ହାଇଦ୍ରାବାଦ:ଦିଲ୍ଲୀ ଏନ୍ସିଆର୍ର ବାୟୁ ପ୍ରଦୂଷଣ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି । ପୂର୍ବ କିଛି ବର୍ଷର ତଥ୍ୟ ଦେଖିଲେ ସାଧାରଣତଃ ଦୀପାବଳିରେ ଏଭଳି ସମସ୍ୟା ଉପୁଜିଥାଏ । ତେବେ ଶୀତ ଋତୁ ବା ଦୀପାବଳି ନଆସିବା ପୂର୍ବରୁ ଚଳିତ ବର୍ଷ ଦିଲ୍ଲୀରେ ଏଭଳି ସମସ୍ୟା ଦେଖାଯାଉଛି । ତେବେ ଏଭଳି ପରିସ୍ଥିତିରେ ନିଶ୍ବାସ ନେବା ଦ୍ବାରା ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ନିଶ୍ବାସ ନେବାରେ ଅସୁବିଧା ଭୋଗିବା ସହିତ, ମୁଣ୍ଡବିନ୍ଧା, ଆଖି ଜ୍ୱଳନ, ଗଳା ଏବଂ ନାକ ଯନ୍ତ୍ରଣା ଭଳି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ପ୍ରଦୂଷଣରୁ ବର୍ତ୍ତିବା ପାଇଁ ଲୋକେ ଘରେ ଏୟାର ପ୍ୟୁରିଫାୟାର ବ୍ୟବହାର କରୁଛନ୍ତି । କିନ୍ତୁ ଏହା ମହଙ୍ଗା କାରଣରୁ ସମସ୍ତେ ବ୍ୟବହାର କରିବା ସମ୍ଭବ ହେଉନାହିଁ। ତେବେ ଏଭଳି ସ୍ଥିତିରେ ବାୟୁ ପ୍ରଦୂଷଣ ଜନିତ ରୋଗରୁ ବର୍ତ୍ତିବା ପାଇଁ ଯୋଗ ଏବଂ ପ୍ରାଣାୟାମ ସବୁଠାରୁ ଭଲ ବିକଳ୍ପ ବୋଲି କୁହାଯାଇଛି। ଯୋଗ ଦ୍ବାରା ଫୁସଫୁସର କାର୍ଯ୍ୟ କ୍ଷମତା ବୃଦ୍ଧି ପାଇବା ସହିତ ପ୍ରଦଷଣରୁ କ୍ଷତି ହେବାର ସମ୍ଭାବନାକୁ ମଧ୍ୟ କମ କରିଥାଏ ।
- କପାଳଭାତି:ବାୟୁ ପ୍ରଦୂଷଣରୁ ବର୍ତ୍ତିବା ପାଇଁ କପାଳଭାତି ସହାୟକ ହୋଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ଏହି ପ୍ରାଣାୟାମ ଦ୍ବାରା ଦୀର୍ଘ ନିଶ୍ବାସ ନେବା ଦ୍ବାରା ଫୁସଫୁସର କାର୍ଯ୍ୟ କ୍ଷମତା ବୃଦ୍ଧି ପାଇଥାଏ ଏବଂ ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ମିଳିଥାଏ। ଅନ୍ୟପଟେ ଫୁସ୍ଫୁସ୍ ସ୍ବାସ୍ଥ୍ୟ ପାଇଁ ଏହା ଲାଭଦାୟକ ବୋଲି କୁହାଯାଇଛି । ଏହି ପ୍ରାଣାୟାମ ନିୟମିତ କରିବା ଦ୍ୱାରା ବାୟୁ ପ୍ରଦୂଷଣର ପ୍ରତିରୋଧ କ୍ଷମତା ବଢ଼ିବା ସହିତ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।
ଏହା ମଧ୍ୟ ପଢନ୍ତୁ: ବାୟୁ ପ୍ରଦୂଷଣରୁ ହୋଇପାରେ କି କ୍ୟାନ୍ସର? ଏଭଳି କହିଲେ AIIMS ଡାକ୍ତର
- ଭସ୍ତ୍ରିକା ପ୍ରାଣାୟାମ: ଏହା ଦ୍ବାରା ଫୁସ୍ଫୁସ୍ରେ ରକ୍ତ ସଞ୍ଚାଳନ ବୃଦ୍ଧି ପାଇଥାଏ । ଯାହା ଦ୍ୱାରା ଫୁସଫୁସ ମଜଭୁତ ହୋଇଥାଏ । ଦୈନିକ ଏହି ପ୍ରାଣାୟାମ କରିବା ଦ୍ୱାରା ଆମର ଫୁସଫୁସର କ୍ଷମତା ବୃଦ୍ଧି ପାଇଥାଏ ଏବଂ ବାୟୁ ପ୍ରଦୂଷଣର କ୍ଷତିକାରକ ପ୍ରଭାବ ସହିତ ମୁକାବିଲା କରିବାର କ୍ଷମତା ମଧ୍ୟ ବଢ଼ିଥାଏ । ଏହା ଶ୍ୱାସର ଗତି ଏବଂ ଗଭୀରତାକୁ ମଧ୍ୟ ବଢ଼ାଇଥାଏ, ଯାହାଦ୍ୱାରା ଶରୀର ପର୍ଯ୍ୟାପ୍ତ ଅମ୍ଳଜାନ ପାଇଥାଏ ।
- ଭୁଜଙ୍ଗାସନ: ଏହି ଆସନରେ ସାପ ଭଳି ଶୋଇବାକୁ ହୋଇଥାଏ, ତେଣୁ ଏହାକୁ ଭୁଜଙ୍ଗାସନ କୁହାଯାଇଥାଏ। ଭୁଜଙ୍ଗସନ କରିବା ଦ୍ୱାରା ଫୁସଫୁସର କାର୍ଯ୍ୟକ୍ଷମତା ବୃଦ୍ଧି ପାଇଥାଏ ଏବଂ ଗଭୀର ନିଶ୍ୱାସ ନେବାରେ ସାହାଯ୍ୟ କରିଥାଏ।