ଓଡିଶା

odisha

ETV Bharat / sukhibhava

ସ୍ତନ୍ୟପାନ ଓ ଭାବପ୍ରବଣତା - know your emotions during breastfeeding

ପ୍ରସବ ପରେ ଛୁଆର ସ୍ତନ୍ୟପାନ ସହ ମାଆ ପାଇଁ ଆରମ୍ଭ ହୋଇଥାଏ ଏକ ନୂଆ ରୁଟିନ୍ । ସେହି ନୂଆ ରୁଟିନ ସହ ଖାପ ଖୁଆଇବା ପାଇଁ ଚେଷ୍ଟା କରନ୍ତି ମାଆମାନେ । କିନ୍ତୁ ବେଳେ ବେଳେ ରୁଟିନ ବେଶ୍ ଆହ୍ୱାନମୂଳକ ହୋଇଥାଏ । ଏ ପ୍ରସଙ୍ଗରେ ଇଟିଭି ଭାରତ ସୁଖୀଭବ ସାଇକୋଲୋଜିଷ୍ଟ ଓ ପ୍ଲେ ଥେରାପିଷ୍ଟ କାଜଲ ଡଭେଙ୍କୁ ସହ ଆଲୋଚନା କରିଥିଲା । ସେ ମାଆମାନଙ୍କ ପାଇଁ କିଛି ମୂଲ୍ୟବାନ ଟିପ୍ସ ଦେଇଛନ୍ତି । ଦେଖନ୍ତୁ ଏହି ରିପୋର୍ଟ...

ସ୍ତନ୍ୟପାନ ଓ ଭାବପ୍ରବଣତା
ସ୍ତନ୍ୟପାନ ଓ ଭାବପ୍ରବଣତା

By

Published : Aug 7, 2020, 3:01 PM IST

Updated : Aug 8, 2020, 11:22 AM IST

ପ୍ରସବ ପରେ ଛୁଆର ସ୍ତନ୍ୟପାନ ସହ ମାଆ ପାଇଁ ଆରମ୍ଭ ହୋଇଥାଏ ଏକ ନୂଆ ରୁଟିନ୍ । ସେହି ନୂଆ ରୁଟିନ ସହ ଖାପ ଖୁଆଇବା ପାଇଁ ଚେଷ୍ଟା କରନ୍ତି ମାଆମାନେ । କିନ୍ତୁ ବେଳେ ବେଳେ ରୁଟିନ ବେଶ୍ ଆହ୍ୱାନମୂଳକ ହୋଇଥାଏ । ମାଆମାନେ କିଭଳି ଏହାର ସମ୍ମୁଖୀନ ହେବେ ? ଏଭଳି ସ୍ଥିତିରେ ପରିବାରର ବୟସ୍କମାନେ ସହାୟକ ହୋଇପାରିବେ । କିନ୍ତୁ ଆଜିକାଲି ନ୍ୟୁକ୍ଲିୟର ଫ୍ୟାମିଲି ବା ଏକକ ପରିବାରର ଧାରା ବଢୁଥିବାରୁ ମହିଳାମାନେ ଛୁଆ ଜନ୍ମ ପରବର୍ତୀ ସ୍ଥିତିର ସାମନା କରିବା ପାଇଁ ପେଷାଦାର ସହାୟତା ଆବଶ୍ୟକ କରିଥାନ୍ତି । ଏ ପ୍ରସଙ୍ଗରେ ଇଟିଭି ଭାରତ ସୁଖୀଭବ ସାଇକୋଲୋଜିଷ୍ଟ ଓ ପ୍ଲେ ଥେରାପିଷ୍ଟ କାଜଲ ଡଭେଙ୍କୁ ସହ ଆଲୋଚନା କରିଥିଲା । ସେ ମାଆମାନଙ୍କ ପାଇଁ କିଛି ମୂଲ୍ୟବାନ ଟିପ୍ସ ଦେଇଛନ୍ତି ।

