁଡିକ ଅପ୍ ଟୁ ଡେଟ୍ ହୋଇନଥିଲା ଏବଂ PEP ମାର୍ଗଦର୍ଶନ ବିଭିନ୍ନ ପ୍ରକାର ବିପଦପୂର୍ଣ୍ଣ ଭାରିଆଣ୍ଟ ମୁକାବିଲା ପାଇଁ ସୀମିତ ଏବଂ ସମୟ ଆସିଲେ ପୁନଃସଂକ୍ରମଣ ମଧ୍ୟ ହୋଇପାରେ ବୋଲି ଜଣାପଡିଛି । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ମଙ୍କିପକ୍ସ ଭୂତାଣୁ ବାବଦରେ ନୀରିକ୍ଷଣ ଜାରି ରହିଛି, ବର୍ତ୍ତମାନ ମିଳିଥିବା ତଥ୍ୟ ପରିବର୍ତ୍ତିତ ହେଉଛି ।

କିନ୍ତୁ ଏକ ସୀମିତ ପ୍ରମାଣ ଆଧାର ସହିତ, ନିଷ୍ପତ୍ତି ନେବା ତଥା ଅନୁପଯୁକ୍ତ ଚିକିତ୍ସାର ବିପଦକୁ ହ୍ରାସ କରିବା ପାଇଁ କ୍ଲିନିକାଲ୍ ପରିଚାଳନା ନିର୍ଦ୍ଦେଶାବଳୀ ମାନିବା ଗୁରୁତ୍ବପୂର୍ଣ୍ଣ ବୋଲି ଅନୁସନ୍ଧାନକାରୀ କହିଛନ୍ତି । ତେଣୁ ମଙ୍କିପକ୍ସକୁ ଅଣଦେଖା ବା ଅବହେଳା ନ କରି ସମସ୍ତଙ୍କୁ ଆବଶ୍ୟାକତା ମୁତାବକ ଚିକିତ୍ସା ଦେବା ସହ ସତର୍କ ରହିବାକୁ ଅନୁସନ୍ଧାନକାରୀ ଟିମ୍ ପରାମର୍ଶ ଦେଇଛନ୍ତି ।

ABOUT THE AUTHOR

...view details