ଛୁଆ ଜନ୍ମ କରି ମାଆ ହେଲା ପରେ ମାଆବାପାମାନେ ସ୍ୱାଭାବିକ ଭାବେ ଖୁସି ହୋଇଥାନ୍ତି । ସେମାନଙ୍କର ଆନନ୍ଦର ସୀମା ନ ଥାଏ । କିନ୍ତୁ ପ୍ରସବ ସହ ସେମାନଙ୍କ ପାଇଁ ସୃଷ୍ଟି ହୋଇଥାଏ ନୂଆ ନୂଆଆହ୍ୱାନ । ଛୁଆ ଜନ୍ମ ସହ ସେମାନଙ୍କର ରୁଟିନ ବଦଳିଯାଇଥାଏ । ଛୁଆ ଉପରେ ହିଁ ମାଆବାପାଙ୍କ ଖାଇବା, ପିଇବା , ଶୋଇବା ନିର୍ଭର କରିଥାଏ । ଛୁଆର ଅଭିବୃଦ୍ଧି କେମିତି ହେବ, ସେ ଦିଗରେ ଧ୍ୟାନ ଦେଇଥାନ୍ତି ମାଆବାପା । ବିଶେଷ କରି ଛୁଆର ଲାଳନପାଳନ ପାଇଁ ମାଆମାନଙ୍କର ଦାୟିତ୍ୱ ବଢିଯାଇଥାଏ । ମାଆମାନଙ୍କ ସ୍ଲିପ୍ ପାଟର୍ନ ବଦଳିଯାଏ । କାରଣ ଛୁଆର ନ୍ୟାପି ଚେଂଜ୍ ପାଇଁ ସେମାନଙ୍କୁ ଅସମୟରେ ଉଠିବାକୁ ପଡିଥାଏ । ନିୟମିତ ବ୍ୟବଧାମରେ ନିଦରୁ ଉଠି ଛୁଆକୁ ବାରମ୍ବାର ସ୍ତନ୍ୟପାନ କରାଇବା ଦ୍ୱାରା ମାଆର ନିଦ୍ରାରେ ବ୍ୟାଘାତ ହୁଏ । କିନ୍ତୁ ମାଆକୁ ଏଭଳି ସ୍ଥିତି ଓ ନୂଆ ରୁଟିନ ସହ ଖାପ ଖୁଆଇବାକୁ ତ ପଡିବ । ଛୁଆର ଲାଳନପାଳନ ମାଆପାଇଁ ବଡ ଚ୍ୟାଲେଂଜ ହୋଇଥିଲା ବେଳେ ବେଳେ ବେଳେ ପରିବାର ପ୍ରତି ନିଜର ଦାୟିତ୍ୱବୋଧ ନେଇ ତା ମନରେ ପ୍ରଶ୍ନ ଉଙ୍କିମାରେ । ଏ ସବୁ ନିଜର ଯତ୍ନ ନେବାକୁ ଭୁଲିଯାଇଥାନ୍ତି ମହିଳାମାନେ । ସେମାନଙ୍କ ପାଇଁ ଗୁଡାଏ ଭାବନାତ୍ମକ ଆହ୍ୱାନ ସୃଷ୍ଟି ହୁଏ । ଏସବୁ ଭାବନା ମାଆର ମନକୁ ଆନ୍ଦୋଳିତ କରୁଥିବା ବେଳେ ହରମୋନ ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସନ୍ତାନ ପ୍ରସବ ପରେ ମୁଡ୍ ହରମୋନ ସ୍ତର ହ୍ରାସ ହୁଏ । ଫଳରେ ଏହା ବ୍ୟଗ୍ରତା ଓ ଉତ୍କଣ୍ଠା ଭଳି ସ୍ଥିତି ସୃଷ୍ଟି କରିଥାଏ । ଅବସାଦ ଓ ଚିଡଚିଡା ଭାବ ବି ସୃଷ୍ଟି ହୁଏ । କିନ୍ତୁ ସକାରାତ୍ମକ କଥା ହେଲା ଯେ, ଏହି ହରମୋନ ମାଆ କ୍ଷୀର ସୃଷ୍ଟି କରିବାରେ ସହାୟକ ହୁଏ ।

ଟିପ୍ସ :

୧. ଛୁଆଙ୍କ ଲାଳନପାଳନ ବାବଦରେ କୌଣସି ମାନୁଏଲ ନଥାଏ ବୋଲି ସାଧାରଣତଃ କୁହାଯାଇଥାଏ । କିନ୍ତୁ ଆମକୁ ମନେ ରଖିବାକୁ ହେବ ଯେ, ଛୁଆ ଜନ୍ମର ପ୍ରଥମ ଦିନରୁ ହିଁ ପ୍ୟାରେଂଟିର ଏକ ସୁନ୍ଦର ଯାତ୍ରାଆରମ୍ଭ ହୋଇଥାଏ । ତେଣୁ ପ୍ରଥମ ଦିନରୁ ହିଁ ‘ପରଫେକ୍ଟ ପ୍ୟାରେଂଟ୍‌’ର ଭାବନା ପରିତ୍ୟାଗ କରନ୍ତୁ । ଏଭଳି ଭାବିବା କିଛି ଭୁଲ ନୁହେଁ । କାରଣ ଏହାସହ ଖାପ ଖୁଆଇବା ପାଇଁ ଆପଣଙ୍କ ଭିତରେ ଓ ଆଖପାଖରେ ମେକାନିଜିମ୍ ରହିଛି ।

୨. ପ୍ୟାରେଟିଂ ହେଉଛି ଏକ କୌଶଳ । ଅର୍ଥାତ୍ ଏହା ଶିଖିହେବ । ହରମୋନ ଓ ରସାୟନିକ ପରିବର୍ତ୍ତନ ଯୋଗୁଁ ଆପଣଙ୍କ ଭାବନା କିଛିମାତ୍ରାରେ ପ୍ରଭାବିତ ହୁଏ । ତେଣୁ ନିଜ ଉପରେ ରାଗିବା ଆଗରୁ ମନେପକାନ୍ତୁ ଯେ, ଆପଣଙ୍କ ଛୁଆର ଯତ୍ନ ପାଇଁ ଆପଣ ପାରୁ ପଯ୍ୟର୍ନ୍ତ ଚେଷ୍ଟା କରିଛନ୍ତି । ଆଉ ଆପଣ ପ୍ରଚେଷ୍ଟା ଜାରି ରଖିବେ । କାରଣ ଆପଣଙ୍କ ନିୟନ୍ତ୍ରଣରେ ଏହା ରହିଛି । ସବୁ ଛୁଆ ଭିନ୍ନ ବୋଲିମନେ ରଖିବାକୁ ପଡିବ ।

୩. ସାଇକୋସୋସିଆଲ ଡେଭଲେପମେଂଟ୍ ଦୃଷ୍ଟିରୁ ସ୍ତନ୍ୟପାନ ହେଉଛି ମାତୃତ୍ୱର ଏକ ସୁଖଦ ଅନୁଭବ । ଏହା ମାଆ ଓ ଛୁଆର ବନ୍ଧନକୁ ସୁଦୃଢ କରେ । ଛୁଆକୁ ସ୍ତନ୍ୟପାନ ମାଆ ପାଇଁ ଷ୍ଟ୍ରେସବଷ୍ଟର ଭାବେ କାମ କରିଥାଏ ।

୪. ପ୍ରସବ ପରେ ମାଆଠାରେ ଅନେକ ଶାରୀରିକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏଭଳି ସ୍ଥିତିରେ ମାଆମାନେ ସ୍ୱାଭାବିକ ଭାବେ ଅଲଗା ପ୍ରକାର ଅନୁଭବ କରନ୍ତି । ଫଳରେ ସେମାନେ ନିଜକୁ ଅସୁରକ୍ଷିତ ମନେ କରନ୍ତି । ଏସବୁ ପରିବର୍ତନ ସଂପର୍କରେ ସ୍ୱାମୀଙ୍କୁ ଅବଗତ କରିବା ଦରକାର ।

୫. ଗର୍ଭଧାରଣ ଓ ପ୍ରସବ ପରେ ସ୍ତ୍ରୀ ଓ ସ୍ୱାମୀଙ୍କ ମଧ୍ୟରେ ସଂପର୍କର ଦୃଢ ବନ୍ଧନ ଓ ସମନ୍ୱୟ ହିଁ ଛୁଆର ସଠିକ ଲାଳନପାଳନରେ ସହାୟକ ହୁଏ । ସପୋର୍ଟ ସିଷ୍ଟମ ଗଠନରେ ଏହା ସାହାଯ୍ୟ କରେ । ବାପାମାନେ ନିଜ ନିଜର ଦାୟିତ୍ୱ ଭଲ ଭାବେ ବୁଝିଲେ ହିଁ ଛୁଆ ଓ ମାଆର ଉପଯୁକ୍ତ ଯତ୍ନ ସମ୍ଭବ ।

୬. ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗର୍ଭବତୀ ମହିଳାଙ୍କୁ ପ୍ରସବର କିଛି ମାସ ଆଗରୁ ତାଙ୍କ ମାଆଘରେ ଛାଡି ଦିଆଯାଏ । ସେଠାରେ ଗର୍ଭବତୀ ମହିଳା ନିଜକୁ ସୁରକ୍ଷିତ ମନେ କରିଥାନ୍ତି । କାରଣ ସେ ସେଠାରେ ଏକ ସପୋର୍ଟ ସିଷ୍ଟମ ପାଇଥାନ୍ତି । କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ଏହା ହୁଏ ନାହିଁ । ସମୟ ବଦଳିଛି । କର୍ମଜୀବୀ ମହିଳାମାନଙ୍କ ପ୍ରସବ ପୂର୍ବ ଓ ପରବର୍ତ୍ତୀ ସମୟରେ ତାଙ୍କର ଦେଖାଶୁଣା କରିବା ପାଇଁ ସ୍ୱାମୀମାନେ ଆଗେଇ ଆସୁଛନ୍ତି । ଫଳରେ ମହିଳାମାନେ ନିଜକୁ ସୁରକ୍ଷିତ ମନେ କରିବା ସହ ଛୁଆର ଉଚିତ ଯତ୍ନ ନେଇ ପାରୁଛନ୍ତି । ନିଜର ସ୍ୱାସ୍ଥ୍ୟ, ପୋଷଣ ଓ ଭାବନାତ୍ମକ ଆବଶ୍ୟକତା ପ୍ରତି ସଠିକ ଦୃଷ୍ଟି ଦେଲେ ମହିଳାମାନଙ୍କ ପାଇଁ ଛୁଆକୁ ସ୍ତନ୍ୟପାନ ଏକ ଆନନ୍ଦଦାୟକ ଅନୁଭୂତି ହୋଇପାରିବ ।

Last Updated : Aug 8, 2020, 11:22 AM IST

ABOUT THE AUTHOR

...view details